ETV Bharat / bharat

ଦେଶରେ ୩୫ ପ୍ରତିଶତ ଲୋକଙ୍କୁ ମିଳିନି ଟୀକା: କଂଗ୍ରେସ

author img

By

Published : Dec 26, 2021, 8:53 PM IST

ଭାରତରେ ବର୍ତ୍ତମାନ କୋରୋନାର ଓମିକ୍ରନ ଭାରିଆଣ୍ଟର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ଟୀକାକରଣ ପ୍ରକ୍ରିୟାକୁ ନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସ । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ 35 ପ୍ରତିଶତ ବୟସ୍କ ଲୋକ ଟୀକା ପାଇପାରି ନାହାଁନ୍ତି ବୋଲି କଂଗ୍ରେସ ମୁଖପାତ୍ର କହିଛନ୍ତି । ଅଧିକ ପଢନ୍ତୁ

ଦେଶରେ ୩୫ ପ୍ରତିଶତ ଲୋକଙ୍କୁ ମିଳିନି ଟୀକା: କଂଗ୍ରେସ
ଦେଶରେ ୩୫ ପ୍ରତିଶତ ଲୋକଙ୍କୁ ମିଳିନି ଟୀକା: କଂଗ୍ରେସ

ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ କୋରୋନାର ଓମିକ୍ରନ ଭାରିଆଣ୍ଟର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ଦେଶରେ କୋରୋନା ଟୀକାକରଣକୁ ମଧ୍ୟ ତ୍ବରାନ୍ବିତ କରାଯାଉଛି । ତେବେ ଟୀକାକରଣ ପ୍ରକ୍ରିୟାକୁ ନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସ ଜାତୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ 35 ପ୍ରତିଶତ ବୟସ୍କ ଲୋକ ଟୀକା ପାଇପାରି ନାହାଁନ୍ତି ବୋଲି କଂଗ୍ରେସ ମୁଖପାତ୍ର କହିଛନ୍ତି ।

ସୂର୍ଯ୍ୟେୱାଲା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଆଇବି ତଥ୍ୟ ଏବଂ ଆଫିଡେଭିଟ୍ ଅନୁଯାୟୀ ଯୋଗ୍ୟ ଲୋକଙ୍କ ମଧ୍ୟରୁ ଦେଶର ପ୍ରାୟ 36 କୋଟି ଲୋକେ ଏପର୍ଯ୍ୟନ୍ତ COVID ଡୋଜର ଦ୍ୱିତୀୟ ଡୋଜ୍ ପାଇପାରିନାହାଁନ୍ତି । ସରକାର ଏହାକୁ କେବେ କାର୍ଯ୍ୟକାରୀ କରିବେ। ସରକାର ଡିସେମ୍ବର 31 ସୁଦ୍ଧା ବୟସ୍କ ଲୋକଙ୍କୁ ଟୀକାକରଣ କରିବାକୁ ପ୍ରତିଶୃତି ଦେଇଥିଲେ। ତଥାପି ଏହା ପ୍ରତିଶ୍ରୁତି ପୂରଣ କରିନାହାଁନ୍ତି ବୋଲି କଂଗ୍ରେସ କହିଛି ।

କଂଗ୍ରେସ କହିଛି ଯେ ସରକାର 15 ରୁ 18 ବର୍ଷ ବୟସର ପିଲାମାନଙ୍କୁ ଓ ସ୍ୱାସ୍ଥ୍ୟ କର୍ମୀ, ଫ୍ରଣ୍ଟଲାଇନ କର୍ମଚାରୀ କୋରୋନାର ବୁଷ୍ଟର ଡୋଜ ଦେବା ପାଇଁ ଘୋଷଣା କରିଛନ୍ତି । ଏହା ସହ 60 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ବୁଷ୍ଟର ଡୋଜ ପାଇଁ ଘୋଷଣା କରିଛନ୍ତି । ଏହି ଟୀକାକରଣ ଡ୍ରାଇଭ ପାଇଁ 25.69 କୋଟି ଯୋଗ୍ୟ ଲୋକେ ରହିଛନ୍ତି । ଦେଶର 35.70 କୋଟି ଲୋକଙ୍କୁ ଅତିରିକ୍ତ ଡୋଜର ଆବଶ୍ୟକତା ରହିଛି ବୋଲି କଂଗ୍ରେସ କହିଛି ।

କଂଗ୍ରେସ ଦଳ ମଧ୍ୟ ପ୍ରଶ୍ନ କରିଛି ଯେ ସରକାର 15 ରୁ 18 ବର୍ଷ ବୟସର ପିଲାମାନଙ୍କୁ କାହିଁକି ଟିକା ଦେଉଛନ୍ତି, ଯେତେବେଳେ ପୃଥିବୀର କିଛି ଦେଶ ତିନି ବର୍ଷରୁ ଅଧିକ ପିଲାମାନଙ୍କୁ ଟୀକା ଦେବା ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.