ETV Bharat / bharat

Telangana poll: ନିର୍ବାଚନ ଆଚରଣ ବିଧି ଜାରି, 3 କୋଟି ଜବତ ସହ ଦୁଇ ଗିରଫ

author img

By ETV Bharat Odisha Team

Published : Oct 16, 2023, 4:52 PM IST

ତେଲେଙ୍ଗାନାରେ ନିର୍ବାଚନ ଆଚରଣ ବିଧି ମଧ୍ୟରେ ନାଲଗୋଣ୍ଡା ଜିଲ୍ଲାର ୱାଦାପଲ୍ଲୀ ଚେକ୍ ପୋଷ୍ଟରେ 3.04 କୋଟି ଟଙ୍କା ଜବତ । ଦୁଇ ଗିରଫ

ନିର୍ବାଚନ ଆଚରଣ ବିଧି ମଧ୍ୟରେ 3 କୋଟି ଟଙ୍କା ଜବତ

ହାଇଦ୍ରାବାଦ: ଆସନ୍ତା ମାସ 30 ତାରିଖରେ ନିର୍ବାଚନ ହେବାକୁ ଯାଉଥିବା ତେଲେଙ୍ଗାନାରେ ଏବେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି । ସ୍ବଚ୍ଛ ତଥା ନିର୍ବାଚନ ପ୍ରକ୍ରିୟାକୁ ଦୁର୍ନୀତିମୁକ୍ତ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଓ ସର୍ଚ୍ଚ ଅପରେସନ ଜାରି ରଖିଛି । ତେବେ ଗତକାଲି ନାଳଗୋଣ୍ଡା ଜିଲ୍ଲାରେ ଜବତ ହୋଇଛି ପ୍ରାୟ 3 କୋଟିରୁ ଅଧିକ ଟଙ୍କା । ଏଥିରେ ଦୁଇ ଜଣ ଗିରଫ ହୋଇଥିବା ମଧ୍ୟ ସ୍ଥାନୀୟ ପୋଲିସ ସୂଚନା ଦେଇଛି ।

ନାଲଗୋଣ୍ଡା ପୋଲିସ ଅଧୀକ୍ଷକ କହିଛନ୍ତି, ନିର୍ବାଚନ କମିଶନ ଗାଇଡଲାଇନ ଅନୁସାରେ, ସ୍ବଚ୍ଛ୍ବ ଓ ଅବାଧ ନିର୍ବାଚନକୁ ନିଶ୍ଚିତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଗତକାଲି (ରବିବାର) ନାଳଗୋଣ୍ଡାର ଓ୍ବାଦାପଲ୍ଲୀ ଚେକ୍‌ ପୋଷ୍ଟରେ ରୁଟିନ ଚେକିଂ ବେଳେ ଏକ କାରରୁ ପ୍ରାୟ 3.4 କୋଟି ନଗଦ ଟଙ୍କା ଜବତ କରାଯାଇଛି । ଏହି କାରରେ ଥିବା ବିପୁଲ କୁମାର ଭାଇ ଓ ଅମର ସିହ୍ନା ଜାଲା ନାମକ ଗୁଜୁରାଟର ଦୁଇ ଯୁବକଙ୍କୁ ଗିରଫ କରାଯାଇଛି । ସେମାନେ ଗାଡି ଚେକିଂ ବେଳେ କାର ସହ ଖସି ଯିବାକୁ ଉଦ୍ୟମ କରିଥିଲେ । ସେମାନଙ୍କୁ ପୋଲିସ ପରବର୍ତ୍ତୀ ଚେକପୋଷ୍ଟରେ ରୋକିବା ସହ ଗିରଫ କରିବାରେ ସଫଳ ହୋଇଛି । ଏତେ ପରିମାଣର ନଗଦ ଟଙ୍କା ସେମାନେ କେଉଁଆଡେ ନେଉଥିଲେ ସେନେଇ ଜେରା ଜାରି ରହିଥିବା ଏସପି କହିଛି ।

ଏହା ମଧ୍ୟ ପଢନ୍ତୁ:-ଶିବ କୁମାରଙ୍କୁ ଆଶ୍ବସ୍ତି: CBI ତଦନ୍ତ ଉପରେ ଜାରି ରହିତାଦେଶ ଉଠାଇବାକୁ ମନା କଲେ ସର୍ବୋଚ୍ଚ କୋର୍ଟ

ତେବେ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଏପର୍ଯ୍ୟନ୍ତ ମୋଟ 7.39 କୋଟି ଟଙ୍କା, 40 ଲକ୍ଷ ମୂଲ୍ୟର ମଦ, 1.71 କୋଟି ମୂଲ୍ୟର ଗଞ୍ଜେଇ, 80 ଲକ୍ଷ ମୂଲ୍ୟର ସୁନା ଅଳଙ୍କାର ମଧ୍ୟ ଜବତ ହୋଇ ସାରିଲାଣି । ନାଲଗୋଣ୍ଡା ଜିଲ୍ଲା ପୋଲିସ ପ୍ରଶାସନ ନିର୍ବାଚନ ଆଚରଣ ବିଧିକୁ କଡାକଡି ପାଳନ କରିବା ସମସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ସ୍ଥାନୀୟ ଏସପି କହିଛନ୍ତି । ରାଜ୍ୟରେ ଆସନ୍ତାମାସ (ନଭେମ୍ବର) 30 ରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ଆସନରେ ଭୋଟିଂ ହେବାକୁ ଯାଉଛି । ସେହିପରି ଡିସେମ୍ବର 3 ତାରିଖରେ ଅନ୍ୟ 4 ରାଜ୍ୟ ସହ ତେଲେଙ୍ଗାନାରେ ମଧ୍ୟ ଭୋଟ ଗଣତି ସହ ଜନାଦେଶ ପ୍ରକାଶ ପାଇବ । କେସିଆରଙ୍କ ଦଳ ଭାରତ ରାଷ୍ଟ୍ର ସମିତି ଶାସନରେ ଥିବା ବେଳେ କଂଗ୍ରେସ ବିରୋଧୀ ଦଳ ଭାବେ ରହିଛି । ତୃତୀୟ ପ୍ରତିଦ୍ବନ୍ଦୀ ଭାବେ ଭାରତୀୟ ଜନତା ପାର୍ଟି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.