ETV Bharat / bharat

Mumbai ‘INDIA’ Meet: 28ଦଳ ଯୋଗ ଦେଉଥିବା ସ୍ପଷ୍ଟ କଲେ ଶରଦ, କହିଲେ ବିଜେପି ସହିତ ଅଛନ୍ତି ମାୟାବତୀ

author img

By ETV Bharat Odisha Team

Published : Aug 30, 2023, 5:33 PM IST

Updated : Aug 30, 2023, 6:07 PM IST

ଆସନ୍ତାକାଲିଠାରୁ ମୁମ୍ବାଇରେ ଦୁଇଦିନିଆ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ସମ୍ମିଳନୀ । ଫୋକସରେ ମେଣ୍ଟ ଆବାହକ ଓ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଚର୍ଚ୍ଚା । ସାମିଲ ହେଉଛନ୍ତି 28 ରାଜନୈତିକ ଦଳର 63 ନେତା । ଅଧିକ ପଢନ୍ତୁ

INDIA bloc meet: କେଜ୍ରିଓ୍ବାଲଙ୍କ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହେଁ AAP

ମୁମ୍ବାଇ: ଆସନ୍ତାକାଲି ଠାରୁ ମୁମ୍ବାଇରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର 3ୟ ଦୁଇଦିନିଆ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଓ ମେଣ୍ଟ ଆବାହକ ଘୋଷଣା ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । ମେଣ୍ଟରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରଜେକ୍ଟ କରିବା ପାଇଁ ଯୋଜନାରେ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଆଜି ଏକାଧିକ ବଡ ନେତା ମୁମ୍ବାଇରେ ପହଞ୍ଚିବାରେ ଲାଗିଛନ୍ତି । ଆସନ୍ତାକାଲି ମୋଟ 28 ରାଜନୈତିକ ଦଳର ପ୍ରାୟ 63 ନେତା ଅଂଶଗ୍ରହଣ କରୁଥିବା ସ୍ପଷ୍ଟ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ବାର । ଏପଟେ ବିଜେପି ସହିତ ଅଛନ୍ତି ମାୟାବତୀ ବୋଲି କହିଲେ ଶରଦ ।

ଆଜି ବୈଠକ ପୂର୍ବର ଏହି 82 ବର୍ଷୀୟ ଭେଟେରାନ ରାଜନେତା ଶରଦ କହିଛନ୍ତି, ମୋଟ 28ଟି ରାଜନୈତିକ ଦଳରୁ 63 ଜଣ ନେତା ଆସନ୍ତାକାଲି ବୈଠକରେ ଅଂଶଗ୍ରହ କରିବା ପାଇଁ ମୁମ୍ବାଇ ଆସୁଛନ୍ତି । ବର୍ତ୍ତମାନର ସରକାରର ଏକ ବିକଳ୍ପ ସୃଷ୍ଟି କରିବାରେ ଏହି ବିରୋଧୀ ମେଣ୍ଟ (ଇଣ୍ଡିଆ) ସଫଳ ହେବା ନେଇ ସେ ଆଶାବାଦୀ ମଧ୍ୟ ରହିଛନ୍ତି । ସେହିପରି ଶିବସେନା ଉଦ୍ଭବ ଗୋଷ୍ଠୀ ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି, ଦେଶକୁ ବଞ୍ଚାିବା ପାଇଁ ବିରୋଧୀମାନେ ଏକାଠି ହୋଇଛନ୍ତି ।

ଆଜି ମୁମ୍ବାଇରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଞ୍ଚିଛନ୍ତି । ଗତକାଲି ଲାଲୁ ଓ ପୁଅ ତେଜସ୍ବୀ ଯାଦବ ମୁମ୍ବାଇରେ ପହଞ୍ଚି ସାରିଛନ୍ତି । ଆଜି ସଂଧ୍ୟା ସୁଦ୍ଧା ପ୍ରାୟ ସମସ୍ତ ସହଯୋଗୀ ଦଳର ମୁଖ୍ୟ ଓ ପ୍ରମୁଖ ନେତାମାନେ ମୁମ୍ବାଇରେ ପହଞ୍ଚିବେ । ଆସନ୍ତାକାଲି ଓ ସେପ୍ଟେମ୍ବର ପହିଲାରେ ଦୁଇ ଦିନି ଧରି ହେବାକୁ ଥିବା ବୈଠକରେ ବଡ ଘୋଷଣା ହେବା ନେଇ ଆଶା କରାଯାଉଛି । ମୁଖ୍ୟତଃ ମେଣ୍ଟର ଆବାହକ ପଦ, ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଓ ଲୋଗୋ ସହିତ ସାଙ୍ଗଠନିକ ଦାୟିତ୍ବ ବଣ୍ଟନ ଆଦି ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି ।

