ETV Bharat / bharat

p-305 ଟ୍ରାଜେଡି: ଏବେ ବି 26 ନିଖୋଜ

author img

By

Published : May 22, 2021, 1:23 PM IST

6 ଦିନ ହେବ ବୁଡିଲାଣି ବାର୍ଜ P-305 । ଏବେ ସୁଦ୍ଧା ଆହୁରୀ 26 ଜଣ ନିଖୋଜ ଅଛନ୍ତି । ବାର୍ଜରେ ଥିବା 15 କର୍ମଚାରୀଙ୍କ ସମେତ ଟଗ୍ ବୋଟରେ ଥିବା 11 କର୍ମଚାରୀ ନିଖୋଜ ଅଛନ୍ତି । ଅଧିକ ପଢନ୍ତୁ...

p-305 ଟ୍ରାଜେଡୀ
p-305 ଟ୍ରାଜେଡୀ

ମୁମ୍ବାଇ: 6 ଦିନ ହେବ ବୁଡିଲାଣି ବାର୍ଜ P-305 । ଏବେ ସୁଦ୍ଧା ଆହୁରି 26 ଜଣ ନିଖୋଜ ଅଛନ୍ତି । ବାର୍ଜରେ ଥିବା 15 କର୍ମଚାରୀଙ୍କ ସମେତ ଟଗ୍ ବୋଟରେ ଥିବା 11 କର୍ମଚାରୀ ନିଖୋଜ ଅଛନ୍ତି । ବର୍ତ୍ତମାନ ସୁଦ୍ଧା 60 ଜମଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାତ୍ୟା ତାଉ' ତେ ପ୍ରଭାବରେ ଆରବ ସାଗରରେ ସାମାନ୍ୟ ବୁଡି ଯାଇଥିଲା ବାର୍ଜ p-305। ଏହାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲା ଭାରତୀୟ ନୌସେନା ।

ଅନ୍ୟପକ୍ଷେ ଆଜି(ଶନିବାର) ସକାଳୁ INS ମକ୍କର, INS ତରାସା ସମୁଦ୍ରକୁ ଓହ୍ଲାଇଛି ଓ ଖୋଜାଖୋଜି ଆରମ୍ଭ କରିଛି । p-305 ରେ ଥିବା 261 କର୍ମଚାରୀଙ୍କ ମଧ୍ୟରୁ 186 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ପ୍ରକାଶଥାଉକି, ଗଲ୍ କନଷ୍ଟ୍ରକ୍ଟର ଏବଂ ସପୋର୍ଟ ଷ୍ଟେସନ 3 (ଏସଏସ -3) ଏବଂ ଡ୍ରିଲସିପ୍ ସାଗର ଭୂଷଣରେ ଥିବା ସମସ୍ତ 440 ଜଣଙ୍କୁ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଥିଲା ।

ମୁମ୍ବାଇ ପୋଲିସର ଜଣେ ଅଧିକାରୀଙ୍କ ଅନୁସାରେ, ବାତ୍ୟା ନେଇ ସୂଚନା ଥିବା ସତ୍ତ୍ବେ ବାର୍ଜ କ୍ୟାପ୍ଟେନ କୂଳକୁ ଆଣିନଥିଲେ । ଫଳରେ ସେଠାରେ ଥିବା କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.