ETV Bharat / bharat

ଅନନ୍ତନାଗ ଏନକାଉଣ୍ଟର; 3 ଆତଙ୍କୀ ସଫା

author img

By

Published : Jul 11, 2021, 8:01 AM IST

ଅନନ୍ତନାଗର ରାନିପୋରା ଅଞ୍ଚଳ କ୍ବାରିଗାମରେ ଶନିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଲସ୍କର-ଇ-ତୌଏବାର 3 ଆତଙ୍କୀଙ୍କୁ ନିପାତ କରିଛି ସୁରକ୍ଷାବାହିନୀ ।

ଅନନ୍ତନାଗ ଏନକାଉଣ୍ଟର
ଅନନ୍ତନାଗ ଏନକାଉଣ୍ଟର

ଶ୍ରୀନଗର: ଜାମ୍ମୁ-କାଶ୍ମୀର ପୋଲିସରୁ ଲଗାତର ସଫଳତା ମିଳିଛି । ଅନନ୍ତନାଗର ରାନିପୋରା ଅଞ୍ଚଳ କ୍ବାରିଗାମରେ ଶନିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଲସ୍କର-ଇ-ତୌଏବାର 3 ଆତଙ୍କୀଙ୍କୁ ନିପାତ କରିଛି ସୁରକ୍ଷାବାହିନୀ ।

ଉକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଖବର ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ସେହି ଅଞ୍ଚଳକୁ ଘେରାବନ୍ଦୀ କରି 19ଆରଆର, ପୋଲିସ ଓ ସିଆରପିଏଫଙ୍କ ମିଳିତ ଉଦ୍ୟମରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଅପରେସରନ୍ ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏନକାଉଣ୍ଟରରେ 3ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି ।

ନିହତ ତିନି ଆତଙ୍କବାଦ ହେଲେ ସାଦୁରାର ଅରିଫ ହାଜାମ, ଆସୁଦର ବସିଦ ରାସିଦ ଏବଂ କାରିମବାଦ ପୁଲୱାମାର ମୁସତଖ ଭଟ୍ଟ । ଅନେକ ଆତଙ୍କୀ ଆକ୍ରମଣ ଯେପରି ସୁରକ୍ଷାବାହିନୀ ଉପରେ ଅକ୍ରମଣ ଏବଂ ସାଧାରଣ ନାଗରିକଙ୍କ ଜୀବନ ନେବାରେ ଏହି 3ଜଣଙ୍କ ସଂପୃକ୍ତି ଥିବା ପୋଲିସ ରେକର୍ଡରୁ ଜଣାପଡିଛି ।

ପୋଲିସର ସୂଚନା ଅନୁସାରେ, ଅରିଫ ହାଜାମ ଜିଲ୍ଲା କମାଣ୍ଡର ଥିଲା । ସେ 2018ରୁ ସକ୍ରିୟ ରହିଛି । ସେ 2019 ଜୁନ 6ରେ ଜଣେ ହାବିଲଦାର ମନଜୁର ବିଗଙ୍କ ଉପରକୁ ଆକ୍ରମଣ ଘଟଣାରେ ସଂପୃକ୍ତ ଥିଲା । ଏହା ସହିତ ଦୁଇଜଣ ସାଧାରଣ ନାଗରିକ ସେୟଦ ରାଫି ଶାହା ଏବଂ ଜହୁର ଅହମ୍ମଦ ଶେଖଙ୍କୁ ହତ୍ୟା କରିଥିଲା ।

ସୁରକ୍ଷାକର୍ମୀ ଓ ପୋଲିସଙ୍କୁ ଏହି ସଫଳତା ପାଇଁ କାଶ୍ମୀର ଆଜିପି ବିଜୟ କୁମାର ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରକାଶ ଥାଉ କି, ଦୁଇ ଦିନ ତଳେ ଜାମ୍ମୁ-କାଶ୍ମୀର ରାଜୌରୀ ଜିଲ୍ଲାରେ 2 ଆତଙ୍କୀବାଦୀ ନିପାତ ହୋଇଥିଲେ । ସେମାନଙ୍କଠାରୁ ଏକେ-47 ରାଇଫଲ ଓ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.