ଏହାରି ମଧ୍ୟରେ ଅନ୍ୟ କିଛି ଛାମୁଆ ନେତା ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଆଶାୟୀ ତାଲିକାରେ ଯୋଡି ହେଲେଣି । ଆମ ଆଦମୀ ପାର୍ଟି ପ୍ରତିଷ୍ଠାତା ତଥା ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନାମ ମଧ୍ୟ ଯୋଡି ହୋଇଛି । କେଜ୍ରିଓ୍ବାଲଙ୍କୁ ଦଳ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁଥିବା କହିଛନ୍ତି ଦଳର ଜାତୀୟ ମୁଖପାତ୍ର ପ୍ରିୟଙ୍କା କାକ୍କର । ପ୍ରିୟଙ୍କାଙ୍କ ଏପରି ଇସାରା ପରେ ଆମ ଆଦମୀ ପାର୍ଟି କେଜ୍ରିଓ୍ବାଲଙ୍କୁ ନେଇ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ଆଶାରେ ଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

ଆଜି ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ପ୍ରିୟଙ୍କା କହିଛନ୍ତି,‘‘ ତାଙ୍କୁ ଯଦି ଇଣ୍ଡିଆମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପ୍ରସଙ୍ଗରେ ପ୍ରଶ୍ନ କରାଯାଏ, ତେବେ କେଜ୍ରିଓ୍ବାଲଙ୍କୁ ମେଣ୍ଟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବା ଉଚିତ । କାରଣ ଅରବିନ୍ଦ କେଜ୍ରିଓ୍ବାଲ ଏବେ ଲୋକଙ୍କ ସମସ୍ୟା ଓ ସାଧାରଣ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଜଣେ ଚ୍ଯାଲେଞ୍ଜର ଭାବେ ସାମ୍ନାକୁ ଆସିଛନ୍ତି । ତେଣୁ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମେଣ୍ଟ ଘୋଷଣା କରିବା ଉଚିତ ।’’

ଏହା ମଧ୍ୟ ପଢନ୍ତୁ :-INDIA VS NDA: ଅରବିନ୍ଦ କେଜ୍ରିୱାଲ ହୁଅନ୍ତୁ ବିପକ୍ଷଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ, ମୁମ୍ବାଇ ବୈଠକ ପୂର୍ବରୁ ଆପର ଦାବି

ବିରୋଧୀଙ୍କୁ ଏକାଠି କରିଥିବା ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ସମ୍ଭାବ୍ୟ ପ୍ରଧାନମନ୍ତ୍ରୀ ତାଲିକାରେ ରହିଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ଦିଲ୍ଲୀ ବ୍ୟତୀତ ପଞ୍ଜାବରେ ମଧ୍ୟ ସରକାର ଗଠନ କରିବା ପରେ ଆମ ଆଦମୀ ପାର୍ଟିର ପ୍ରଭାବ ବଢିଛି । କଂଗ୍ରେସକୁ ଛାଡି ଦେଲେ ଆପ ହିଁ ଦୁଇଟି ସରକାରରେ କ୍ଷମତାରେ ରହିଛି । ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପି ବିରୋଧରେ ନିର୍ବାଚନ ଲଢି ବିଫଳ ହୋଇଥିବା ଆମ ଆଦମୀ ପାର୍ଟି ଭୋଟ ସଂଖ୍ୟା ଦୃଷ୍ଟିରୁ ଏବେ ନୂଆ ଜାତୀୟ ଦଳ ଭାବେ ମଧ୍ୟ ସ୍ବୀକୃତି ପାଇସାରିଛି । ଅରବିନ୍ଦ କେଜ୍ରିଓ୍ବାଲ ଏବେ ରାଜସ୍ଥାନ ଓ ଛତିଶଗଡରେ ମଧ୍ୟ ନିର୍ବାଚନ ଲଢିବାକୁ ଯାଉଛନ୍ତି । ତେଣୁ ତାଙ୍କ ଦଳ ଆମ ଆଦମୀ ପାର୍ଟି ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ପାଇଁ ମେଣ୍ଟ ଉପରେ ଚାପ ପକାଇବାରେ । ଆଜି ପ୍ରିୟଙ୍କା କାକ୍କରଙ୍କ ଏହି ପ୍ରତ୍ରିକ୍ରିୟାରୁ ଦଳ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦେଖିବାକୁ ଇଚ୍ଛା ରଖିଥିବା ସ୍ପଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 30, 2023, 6:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.