ETV Bharat / bharat

ଭ୍ୟାକ୍ସିନ ପାଇଁ 30 ହଜାର କୋଟି କିଛି ନାହିଁ: ମମତା ବାନାର୍ଜୀ

author img

By

Published : May 8, 2021, 7:18 PM IST

ମମତା ବାନାର୍ଜୀ ପିଏମ ମୋଦି ଓ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ଏକ ଷଡଯନ୍ତ୍ର କରି ସମସ୍ତ କେନ୍ଦ୍ରୀୟ ମନ୍ତ୍ରୀ ଲଗାତାର ପଶ୍ଚିମବଙ୍ଗ ଗସ୍ତ କରିଥିଲେ ଏବଂ ବିଭିନ୍ନ ହୋଟେଲ, ବିମାନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିପରି କେନ୍ଦ୍ର ସରକାର ଭ୍ୟାକ୍ସିନ ପାଇଁ 30 ହଜାର କୋଟି ବ୍ୟବସ୍ଥାକୁ କିଛି ନାହିଁ ବୋଲି ଦିଦି କହିଛନ୍ତି । ଅଧିକ ପଢନ୍ତୁ...

west bengal cm mamata banerjee
ଭ୍ୟାକ୍ସିନ ପାଇଁ 30 ହଜାର କୋଟି କିଛି ନାହିଁ : ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି । ସେ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ସମାଲୋଚନା କରି କହିଛନ୍ତି ନିର୍ବାଚନ ସମୟରେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରିଛ୍ତି । ଏକ ଷଡଯନ୍ତ୍ର କରି ସମସ୍ତ କେନ୍ଦ୍ରୀୟ ମନ୍ତ୍ରୀ ଲଗାତାର ପଶ୍ଚିମବଙ୍ଗ ଗସ୍ତ କରିଥିଲେ ଏବଂ ବିଭିନ୍ନ ହୋଟେଲ, ଫ୍ଲାଇଟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିପରି ନିର୍ବାଚନ ଅୟୋଗକୁ ମଧ୍ୟ ପରିବର୍ତ୍ତନ କରିବା ଆବଶ୍ୟକ ରହିଛି ବୋଲି ମମତା କହିଛନ୍ତି ।

କେନ୍ଦ୍ର ସରକାରକୁ ସମାଲୋଚନା କରି ମମତା ଦିଦି କହିଛନ୍ତି ଯେ ଗତ 6 ମାସ କେନ୍ଦ୍ର ସରକାର କୌଣସି କାମ କରିନାହାଁନ୍ତି । କେନ୍ଦ୍ରମନ୍ତ୍ରୀ ମାନେ ପଶ୍ଚିମବଙ୍ଗର ଶାସନ ଗାଦି କବଜା କରିବା ପାଇଁ ପ୍ରତିଦିନ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ସେହିପରି କୋରୋନା ମୁକାବିଲାକୁ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କୁ ଜୋରଦାର ସମାଲୋଚନା କରିଛନ୍ତି ଦିଦି । ସମସ୍ତଙ୍କୁ ଟୀକାକରଣ କରାଯିବା କେନ୍ଦ୍ର ସରକାରଙ୍କ ପ୍ରାଥମିକ ବ୍ୟବସ୍ଥା ହେବାର ଥିଲା । କିନ୍ତୁ କେନ୍ଦ୍ର ସରକାର ନୂତନ ସଂସଦ ଭବନ ନିର୍ମାଣ ପ୍ରଧାନମନ୍ତ୍ରୀ ଆବାସ ଆଦି ନିର୍ମାଣ ପାଇଁ 50 ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ସହ ପଶ୍ଚିମବଙ୍ଗକୁ କେନ୍ଦ୍ର ସରକାର ଭେଦଭାବ କରୁଥିବା କହିଛନ୍ତି ଦିଦି । ସରକାର ଗଠନ କରିବାର 24 ଘଣ୍ଟା ମଧ୍ୟରେ ରାଜ୍ୟରେ କେନ୍ଦ୍ରୀୟ ପ୍ରତିନିଧି ମଣ୍ଡଳି ପଠାଇଛନ୍ତି । ଯାହା କେନ୍ଦ୍ରର ଏକଚାଟିଆ କାର୍ଯ୍ୟକୁ ସୂଚାଉଛିବୋଲି ଦିଦି କହିଛନ୍ତି ।

ସେହିପରି ପଶ୍ଚିମବଙ୍ଗ ହିଂସାକୁ ନେଇ ଦିଦି କିହଛନ୍ତି ଯେ ବଙ୍ଗଳରା ମିଛ ଖବର ଓ ପୁରୁଣା ଭିଡିଓ ପ୍ରଚାର ପ୍ରସାର କରିଛନ୍ତି। ପଶ୍ଚିମବଙ୍ଗରେ ଜନତା ଦେଇଥିବା ଜନାଦେଶକୁ ବିଜେପି ସ୍ବୀକାର କରିପାରୁ ନାହିଁ। ଏହା ସହ ବିଧାନସଭାରେ ମମତା ବାନାର୍ଜୀ ବକ୍ତବ୍ୟ ରଖି କହିଛନ୍ତି ଯେ କେନ୍ଦ୍ର ସରକାର ଭ୍ୟାକ୍ସିନ ପାଇଁ 30000 କୋଟିର ବ୍ୟବସ୍ଥାକୁ କିଛି ନାହିଁ ବୋଲି ଦିଦି କହିଛନ୍ତି । ସୂଚନାଥାଉକି ମେ 2ରେ ପ୍ରଚଣ୍ଡ ବହୁମତ ସହ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ଶାସନ ଗାଦି ସମ୍ଭାଳିଛନ୍ତି ଦିଦି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.