ETV Bharat / bharat

Musk's Twitter Acquisition: ଖୁସିବ୍ୟକ୍ତ କଲେ ୩୭% ଭାରତୀୟ - ପ୍ଲାଟଫର୍ମ ନୂଆ ମାଲିକାନାକୁ ନେଇ ଖୁସି ଭାରତୀୟ

ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର(Twitter)ର ମାଲିକାନା ଏବେ ଟେଲସା ସିଇଓ ଏଲନ ମସ୍କ(Elon Musk) ହାତରେ । ଏଲନ ଟ୍ବିଟରର ନୂଆ ମାଲିକ ହେବା ପରେ ଖୁସିବ୍ୟକ୍ତ କରିଛନ୍ତି ଅନେକ ଭାରତୀୟ । ଅଧିକ ପଢନ୍ତୁ

Musk's Twitter acquisition: ଖୁସିବ୍ୟକ୍ତ କଲେ ୩୭% ଭାରତୀୟ

author img

By

Published : May 6, 2022, 7:33 AM IST

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର ଏବେ ନୂଆ ମାଲିକ ହେଉଛନ୍ତି ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ତଥା ଟେଲସା ସିଇଓ ଏଲନ ମସ୍କ(Elon Musk) । ଟ୍ବିଟରକୁ ମସ୍କ କିଣିବା ପରେ ସବୁଠୁ ଅଧିକ ଖୁସି ହୋଇଛନ୍ତି ଭାରତବାସୀ । ଭାରତରେ ଟ୍ବିଟର ବ୍ୟବହାର କରୁଥିବା ୫ ଜଣରୁ ୨ ଜଣ (୩୭ ପ୍ରତିଶତ) ଏ ନେଇ ଖୁସିବ୍ୟକ୍ତି କରିଛନ୍ତି । ଏ ସମ୍ପର୍କରେ ଗୁରୁବାର ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ।

ସର୍ଭେ ଅନୁସାରେ ଭାରତରେ ଅଧିକାଂଶ ଟ୍ବିଟର ବ୍ୟବହାରକାରୀ ବିଶ୍ବାସ କରନ୍ତି ଯେ ଟେସଲା ସିଇଓଙ୍କ ନେତୃତ୍ବରେ ଏହି ପ୍ଲାଟଫର୍ମ ସବୁଠାରୁ ଶକ୍ତିଶାଳୀ ସାମାଜିକ ମାଧ୍ୟମ ହେବ । ଟ୍ବିଟର ଏଲନଙ୍କ ହାତକୁ ଗଲା ବେଳେ ଟ୍ବିଟର ୟୁଜର୍ସ ନା ଯେ କେବଳ ଖୁସିବ୍ୟକ୍ତି କରିଛନ୍ତି ବରଂ ଏଲନଙ୍କ ନେତୃତ୍ବ ଉପରେ ଦୃଢ ବିଶ୍ବାସ ରହିଥିବା ସେମାନେ କହିଛନ୍ତି । ସେପଟେ ଏହି ଖବର ଶୁଣିବା ପରେ ଭାରତୀୟ ଟ୍ବିଟର ୟୁଜର୍ସଙ୍କ ୧୦ ଜଣ ମଧ୍ୟରୁ ୩ ଜଣ(୨୯ ପ୍ରତିଶତ) ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଅନ୍ୟପଟେ କିଛି ଭାରତୀୟ ୟୁଜର୍ସଙ୍କ ମଧ୍ୟରୁ ୮ ପ୍ରତିଶତ ଏ ନେଇ ଚିନ୍ତା ପ୍ରକଟ କରିବା ସହ ଦୁଃଖ ଏବଂ କ୍ରୋଧ ପରି ନକାରାତ୍ମକ ଭାବନା ପ୍ରକାଶ କରିଛନ୍ତି । ଯେଉଁମାନେ ଏହି ଅଧିଗ୍ରହଣ ବିଷୟରେ ଜାଣିନାହାଁନ୍ତି ସେମାନଙ୍କ ସଂଖ୍ୟା ପ୍ରାୟ 5 ପ୍ରତିଶତ ରହିଛି । ଏହି ଅଧିଗ୍ରହଣ ପରେ ମଧ୍ୟ ପ୍ରାୟ ୬୪ ପ୍ରତିଶତ ୟୁଜର୍ସ ଟ୍ବିଟର ବ୍ୟବହାର କରିବା ନେଇ ସ୍ପଷ୍ଟ କରିଛନ୍ତି । ଏହି ସର୍ଭେରେ ମୋଟ ୧ ହଜାର ୟୁଜର୍ସ ଅଂଶଗ୍ରହଣ କରିଥିବା ଜଣାପଡ଼ିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.