ETV Bharat / bharat

ମହାକାଶରେ କାଟିଲେ 6ମାସ, ଫେରିଲେ 3 ଚୀନ ମହାକାଶଚାରୀ

author img

By

Published : Apr 16, 2022, 10:39 PM IST

ମହାକାଶରେ 6 ମାସ କାଟିବା ପରେ ପୃଥିବୀ ପୃଷ୍ଠକୁ ଫେରିଛନ୍ତି 3 ଚୀନି ମହାକାଶଚାରୀ ।ଗତବର୍ଷ (2021) ଅକ୍ଟୋବର 16 ତାରିଖରେ କରିଥିଲେ ଯାତ୍ରା । ଅଧିକ ପଢନ୍ତୁ

6 ମାସ ମହାକାଶରେ କାଟିବା ପରେ ପୃଥିବୀ ପୃଷ୍ଠକୁ ଫେରିଲେ 3 ଚୀନି ମହାକାଶଚାରୀ

ବେଜିଂ: ମହାକାଶରେ 6 ମାସ କାଟିବା ପରେ ପୃଥିବୀ ପୃଷ୍ଠକୁ ଫେରିଛନ୍ତି 3 ଚୀନି ମହାକାଶଚାରୀ । ଶେନଜୋ-13 ମାନବ ମହାକାଶ ଯାନରେ ମହାକାଶ ଯାତ୍ରା କରିଥିବା ତିନିଜଣ ଚାଇନାର ମହାକାଶଚାରୀ ସେମାନଙ୍କର ଛଅ ମାସର ସ୍ପେସ୍ ଷ୍ଟେସନ୍ ମିଶନ୍ ସମାପ୍ତ କରିବା ପରେ ଆଜି (ଶନିବାର) ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି । ଏହି 3 ମହାକାଶଚାରୀ ହେଲେ ଜାଇ ଜିଗାଙ୍ଗ, ୱାଙ୍ଗ ୟାପିଙ୍ଗ ଏବଂ ୟେ ଗୁଆଙ୍ଗଫୁ ।

ସ୍ଥାନୀୟ ନ୍ୟୁଜ୍ ଏଜେନ୍ସିରେ ପ୍ରସାରିତ ସୂଚନା ଅନୁସାରେ, ସ୍ଥାନୀୟ ସମୟ 9:56 ପୂବାହ୍ନ (Beijing Time) ଉତ୍ତର ଚାଇନାର ମୋଙ୍ଗୋଲିଆ ଅଞ୍ଚଳର ଡୋଙ୍ଗଫେଙ୍ଗ ଅବତରଣ ସ୍ଥଳରେ ଏହି ମହାକାଶ ଯାନ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିଛି । China Manned Space Agency (CMSA) କହିଛି ଏହି ମିଶନ ସମ୍ପୂର୍ଣ୍ଣ ସଫଳତାର ସହ ଶେଷ ହୋଇଛି ଏବଂ ଏହା ଚୀନର ମହାକାଶ ଗବେଷଣା କ୍ଷେତ୍ରରେ ଏକ ବଡ ସଫଳତା ମଧ୍ୟ ।

ଗତବର୍ଷ (2021) ଅକ୍ଟୋବର 16 ତାରିଖରେ ଉତ୍ତର-ପଶ୍ଚିମ ଚାଇନାର ଜିଓକାନ୍ ସାଟେଲାଇଟ୍ ଲଞ୍ଚ ସେଣ୍ଟରରୁ ଶେନଜୋ-13 ମହାକାଶ ଯାନକୁ ଉତକ୍ଷେପଣ କରାଯାଇଥିଲା । ଏଥିରେ 3ଚୀନି ମହାକାଶଚାରୀ ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । 6 ମାସର ମିଶନ ଶେଷ ହେବା ପରେ ସେମାନେ ଆଜି ସଫଳତାର ସହ ପୁଣି ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.