ବେଙ୍ଗାଲୁରୁ: ମହାପୁରଷ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିବା ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ କୁଶପୁତ୍ତଳିକାକୁ ଫାଶୀ ଦେଇ ବନ୍ଧା ହେଲେ 3 ଅଭିଯୁକ୍ତ । କର୍ଣ୍ଣାଟକର ବେଲଗାଭୀରେ ନୁପୂରଙ୍କୁ ସର୍ବସାଧାରଣ ସ୍ଥାନରେ ଫାଶୀ ଦାବି କରି ପ୍ରତିକାତ୍ମକ ଭାବେ ଏପରି କରିଥିବା 3 ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି ।
ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ଅଟକ 3 ଅଭିଯୁକ୍ତ ହେଲେ ସୋଆଇବ ଅବଦ୍ଦୁଲ ଗଫର, ଅମନ ମୋକାସି ଓ ଅରବାଜ ମାକୋସି । ସମସ୍ତ ଅଭିଯୁକ୍ତ ବଲଗାଭିର ସ୍ଥାନୀୟ ବାସିନ୍ଦା । ସହରର ଦେଶପାଣ୍ଡେ କମ୍ପେଲ୍ସ ନିକଟରେ ନୁପୂରଙ୍କ କୁଶପୁତ୍ତଳିକାକୁ ଫାଶୀ ଖୁଣ୍ଟରେ ଟାଙ୍ଗିବା ମୁଦ୍ରାରେ ଝୁଲା ଯାଇଥିଲା । ଗତ 9 ତାରିଖରେ ଏହି ଘଟଣା ଘଟିଥିବାବେଳେ ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା ।
ସିସିଟିଭି ଫୁଟେଜ ଆଧାରରେ ଏହି କାର୍ଯ୍ୟ ମଧ୍ୟରାତ୍ରୀରେ ହୋଇଥିବା ଓ କରିଥିବା ଅଭିଯୁକ୍ତଙ୍କ ସମ୍ପର୍କରେ ମଧ୍ୟ ସ୍ଥାନୀୟ ପୋଲିସ ସୂଚନା ପାଇଥିଲା । ଏପରି କାର୍ଯ୍ୟ କରି ସାମ୍ପ୍ରଦାୟିକ ସଦଭାବନା ନଷ୍ଟ କରିବା ଓ ହିଂସା ସୃଷ୍ଟିକାରୀ ସ୍ଥିତି ଉତ୍ପନ୍ନ କରିବା ପରି ପ୍ରୟାସ ପାଇଁ ତାଙ୍କୁ ଅଟକ ରଖାଯାଇଥିବା ପୋଲିସ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