ETV Bharat / bharat

ଝାଡଖଣ୍ଡରେ ବିଷାକ୍ତ ଖାଦ୍ୟଖାଇ 31 ଅସୁସ୍ଥ - ବିଶାକ୍ତ ଖାଦ୍ୟଖାଇ 31 ଆହତ ଖବର

ଝାଡଖଣ୍ଡରେ ବିଷାକ୍ତ ଖାଦ୍ୟଖାଇ 31 ଅସୁସ୍ଥ । ଅସୁସ୍ଥଙ୍କ ମଧ୍ୟରେ 14 ପିଲା ଏବଂ 17 ଜଣ ବୃଦ୍ଧ ଥିବା ସୂଚନା । ଅଧିକ ପଢନ୍ତୁ

ଝାଡଖଣ୍ଡରେ ବିଷାକ୍ତ ଖାଦ୍ୟଖାଇ 31 ଆହତ
ଝାଡଖଣ୍ଡରେ ବିଷାକ୍ତ ଖାଦ୍ୟଖାଇ 31 ଆହତ
author img

By

Published : Apr 21, 2022, 10:48 PM IST

ରାଞ୍ଚି: ଝାଡଖଣ୍ଡର ଖୁଣ୍ଟି ଜିଲ୍ଲାର ମୁରହୁରେ ବୁଧବାର ସନ୍ଧ୍ୟାରେ ବିଷାକ୍ତ ଖାଦ୍ୟ ଖାଇ 31 ଜଣ ବ୍ୟକ୍ତି ଅସୁସ୍ଥ ହୋଇପଡିଛନ୍ତି । ଅସୁସ୍ଥଙ୍କ ମଧ୍ୟରେ 14 ପିଲା ଓ 17 ବୃଦ୍ଧ ଅଛନ୍ତି । ବିଷାକ୍ତ ଖାଦ୍ୟ ଖାଇବାର 10 ମିନିଟ୍ ପରେ ସମସ୍ତେ ବାନ୍ତି କରିଥିଲେ । ଫଳରେ ସେମାନଙ୍କୁ ତୁରନ୍ତ ମୁରହୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ଖୁଣ୍ଟୁ ସଦର ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି ।

ସୂଚନାନୁସାରେ, ମୁରହୁ ଗଜଗାଓଁର ହରିଜନ ମୋହାଲା ଠାରେ ଏକ ମୁଣ୍ଡନ ପାର୍ଟିର ଆୟୋଜନ କରାଯାଇଥିଲା । ଏଠାରେ ଲୋକମାନଙ୍କ ପାଇଁ ଏକ ଭୋଜିର ଆୟୋଜନ ହୋଇଥିଲା । ଜଳଖିଆରେ ପ୍ରଥମେ ବୁନ୍ଦିଆ ଦିଆଯାଇଥିଲା । ଏହାପରେ ସମସ୍ତେ ଚିକେନ୍, ମଟନ୍ ସାଙ୍ଗକୁ ପ୍ରସ୍ତୁତ ହୋଇଥିବା ଅନ୍ୟାନ୍ୟ ଖାଦ୍ୟ ଖାଇଥିଲେ । ଖାଦ୍ୟ ଗ୍ରହଣ କରିବାର 10 ରୁ 15 ମିନିଟ୍ ପରେ ସମସ୍ତଙ୍କର ବାନ୍ତି ହେବା ଆରମ୍ଭ ହୋଇଥିଲା ।

ଏହା ପରେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରୁ କେତେକଙ୍କୁ ଚିକିତ୍ସା ପରେ ଘରକୁ ପଠାଇ ଦେଇଛନ୍ତି ଡାକ୍ତର । ଡାକ୍ତରମାନେ କହିବା ଅନୁଯାୟୀ ଖାଇବା ପୂର୍ବରୁ ପ୍ରଥମେ ବୁନ୍ଦିଆ ଖାଇବା ଦ୍ବାରା ଏପରି ହୋଇଥିବା ସନ୍ଦେହ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.