ETV Bharat / bharat

କୋରୋନା କାୟାରେ ଦିଲ୍ଲୀ AIIMS, 37 ଡାକ୍ତର ପଜିଟିଭ ଚିହ୍ନଟ

ଗଙ୍ଗାରାମ ହସ୍ପିଟାଲ ପରେ ଏବେ ଦିଲ୍ଲୀ ଏମ୍ସର 37 ଡାକ୍ତର କୋରୋନାରେ ହୋଇଛନ୍ତି ଆକ୍ରାନ୍ତ । ଡାକ୍ତରଙ୍କ ସଂକ୍ରମିତ ହେବା ଖବର ସାମ୍ନାକୁ ଆସିବା ପରେ ତତ୍ପର ହୋଇପଡିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ...

author img

By

Published : Apr 9, 2021, 4:35 PM IST

କୋରୋନା କାୟାରେ ଦିଲ୍ଲୀ AIIMS, 37 ଡାକ୍ତର ପଜିଟିଭ ଚିହ୍ନଟ
କୋରୋନା କାୟାରେ ଦିଲ୍ଲୀ AIIMS, 37 ଡାକ୍ତର ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜାରି ରହିଛି ମହାମାରୀ କୋରୋନାର ପ୍ରକୋପ । ଗଙ୍ଗାରାମ ହସ୍ପିଟାଲ ପରେ ଏବେ ଦିଲ୍ଲୀ ଏମ୍ସର 37 ଡାକ୍ତର କୋରୋନାରେ ହୋଇଛନ୍ତି ଆକ୍ରାନ୍ତ । ଡାକ୍ତରମାନଙ୍କ ସଂକ୍ରମିତ ହେବାର ଖବର ସାମ୍ନାକୁ ଆସିବା ପରେ ତତ୍ପର ହୋଇପଡିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ପଜିଟିଭ ଚିହ୍ନଟ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଜୁନିୟର, ସିନିୟର, ବିଶେଷଜ୍ଞଙ୍କ ସାମିଲ ରହିଛନ୍ତି । କିଛି ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୋରୋନା ପଜିଟିଭ ଚିହ୍ନଟ ଅଧିକାଂଶ ଡାକ୍ତର ପ୍ରଥମ ଓ ଦ୍ୱିତୀୟ ଡୋଜ ଟିକା ନେଇସାରିଛନ୍ତି ।

ଡାକ୍ତରଙ୍କ ସମେତ ଆହୁରି 50 ଜଣ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହୋଇଥିବା ସୂଚନା ରହିଛି। ଏଥିରେ 15 ଜଣ ସ୍ବାସ୍ଥ୍ୟକର୍ମୀ ଏମ୍ସର ଅସ୍ଥିଶଲ୍ୟ ବିଭାଗର ବୋଲି କୁହାଯାଉଛି । ତେବେ ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.