ETV Bharat / bharat

ତିନି ଆତଙ୍କୀଙ୍କୁ ବାନ୍ଧିଲା NIA

author img

By

Published : Oct 11, 2021, 12:34 PM IST

Updated : Oct 11, 2021, 12:52 PM IST

ISIS ଆତଙ୍କୀ ସଂଗଠନ ସହ ଲିଙ୍କ ଥିବା ନେଇ ତିନି ଜଣଙ୍କୁ ଏନଆଇଏ ଗିରଫ କରିଛି । ରବିବାର ଦିନ ଦକ୍ଷିଣ କାଶ୍ମୀରର ଶ୍ରୀନଗର ଏବଂ ଅନନ୍ତନାଗର ଆଠଟି ସ୍ଥାନରେ ଏନଆଇଏ ପକ୍ଷରୁ କରାଯାଇଥିଲା ସର୍ଚ୍ଚ ଅପରେସନ । ଅଧିକ ପଢନ୍ତୁ...

ତିନି ଆତଙ୍କୀଙ୍କୁ ବାନ୍ଧିଲା NIA
ତିନି ଆତଙ୍କୀଙ୍କୁ ବାନ୍ଧିଲା NIA

ଶ୍ରୀନଗର: ISIS ଆତଙ୍କୀ ସଂଗଠନ ସହ ଲିଙ୍କ ଥିବା ନେଇ ତିନି ଜଣଙ୍କୁ ଏନଆଇଏ ଗିରଫ କରିଛି । ରବିବାର ଦିନ ଦକ୍ଷିଣ କାଶ୍ମୀରର ଶ୍ରୀନଗର ଏବଂ ଅନନ୍ତନାଗର ଆଠଟି ସ୍ଥାନରେ ଏନଆଇଏ ପକ୍ଷରୁ କରାଯାଇଥିଲା ସର୍ଚ୍ଚ ଅପରେସନ । ଗିରଫ ହୋଇଥିବା ତିନି ଜଣ ହେଲେ ତଓ୍ବିଦ ଲାଫିଦ, ସୁହେଲ ଅହେମ୍ମହ ଓ ଅଫସାନ ପରବିଜ ବୋଲି ଜଣାପଡିଛି । ସମସ୍ତଙ୍କ ଘର ଶ୍ରୀନଗରରେ ହୋଇଥିବା ସୂଚନା ଦେଇଛି ଏନଆଇଏ । ISIS ଆତଙ୍କୀ ସଂଗଠନ ଭାରତରେ ହିଂସା ସୃଷ୍ଟି କରିବା ପାଇଁ ଯୋଜନା କରୁଛି । ମୁସଲିମ ଯୁବ ଗୋଷ୍ଠୀଙ୍କୁ ଏଥିପାଇଁ ଅସ୍ତ୍ର କରୁଛି । ବିଭିନ୍ନ ଜୋନରୁ କାର୍ଯ୍ୟ କରୁଥିବା ଆଇଏସଆଇଏସ ଆତଙ୍କବାଦୀମାନେ ସେମାନଙ୍କର କ୍ୟାଡରମାନଙ୍କ ସହିତ ଭାରତରେ ଏକ ନେଟୱାର୍କ ସୃଷ୍ଟି କରିଛନ୍ତି । ଯେଉଁଥିରେ ସେମାନଙ୍କର ପ୍ରଚାର ହେବା ସହ ସଦସ୍ୟମାନଙ୍କୁ ନିଯୁକ୍ତି ଦେବାକୁ ଉତ୍ସାହିତ କରୁଛନ୍ତି ।

ଏହାପୂର୍ବରୁ, ଏନେଇ ଏନଆଇଏ ଏକ ମାମଲା ରୁଜୁ କରିଥିଲା । ଏହି ଘଟଣାରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ତଦନ୍ତରୁ ଏହା ଜଣାପଡିଛି ଯେ,ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସମ୍ପର୍କ ପାକିସ୍ତାନ ଏବଂ ଆଫଗାନିସ୍ତାନର ISIS ଆତଙ୍କୀ ସଂଗଠନ ସହ ଲିଙ୍କ ରହିଛି । ଆତଙ୍କୀ ସଂଗଠନ ସହ ଜଡିତ କିଛି ବ୍ୟକ୍ତିମାନେ କାଶ୍ମୀରରେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଛନ୍ତି । ଏହା ସହିତ ଅଲ ଇଣ୍ତିଆ ସେଣ୍ଟ୍ରିକ ଅନଲାଇନ ମାଗାଜିନ 'ଭଏସ୍ ଅଫ୍ ହିନ୍ଦ' ଏକ ମାସିକ ଅନଲାଇନ ପତ୍ରିକା ମଧ୍ୟ ଏଥିରେ ଯୋଡି ହୋଇଛି । ଏହାର ଉଦ୍ଦେଶ୍ୟ ହେଲା ଭାରତରେ ହିଂସାକୁ ଉସକେଇବା, ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରିବା ପାଇଁ ଯୁବକଙ୍କ ପ୍ରୋସାହିତ କରିବା, ଦେଶ ବିରୋଧରେ ବିଚ୍ଛିନ୍ନତା ଓ ସାମ୍ପ୍ରଦାୟିକ ଘୃଣାର ଭାବନା ଜାଗ୍ରତ କରିବା ପାଇଁ ଯୁବକମାନଙ୍କୁ ଉତ୍ସାହିତ କରିବା । ରବିବାର ଦିନ ଏନଆଇଏ ଏଠାରେ ଚଢାଉ କରିଥିଲା । ମୋବାଇଲ୍ ଫୋନ୍, ଟାବଲେଟ୍, ଲାପଟପ୍, ହାର୍ଡ ଡିସ୍କ , ଡିଜିଟାଲ୍ ଉପକରଣ ଜବତ ହୋଇଛି ବୋଲି ଏନଆଇଏ ମୁଖପାତ୍ର କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 11, 2021, 12:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.