ETV Bharat / bharat

କେରଳରେ ଗୋଟିଏ ଦିନରେ 2,791 ନୂଆ ସଂକ୍ରମଣ, 16 ମୃତ

author img

By

Published : Mar 6, 2021, 7:25 PM IST

କେରଳରେ ଆଜି ଗୋଟିଏ ଦିନରେ 2,791 ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ଜଣା ପଡିଛି । ଅଧିକ ପଢନ୍ତୁ...

କେରଳରେ ଗୋଟିଏ ଦିନରେ  2,791 ନୂଆ ସଂକ୍ରମଣ, 16 ମୃତ
କେରଳରେ ଗୋଟିଏ ଦିନରେ 2,791 ନୂଆ ସଂକ୍ରମଣ, 16 ମୃତ

ଥିରୁଅନନ୍ତପୁରମ : କେରଳରେ ଆଜି ଗୋଟିଏ ଦିନରେ 2 ହଜାର 7ଶହ 91 ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ଜଣାପଡିଛି । ସେହିପରି ଆଜି 16 ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଆଜି ସୁଦ୍ଧା ରାଜ୍ୟରେ 42 ହଜାର 819 ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି। ସେହିପରି ମୋଟ 4287 ଜଣଙ୍କ ମୃତ୍ୟୁ ହୋଇଛି । 10 ଲକ୍ଷ 27 ହଜାର 826 ଜଣ ବର୍ତ୍ତମାନ ସୁଦ୍ଧା କୋରୋନାରୁ ସୁସ୍ଥ ହୋଇ ଫେରିଥିବା ଜଣାପଡିଛି। ଏନେଇ ନିଜେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସୂଚନା ଦେଇଛନ୍ତି ।

ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ ମୋଟ 61,764 ନମୁନା ପରୀକ୍ଷା କରାଯାଇଥିଲା । ଗତକିଛି ଦିନ ହେଲା ରାଜ୍ୟରେ ପୁଣି ଥରେ ସଂକ୍ରମଣ ହାର ଉପର ମୁହାଁ ହେବାରେ ଲାଗିଛି । ଯାହା ଫଳରେ କେରଳ ସରକାର ପୁଣିଥରେ ରାଜ୍ୟରେ କୋଭିଡ କଟକଣା କଡାକଡି ଭାବେ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ବର୍ତ୍ତମାନ କେରଳ, ମହାରାଷ୍ଟ୍ରରେ କୋଭିଡର ସଂକ୍ରମଣର ହାର ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.