ETV Bharat / bharat

FREINDSHIP DAY: ବନ୍ଧୁଙ୍କୁ ବଞ୍ଚାଇବା ପାଇଁ ଚାଲିଗଲା ୩ ଜୀବନ

author img

By

Published : Aug 2, 2021, 7:56 PM IST

ରବିବାର ବନ୍ଧୁତ୍ବ ଦିବସରେ ଘଟିଥିଲା ଗୋଟିଏ ଅଭାବନୀୟ ଅଘଟଣ । ଜଣେ ବନ୍ଧୁଙ୍କ ଜୀବନ ବଞ୍ଚାଇବା ପାଇଁ ଚାଲିଗଲା ୩ ବନ୍ଧୁଙ୍କ ଜୀବନ । ଅଧିକ ପଢନ୍ତୁ...

FREINDSHIP DAY: ବନ୍ଧୁଙ୍କୁ ବଞ୍ଚାଇବା ପାଇଁ ଚାଲିଗଲା ୩ ଜୀବନ
FREINDSHIP DAY: ବନ୍ଧୁଙ୍କୁ ବଞ୍ଚାଇବା ପାଇଁ ଚାଲିଗଲା ୩ ଜୀବନ

ହାଇଦ୍ରାବାଦ: ବନ୍ଧୁତ୍ବ ଦିବସରେ ତେଲେଙ୍ଗାନାର ନିଜାମବାଦ ଜିଲ୍ଲାରେ ଘଟିଛି ଅଘଟଣ । ବନ୍ଧୁର ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ଚାଲିଗଲା ଆଉ ୩ ବନ୍ଧୁଙ୍କ ଜୀବନ । ପାଣିରେ ବୁଡିଯାଉଥିବା ବନ୍ଧୁଙ୍କୁ ବଞ୍ଚାଇବା ବେଳେ ଘଟିଛି ଏହି ଅଘଟଣ । ପୋଲିସ ରବିବାର ୩ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା । ତେବେ ଅନ୍ୟ ୩ ଜଣଙ୍କ ମୃତଦେହକୁ ଆଜି(ସୋମବାର) ପୋଲିସ ଉଦ୍ଧାର କରିଛି ।

ପାଣିରେ ବୁଡିଯାଉଥିବା ଜଣେ ବନ୍ଧୁଙ୍କୁ ବଞ୍ଚାଇବା ପାଇଁ ୬ ଜଣ ପାଣିରେ ବୁଡିଯାଇଥିବା ଜଣାପଡିଛି । ଏହି ଘଟଣା ନିଜାମବାଦର ନନ୍ଦିପେଟ ଅଞ୍ଚଳରେ ଘଟିଛି । ବନ୍ଧୁତ୍ବ ଦିବସରେ ମଜା କରିବା ପାଇଁ ପାଣିରେ ଗାଧୋଇବାକୁ ଯାଇଥିଲେ କିଛି ବନ୍ଧୁ । ସେଠାରେ କିଛି ସମୟ ଗାଧୋଇବା ସହିତ ଫଟୋ ମଧ୍ୟ ଉଠାଇଥିଲେ । ସେମାନଙ୍କ ମଧ୍ୟରୁ ଶିବା ନାମକ ଜଣେ ଯୁବକ ବୁଡିଯିବା ପରେ ତାକୁ ବଞ୍ଚାଇବା ପାଇଁ ଅନ୍ୟ ଯୁବକ ଉଦୟ, ରାହୁଲ, ସାଇକ୍ରିଷ୍ଣା, ରୋହିତ ଓ ରାଜେନ୍ଦ୍ର ମଧ୍ୟ ବୁଡିଯାଇଥିଲେ ।

ସ୍ଥାନୀୟ ଲୋକେ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଖୋଜି ପାଇନଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ନନ୍ଦିପେଟ ପୋଲିସ ପହଞ୍ଚି ସେମାନଙ୍କୁ ଖୋଜିବା ବେଳେ ମାତ୍ର ୩ ଜଣ ସାଇକ୍ରିଷ୍ଣା, ରୋହିତ ଓ ରାଜେନ୍ଦ୍ରଙ୍କୁ ଉଦ୍ଧାର କରିଥିଲା । ରାତି ହୋଇଯିବା ଫଳରେ ଅନ୍ୟମାନଙ୍କୁ ଖୋଜି ପାଇନଥିଲା ପୋଲିସ । ତେବେ ଆଜି ସକାଳେ ଖୋଜିବା ପରେ ଅନ୍ୟ ୩ ଜଣଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି । ମୃତଦେହ ମିଳିବା ପରେ ସେଠାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.