ETV Bharat / bharat

କାଶ୍ମୀରରେ 3 ଆତଙ୍କୀ ଗିରଫ, ସାଧାରଣ ନାଗରିକଙ୍କୁ କରୁଥିଲେ ଟାର୍ଗେଟ

author img

By

Published : Sep 17, 2022, 8:36 PM IST

ଦକ୍ଷିଣ କାଶ୍ମୀର ବାନ୍ଦିପୋରାରେ ପୋଲିସ କବଜାରେ 3 ଆତଙ୍କୀ (3 terrorists arrested by jk police) । ମାରଣାସ୍ତ୍ର ଜବତ । ଘାଟିରେ ସାଧାରଣ ନାଗରିକଙ୍କୁ ହତ୍ୟା ନେଇ କଲେ ସ୍ବୀକାର । ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ

କାଶ୍ମୀରରେ 3 ଆତଙ୍କୀ ଗିରଫ, ଘଟାଇଥିଲେ ସିଭିଲିଆନ କିଲିଂ

ଶ୍ରୀଗନର: ଆତଙ୍କୀ ନିରୋଧୀ ମିଶନରେ ପୁଣି କାଶ୍ମୀର ପୋଲିସକୁ ସଫଲତା । ଆଜି (ଶନିବାର) ଦକ୍ଷିଣ କାଶ୍ମୀର ବାନ୍ଦିପୋରାରେ ପୋଲିସ 3 ଆତଙ୍କୀଙ୍କୁ ଗିରଫ କରିଛି (3 terrorists arrested by jk police) । ଏହି ଗିରଫ 3 ଆତଙ୍କୀ ସ୍ଥାନୀୟ ବାସିନ୍ଦା ଓ ଏମାନେ ପାକିସ୍ତାନରୁ ଅପରେଟ ହେଉଥିବା ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା (LeT) ପାଇଁ କାର୍ଯ୍ୟ କରୁଥିବା ଜଣାପଡିଛି । ଏମାନଙ୍କୁ ଗିରଫ କରାଯିବା ପରେ ପ୍ରାଥମିକ ଜେରାରେ ସେମାନେ ନିକଟରେ ଘଟିଥିବା ସାଧାରଣ ନାଗରିକ ହତ୍ୟାକାଣ୍ଡକୁ ରୂପ ଦେଇଥିବା ସ୍ବୀକାର କରିଛନ୍ତି । ଘାଟିରେ ଘଟିଥିବା ଏକାଧିକ ହତ୍ୟାକାଣ୍ଡର ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ ଗଠନ ହୋଇଛି । ତଦନ୍ତ ଆଧାରରେ ମିଳିଥିବା ସୂଚନା ଅନୁସାରେ, ଏମାନଙ୍କୁ ଚିହ୍ନଟ ସହ ଗିରଫ କରିବାରେ ପୋଲିସ ସଫଳ ହୋଇଛି ।

  • Bandipora, J&K | On basis of clues we got by forming SIT & questioning people, we arrested 3 youths, residents of Sadunara, who confessed to the killing of Mohammad Amrez, resident of Bihar. Weapons recovered. Accused youths were in touch with handlers of LeT: MZ Malik, SSP pic.twitter.com/ZtPC6oP9wR

    — ANI (@ANI) September 17, 2022 " class="align-text-top noRightClick twitterSection" data=" ">

ସ୍ଥାନୀୟ ଏସଏସପି ଏମ.ଜେ ମଲିକ ଗଣମାଧ୍ୟମରେ ଆଜିର କର୍ଯ୍ୟାନୁଷ୍ଠାନ (jk police arrested 3 terrorists) ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଗିରଫ ଆତଙ୍କୀମାନେ କାଶ୍ମୀରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବିହାରର ମହମ୍ମଦ ଆମ୍ରେଜ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଥିଲେ । ପୂର୍ବରୁ ମଧ୍ୟ ଏମାନେ ଅନ୍ୟ କିଛି ହିଂସାକାଣ୍ଡରେ ମଧ୍ୟ ସାମିଲ ଥିଲେ । ଏମାନଙ୍କ ନିକଟରୁ ଏକାଧିକ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି । ଏମାନଙ୍କୁ ଜେରା କରି ଘାଟିରେ ଜାରି ରହିଥିବା ସୀମାପାର ଆତଙ୍କବାଦ ସମ୍ପର୍କରେ ଅଧିକରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ପୋଲିସ ପ୍ରୟାସ କରୁଥିବା ସେ ସୂଚନା ଦେଇଛନ୍ତି ।

ଘାଟିରେ ନିକଟରେ ବାରମ୍ବାର ସାଧାରଣ ନାଗରିକ ହତ୍ୟାକାଣ୍ଡ (civilian killing in jk)କୁ ରୂପ ଦେଇଥିଲେ ଆତଙ୍କବାଦୀ । ସୁରକ୍ଷାବଳର ବ୍ୟାପକ ଅପରେସନ ସତ୍ତ୍ବେ ମଧ୍ୟ ଆତଙ୍କୀଙ୍କ ଟାର୍ଗେଟରୁ ବର୍ତ୍ତି ନଥିଲେ ଅଣ ସ୍ଥାନୀୟ ବାସିନ୍ଦା । କିଛି କାଶ୍ମୀର ପଣ୍ଡିତ ମଧ୍ୟ ହତ୍ୟାର ଶିକାର ହୋଇଥିଲେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏନେଇ ଚିନ୍ତା ପ୍ରକଟ କରିବା ସହ ଅର୍ଦ୍ଧସାମରିକ ବାହିନୀକୁ ଆଣ୍ଟି ଟେରର ଅପରେସନ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା ।

ଘାଟିରେ ନିୟମିତ ଗୁଇନ୍ଦା ସୂଚନା ଆଧାରରେ ଏନକାଉଣ୍ଟର ଜାରି ରହିଥିବାବେଳେ, କ୍ରମାଗତ ଆତଙ୍କବାଦୀ ନିପାତ କିମ୍ବା ଗିରଫ ହେବାରେ ମଧ୍ୟ ଲାଗିଛନ୍ତି । ଅନ୍ୟ କିଛି ସୀମାପାର ଆତଙ୍କୀ ଶୀତ ଋତ ଆସୁଥିବାରୁ ତୁଷାରପାତର ସୁଯୋଗ ନେଇ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାର ଅପେକ୍ଷାରେ ଥିବା ଗୁଇନ୍ଦା ସୂଚନା ମିଳିବା ପରେ ପାଟ୍ରୋଲିଂ ଓ ସର୍ଭିଲାନ୍ସକୁ ମଧ୍ୟ ବଢାଇ ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.