ETV Bharat / bharat

୧୬ବର୍ଷର କନିଆଁକୁ ୩୦ବର୍ଷର ବର; ବାନ୍ଧିଲା ପୋଲିସ, ମଣ୍ଡପରୁ ସିଧା ଜେଲ

author img

By ETV Bharat Odisha Team

Published : Dec 23, 2023, 10:14 PM IST

Uttarakhand minor girl marriage: ଉତ୍ତରାଖଣ୍ଡରେ ନାବାଳିକାଙ୍କୁ ବିବାହ କରିବା ପଡ଼ିଲା ମହଙ୍ଗା । ଅଭିଯୁକ୍ତ ବର ମଣ୍ଡପରୁ ସିଧା ଗଲା ଜେଲ । ଅଧିକ ପଢନ୍ତୁ

Uttarakhand minor girl marriage
Uttarakhand minor girl marriage

ଡେରାଡୁନ: ବିବାହ ମଣ୍ଡପରୁ ସିଧା ଜେଲ ଗଲା ବର । ଖାଲି ବର ନୁହେଁ, ବରର ପରିବାର ମଧ୍ୟ ଜେଲ ଯାଇଛନ୍ତି । ଉତ୍ତରାଖଣ୍ଡ ନୈନିତାଲ ଅଞ୍ଚଳରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବିବାହ କରୁଥିବା ସମୟରେ ମାଡ଼ି ବସିଲା ପୋଲିସ । ଛାତ୍ରୀ ଜଣକ ନାବାଳିକା ଥିବାରୁ ବିବାହ କରିବା ବେଆଇନ । ବିବାହ ସମ୍ପର୍କରେ ପୋଲିସ ଖବର ପାଇବା ମାତ୍ରେ ମଣ୍ଡପରେ ପହଞ୍ଚି ବର ଓ ଉଭୟ ପରିବାରର ୬ ଜଣ ସଦସ୍ୟଙ୍କୁ ଗିରଫ କରିଛି ।

ଏହି ଘଟଣାଟି ହଳଦ୍ବାନି ମୁଖାନି ଥାନା ଅଞ୍ଚଳରେ ଘଟିଛି । ଗତ ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ଏହି ବିବାହ ସମ୍ପର୍କରେ ହଳଦ୍ବାନି ପୋଲିସକୁ ଖବର ମିଳିଥିଲା । ନାବାଳିକାଙ୍କୁ ନବବଧୂ ସଜାଇ ବିବାହ ମଣ୍ଡପରେ ବସାଯାଇଥିଲା । ଏହାପରେ ପୋଲିସ ବରକନ୍ୟାଙ୍କ ଆଧାର କାର୍ଡ ଯାଞ୍ଚ କରିଥିଲା । ଏଥିରୁ ଜଣାପଡ଼ିଥିଲା ଯେ ନବବଧୂକୁ ମାତ୍ର ୧୬ ବର୍ଷ ବୟସ ହୋଇଥିବା ବେଳେ ବରକୁ ୩୦ ବର୍ଷ ବୟସ । ବର ଜଣକ ଉତ୍ତରପ୍ରଦେଶ ହାଥରସ ଜିଲ୍ଲାର ଅଧିବାସୀ ବୋଲି ପୋଲିସ ଜାଣିବାକୁ ପାଇଥିଲା । ହେଲେ ପୋଲିସ ପହଞ୍ଚିବା ପୂର୍ବରୁ ଉଭୟଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇସାରିଥିଲା ।

ଏହା ବି ପଢନ୍ତୁ- କଟକରେ ବଳ ପୂର୍ବକ ନାବାଳିକା ବିବାହ, ଉଦ୍ଧାର କଲା CWC

ନବବଧୂ ସାଜିଥିବା ୧୬ ବର୍ଷର ନାବାଳିକା ହଳଦ୍ବାନି ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ । ଏ ସମ୍ପର୍କରେ ଛାତ୍ରୀର ମାଆ କହିଛନ୍ତି ଯେ ୩ ବର୍ଷ ପୂର୍ବରୁ ତାଙ୍କ ସ୍ବାମୀ ଘର ଛାଡ଼ି ଚାଲିଯାଇଥିବା ବେଳେ ତାଙ୍କର ୩ଟି ଝିଅ । ତାଙ୍କ ଝିଅ ବିବାହ କରିବାକୁ ଚାହୁଁଥିବାରୁ ସେ ବିବାହ ଲାଗି ଉପଯୁକ୍ତ ବରପାତ୍ର ଖୋଜିଥିଲେ । ହେଲେ ଝିଅ ନାବାଳିକା ଥିବାରୁ ସେ ବିବାହ ପାଇଁ ଭୟ କରୁଥିଲେ. ହେଲେ ଜଣେ ସମ୍ପର୍କୀୟ ମହିଳା ଉପଯୁକ୍ତ ବରପାତ୍ର ଖୋଜିଦେବେ ବୋଲି ପ୍ରତିଶୃତି ଦେବା ପରେ ସେ ବିବାହ ପାଇଁ ରାଜି ହୋଇଥିଲେ । ଏହାସହିତ ଉକ୍ତ ମହିଳା ଜଣକ ତାଙ୍କ ଘରେ ବିବାହ କରାଇଦେବେ ବୋଲି ଯୋଜନା କରିଥିଲେ, ଯାହାଦ୍ବାରା ଏହି ବିବାହ ସମ୍ପର୍କରେ କେହି ଖବର ପାଇବେ ନାହିଁ ।

ବର ଓ ବରର ପରିବାର ଶୁକ୍ରବାର ହାଥରସରୁ ହଲଦ୍ବାନିରେ ପହଞ୍ଚିଥିଲେ । ସନ୍ଧ୍ୟା ସମୟରେ ବିବାହର ସମସ୍ତ ରୀତିନୀତି ସମ୍ପନ୍ନ ହୋଇଥିଲା । ମାତ୍ର ଏହି ବିବାହ ବେଆଇନ ହୋଇଥିବାରୁ ପୋଲିସ ସଙ୍ଗେ ସଙ୍ଗେ ବରକୁ ବାନ୍ଧିଥିଲା । ବର ସମେତ ଉଭୟ ପକ୍ଷର ୬ ଜଣଙ୍କୁ ଗିରଫ କରାଯାଇଛି । ଏହାପରେ ନାବାଳିକା ଜଣଙ୍କୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.