ETV Bharat / bharat

‘ଧାରା 370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ପୂରଣ ହୋଇଛି 29,295 ପଦବୀ’ - ଧାରା 370 ଉଚ୍ଛେଦ ପ୍ରସଙ୍ଗ

ଧାରା 370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ପୂରଣ ହୋଇଛି 29,295 ପଦବୀ । ଗୃହକୁ ଅବଗତ କଲେ କେନ୍ଦ୍ର ସରକାର । ଅଧିକ ପଢନ୍ତୁ

‘ଧାରା 370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ପୂରଣ ହୋଇଛି 29,295 ପଦବୀ ’

author img

By

Published : Jul 26, 2023, 9:38 PM IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଧାରା-370 ରଦ୍ଦ ହେବା ପରେ ମୋଟ 29,295 ପଦବୀ ପୂରଣ ହୋଇଛି । ଆଜି ମୌସୁମୀ ଅଧିବେଶନରେ ରାଜ୍ୟସଭାରେ କେନ୍ଦ୍ର ସରକାର ଏହି ତଥ୍ୟ ରଖିଛନ୍ତି । ଜଣେ ସଦସ୍ୟଙ୍କ ପ୍ରଶ୍ନରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ସଦନରେ ଏହି ଲିଖିତ ତଥ୍ୟ ଉପସ୍ଥାପନ କରିଛନ୍ତି ।

ମନ୍ତ୍ରୀ ରାୟ କହିଛନ୍ତି, "ଜାମ୍ମୁ କାଶ୍ମୀର ପ୍ରଶାସନ ସରକାରୀ ବିଭାଗରେ ନିଯୁକ୍ତି କ୍ଷେତ୍ରରେ ଅନେକ ଶାସନ ସଂସ୍କାର ଆଣିଛନ୍ତି । ଧାରା 370 ରଦ୍ଦ ହେବା ପରେ ସେଠାରେ ଏକ ବିଶାଳ ନିଯୁକ୍ତି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଜମ୍ମୁ କାଶ୍ମୀର ପ୍ରଶାସନର ବିଭିନ୍ନ ବିଭାଗରେ ମୋଟ 29,295 ପଦବୀ ପୂରଣ କରାଯାଇଛି । ସେହିପରି ନିଯୁକ୍ତି ଏଜେନ୍ସିମାନେ 7,924 ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ଓ 2,504ଟି ପଦବୀ ପାଇଁ ପରୀକ୍ଷା ମଧ୍ୟ କରାଯାଇଛି । ସରକାରରେ ଖାଲିଥିବା ପଦବୀ ଚିହ୍ନଟ ଏବଂ ନିଯୁକ୍ତି ଏକ ନିରନ୍ତର ପ୍ରକ୍ରିୟା । ଏହା ଜାରି ରହିଛି ।" ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିଭିନ୍ନ ବିଭାଗ ମାଧ୍ୟମରେ ବିଭିନ୍ନ ସ୍ୱୟଂ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରି ବେରୋଜଗାରୀକୁ ହ୍ରାସ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରିବା ଜାରି ରଖିଛନ୍ତି ।

2019 ଅଗଷ୍ଟରେ ଜମ୍ମୁ ଓ କାଶ୍ମୀରରେ ଧାରା 370 ଓ ଅନୁଚ୍ଛେଦ-କ ଉଚ୍ଛେଦ କରିବା ପରେ ଘାଟିରେ ଅନେକ କ୍ଷେତ୍ରରେ ସୁଧାର ଆସିଥିବା ଦାବି କରି ଆସିଛନ୍ତି ସରକାର । ଘାଟିରେ ଆଇନ ଶୃଙ୍ଖଳା ଓ ଆତଙ୍କବାଦରେ ରୋକ୍‌ ଲାଗିଛି । ଭାରତୀୟ ସୁରକ୍ଷା ବଳକୁ ପଥରମାଡ଼ ଘଟଣା ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ସେହିପରି ଆତଙ୍କବାଦୀଙ୍କ ମୃତ୍ୟୁରେ ଶୋଭାଯାତ୍ରା ବାହାରିବା ସହ ଭାରତ ବିରୋଧୀ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା କେନ୍ଦ୍ର ସରକାର ଦାବି କରିଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ :-Monsoon Session 2023: ଅଚଳାବସ୍ଥା ଜାରି, କାଲି ଯାଏଁ ଉଭୟ ସଦନ ମୁଲତବୀ

କେବଳ ଆତଙ୍କବାଦ କି ବିଚ୍ଛିନ୍ନତାବାଦ କାର୍ଯ୍ୟକଳାପ ନୁହେଁ ବରଂ ଘାଟିରେ ସାଧାରଣ ଲୋକଙ୍କ ଜୀବନଧାରଣରେ ମଧ୍ୟ ପରିବର୍ତ୍ତନ ଆସିଛି । ପର୍ଯ୍ୟଟନର ବିକାଶ ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି । ଚଳିତ ଥର ଭାରତ ଅଧ୍ୟକ୍ଷତାରେ ଜାରି ରହିଥିବା ଜି20 ସମ୍ମିଳନୀର ଏକାଧିକ ଗୁରୁତ୍ବପୂର୍ଣ୍ଣ ବୈଠକ ମଧ୍ୟ ଶ୍ରୀନଗର ସମେତ ଘାଟିର ଅନ୍ୟ କିଛି ପ୍ରମୁଖ ସ୍ଥାନରେ ରଖାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.