ETV Bharat / bharat

ସୁରତରେ ଅମାନୁଷିକ କାଣ୍ଡ, ୪ ବର୍ଷର ଶିଶୁକନ୍ୟା ଦୁଷ୍କର୍ମର ଶିକାର

Minor Rape Case in Surat: ଗୁଜୁରାଟର ସୁରତରେ ଶିଶୁକନ୍ୟା ହୋଇଛି ଦୁଷ୍କର୍ମର ଶିକାର । ପଡ଼ିଶା ଘରେ ରହୁଥିବା ୨୯ ବର୍ଷୀୟ ଯୁବକ ମୁଖ୍ୟ ଅଭିଯୁକ୍ତ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 14, 2023, 11:07 PM IST

ସୁରତରେ ଅମାନୁଷିକ କାଣ୍ଡ , ୪ ବର୍ଷର ଶିଶୁକନ୍ୟା ଦୁଷ୍କର୍ମର ଶିକାର

ସୁରତ: ଗୁଜୁରାଟରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ପୁଣି ଆଉ ଏକ ନିଷ୍ପାପ ଶିଶୁ ହୋଇଛି ଦୁଷ୍କର୍ମର ଶିକାର । ସୁରତରେ ୨୯ ବର୍ଷୀୟ ଜଣେ କାମୁକ ପିଶାଚ ଏକ ୪ ବର୍ଷର ଶିଶୁ କନ୍ୟା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ଶିଶୁ କନ୍ୟାକୁ ନିର୍ଦ୍ଦୟତା ସହ ପିଟିବା ସହ ଘରେ ତାଲା ବନ୍ଦ କରି ଫେରାର ହୋଇ ଯାଇଛି । ଏନେଇ ପରିବାର ପକ୍ଷରୁ ପୋଲିସରେ ଅଭିଯୋଗ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ...Nabarangpur Shocker: ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ, ୨ ଶିକ୍ଷକ ଅଟକ

ଗତ ନଭେମ୍ବର ୧୧ ତାରିଖ ଦିନ ଏକ ଶ୍ରମିକ ପରିବାରର ୪ ବର୍ଷର ଶିଶୁ କନ୍ୟାଟି ଘର ପାଖରେ ଖେଳୁଥିବା ବେଳେ ପଡ଼ିଶା ଘରେ ରହୁଥିବା ଅଭିଯୁକ୍ତ ରଞ୍ଜନ ବିଶ୍ବାଳ ପିଲାଟିକୁ ନିଜ ଘରକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା । ଏହାସହ ପୀଡ଼ିତାର ମୁଣ୍ଡ ଏବଂ ବେକକୁ ଶକ୍ତ ଆଘାତ ଦେଇ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲା ଏବଂ ଘରେ ତାଲା ବନ୍ଦ କରି ଅଭିଯୁକ୍ତ ଫେରାର ହୋଇ ଯାଇଥିଲା । ଶିଶୁ କନ୍ୟାକୁ ପରିବାର ଲୋକ ଚାରିଆଡ଼େ ଖୋଜିବା ବେଳେ ତାର କାନ୍ଦିବାର ସ୍ବରକୁ ଶୁଣିପାରି ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ ...5 ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା: ଦୋଷୀକୁ ଜରିମାନା ସହ ଫାଶୀ ଦଣ୍ତାଦେଶ ଶୁଣାଇଲେ କୋର୍ଟ

ଏହି ମାମଲାରେ ସୁରତ ପୁଲିସର ଡିସିପି ବିଜୟ ସିଂହ ଗୁଜ୍ଜରଙ୍କ କହିବା ମୁତାବକ ଅଭିଯୁକ୍ତ ରଞ୍ଜନ ବିଶ୍ବାଳ ମନ୍ଦ ଉଦ୍ଦେଶ୍ୟରେ ନାବାଳିକାକୁ ଅପହରଣ କରି ଏହି ପୈଶାଚିକ କାଣ୍ଡ ଘଟାଇଛି । ପୀଡିତା ଜଣକ ଚିତ୍କାର କରି କାନ୍ଦିବା ପରେ ଅଭିଯୁକ୍ତ ଶିଶୁକନ୍ୟାକୁ ସେ ଅତି ନିର୍ମମ ଭାବେ ପିଟିଥିଲା । ନାବାଳିକାର ଶରୀରରେ ଆଭ୍ୟନ୍ତରୀଣ କ୍ଷତ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଏଣେ ଅଭିଯୁକ୍ତ ରଞ୍ଜନକୁ ଧରିବା ପାଇଁ ପୋଲିସ ଏକ ସ୍ପେଶିଆଲ୍ ଟିମ୍‌ ଗଠନ କରି ତନାଘନା ଆରମ୍ଭ କରିଛି । ଅଭିଯୁକ୍ତର ଘର ଓଡ଼ିଶା ହୋଇଥିବା ବେଳେ ତାର ସ୍ତ୍ରୀ ଏବଂ ୫ ବର୍ଷର ଝିଅ ଉତ୍ତରପ୍ରଦେଶରେ ରହୁଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । ଅଭିଯୁକ୍ତ ବିରୋଧରେ ହତ୍ୟା ଉଦ୍ୟମ ସମେତ ପୋକ୍ସୋ ଦଫା ଲାଗିଛି ।

ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.