ETV Bharat / bharat

Muslim Women took Membership of Rss: 35 ମୁସଲିମ ମହିଳା ଗ୍ରହଣ କଲେ RSS ସଦସ୍ୟତା

author img

By

Published : Oct 19, 2022, 11:02 PM IST

ଉତ୍ତର ପ୍ରଦେଶ ଆଲୀଗଡ ଜିଲ୍ଲାରେ ଆଜି(ବୁଧବାର) ମୁସଲିମ ସମାଜର ପ୍ରାୟ 50 ଜଣ ଉଭୟ ମହିଳା ପୁରୁଷ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ (Rashtriya Swayamsevak Sangh) ର ସଦସ୍ୟତା ଗ୍ରହଣ କରିଛନ୍ତି । ଯେଉଁଥିରେ 35 ଜଣ ମହିଳା ଅଛନ୍ତି । ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ମୁସଲିମ ବହୁଳ ଉସମାନପାଡାରେ ଆୟୋଜିତ କରାଯାଇଥିଲା । ଅଧିକ ପଢନ୍ତୁ

Muslim Women took Membership of Rss: 35 ମୁସଲିମ ମହିଳା ଗ୍ରହଣ କଲେ RSS ସଦସ୍ୟତା
Muslim Women took Membership of Rss: 35 ମୁସଲିମ ମହିଳା ଗ୍ରହଣ କଲେ RSS ସଦସ୍ୟତା

ହାଇଦ୍ରାବାଦ: ଉତ୍ତର ପ୍ରଦେଶ ଆଲୀଗଡ ଜିଲ୍ଲାରେ ଆଜି(ବୁଧବାର) ମୁସଲିମ ସମାଜର ପ୍ରାୟ 50 ଜଣ ଉଭୟ ମହିଳା ପୁରୁଷ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ (Rashtriya Swayamsevak Sangh) ର ସଦସ୍ୟତା ଗ୍ରହଣ କରିଛନ୍ତି । ଯେଉଁଥିରେ 35 ଜଣ ମହିଳା ଅଛନ୍ତି । ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ମୁସଲିମ ବହୁଳ ଉସମାନପାଡାରେ ଆୟୋଜିତ କରାଯାଇଥିଲା । ସଦସ୍ୟତା ସଦସ୍ୟ ମାନେ ଉଭୟ ମୋଦି ଓ ଯୋଗୀ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଶଂସା କରିବା ସହ ସଂଘ ପରିବାର କିମ୍ବା ବିଜେପି ମୁସଲିମ ସମାଜ ପ୍ରତି କୌଣସି ଭେଦଭାବ କରୁନଥିବା କହିଛନ୍ତି ।

ଏହାବି ପଢନ୍ତୁ- ପୁଟିନଙ୍କ ମାର୍ଶଲ ଆଇନ ଘୋଷଣା ପରେ ପୁଣି ବଢିଲା ସଙ୍କଟ, ତୁରନ୍ତ ୟୁକ୍ରେନ ଛାଡିବା ପାଇଁ ଭାରତୀୟଙ୍କୁ ନିର୍ଦ୍ଦେଶ

ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା ଉପାଧ୍ୟକ୍ଷ ‘‘ ଫରହୀନ ମୋହସିନ କହିଛନ୍ତି ଯେ ପର୍ଯ୍ୟନ୍ତ ରାଜ୍ୟରେ ବିଜେପି ସରକାର ନଥିଲା ସେପର୍ଯ୍ୟନ୍ତ ମୁସଲିମ ସମାଜକୁ କେବଳ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରାଯାଉଥିଲା । ଆଜି ମୁସଲିମ ସମାଜ ବିଜେପି ଓ ସଂଘ ପରିବାର ସହ ଅଧିକରୁ ଅଧିକ ଭାବେ ସାମିଲ ହେବାକୁ ଚାହୁଁଛନ୍ତି । ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ଏକ ଅଣରାଜନୈତିକ ସଂଗଠନ । ଯିଏ ସର୍ବଦା ରାଷ୍ଟ୍ରପ୍ରତି ସମର୍ପିତ ଭାବ ନେଇ କାମ କରୁଛି । ବିନା କୌଣସି ଭେଦଭାବରେ ରାଷ୍ଟ୍ରୀୟ ଭାବନା ନେଇ ସମସ୍ତଙ୍କୁ ସହଯୋଗ କରୁଛି ବୋଲି ସେ କହିଛନ୍ତି ।’’

ଏହାବି ପଢନ୍ତୁ- ଗୁଜୁରାଟ ତ୍ରିମନ୍ଦିରରେ Mission Schools of Excellence ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ସେହିପରି ବର୍ତ୍ତମାନ ରାଜ୍ୟର ବିଭିନ୍ନ ମାଦ୍ରାସରେ ହେଉଥିବା ସର୍ଭେକୁ ନେଇ ମଧ୍ୟ ଫରହୀନ ମୋହସିନ କହିଛନ୍ତି, ଏହା କୌଣସି ବେଆଇନ କାମ ନୁହେଁ । ସରକାର ନିଜ କାମ କରୁଛନ୍ତି । ସରକାରଙ୍କୁ ସମର୍ଥନ କରିବା ଜରୁରୀ । ଯଦି ମାଦ୍ରାସାରେ କୌଣସି ବେଆଇନ କାମ ହେଉନାହିଁ ସର୍ଭେ ହେଲେ ଅସୁବିଧା କେଉଁଠି? ଯଦି ହିନ୍ଦୁ ବହୁଳ ପିଲା ସ୍କୁଲ କଲେଜରେ ପାଠ ପଢି ଉଚ୍ଚଶିକ୍ଷିତ ହୋଇ ନିଜେ ଆତ୍ମନିର୍ଭର ହୋଇପାରୁଛନ୍ତି, ମୁସଲିମ ପିଲା କାହିଁକି ସେହି ଅଧିକାର ପାଇବେ ନାହିଁ । ଦେଶରେ ସମସ୍ତଙ୍କ ଅଧିକାର ଅଛି । ସରକାର ବିନା କୌଣସି ଭେଦଭାବରେ କାମ କରୁଛନ୍ତି । ଆମେ କାହିଁକି ସରକାରଙ୍କୁ ସମର୍ଥନ କରିବା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.