ନୂଆଦିଲ୍ଲୀ: ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଲାଗୁଛି ଯେପରି ଦେଶରେ କାମ ଦେଉନି କୌଣସି କଟକଣା । ଗତ କିଛି ଦିନ ହେବ ଭାରତରେ ହାହାକାର ସୃଷ୍ଟି କରିଛି ମହାମାରୀ। ଗୋଟେପଟେ ଦୈନିକ ସଂକ୍ରମଣ ଲକ୍ଷେ ଲେଖାଁଏ ବୃଦ୍ଧି ପାଉଥିବାବେଳେ, ଅନ୍ୟପଟେ ଅକ୍ସିଜେନ ଅଭାବରୁ ହଜାର ହଜାର ଲୋକଙ୍କର ପ୍ରାଣହାନୀ ଘଟୁଛି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନାକ୍ରମେ, ଗତ 24 ଘଣ୍ଟାରେ 3 ଲକ୍ଷ 92 ହଜାର 488ଟି ନୂଆ ସଂକ୍ରମଣ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ 3 ହଜାର 689 ଜଣଙ୍କର ମୃତ୍ୟୁ ହୋଇଛି। ଗୋଟିଏ ଦିନରେ 3 ଲକ୍ଷ 7 ହଜାର 865 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି।
ଯାହାକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା 1 କୋଟି 95 ଲକ୍ଷ 57 ହଜାର 457କୁ ବୃଦ୍ଧି ପାଇଛି। ସେଥି ମଧ୍ୟରୁ 1 କୋଟି 60 ଲକ୍ଷ 92 ହଜାରରୁ ଅଧିକ ସୁସ୍ଥ ହୋଇଥିବାବେଳେ, 2 ଲକ୍ଷ 15 ହଜାର 542 ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ 33 ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।
ଅନ୍ୟପଟେ 3ୟ ପର୍ଯ୍ୟାୟ ଟୀକାକରଣ ଚାଲିଥିବାବେଳେ, ବର୍ତ୍ତମାନ ସୁଦ୍ଧା 15 କୋଟି 68 ଲକ୍ଷ 16 ହଜାର 31 ଜଣ ଟିକା ନେଇସାରିଛନ୍ତି ।