ETV Bharat / bharat

ନୂଆବର୍ଷରେ ପିଇଦେଲେ 215 କୋଟି ଟଙ୍କାର ମଦ, ଗତବର୍ଷଠୁ 43କୋଟି ଅଧିକ - 215 କୋଟି ଟଙ୍କାର ମଦ

ଏଥର ବିନା କଟକଣାରେ ପାଳିତ ହେଲା ନୂଆବର୍ଷ । ଡିସେମ୍ବର 31ରେ ତେଲେଙ୍ଗାନାରେ ବିକ୍ରି ହୋଇଛି 215 କୋଟିର ମଦ (wine sale record in new year)। ଅଧିକ ପଢନ୍ତୁ

ନୂଆବର୍ଷରେ 215 କୋଟିର ମଦ ବିକ୍ରି
ନୂଆବର୍ଷରେ 215 କୋଟିର ମଦ ବିକ୍ରି
author img

By

Published : Jan 2, 2023, 7:14 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ବିନା କୌଣସି କଟକଣାରେ ପାଳିତ ହୋଇଛି ନୂଆବର୍ଷ 2023 (wine sale record in new year)। ୨୦୨୨ ବର୍ଷର ଶେଷ ଦିନରେ ରାଜ୍ୟରେ ବେଶ ଭଲ ମଦ ବିକ୍ରି ହୋଇଛି । ଚଳିତ ସେଲିବ୍ରେସନ କଟକଣା ମୁକ୍ତ ହୋଇଥିବା କାରଣରୁ ମଦ ଆସର ସହ ନୂଆବର୍ଷ ପାଳନ କରିବାକୁ ପସନ୍ଦ କରିଛନ୍ତି ଯୁବପିଢି । ରାଜ୍ୟରେ କେବଳ ଡିସେମ୍ବର 31 ତାରିଖରେ ବିକ୍ରି ହୋଇଛି 215 କୋଟି 74 ଲକ୍ଷ ଟଙ୍କାର ମଦ । ଏହା ମଧ୍ୟରେ 2,17,399 ଟି ପେଟି ମଦ ଓ 1,28,446 ପେଟି ବିଅର ବିଭିନ୍ନ ମଦ ଦୋକାନରେ ବିକ୍ରି ହୋଇଥିବା ଅବକାରୀ ରେକର୍ଡ କହୁଛି । ଯାହାକି କୋରାନା କଟକଣା ପରେ ମଦ ବିକ୍ରିରେ ସର୍ବକାଳୀନ ରେକର୍ଡ । ରାଜ୍ୟରେ କୌଣସି ସ୍ଥାନରେ ନୂଆବର୍ଷ ପାଳନ ଉପରେ କୌଣସି ପ୍ରକାର କଟକଣା ନଥିବା ଯୋଗୁଁ ମଦ ବିକ୍ରି ମଧ୍ୟ ଆଶାନୁରୂପକ ଭାବେ ବୃଦ୍ଧି ପାଇଛି ।

ନୂଆବର୍ଷରେ 215 କୋଟିର ମଦ ବିକ୍ରି
ନୂଆବର୍ଷରେ 215 କୋଟିର ମଦ ବିକ୍ରି

ଗତବର୍ଷ (2022) ଡିସେମ୍ବର 31ରେ ଏହି ମଦ ବିକ୍ରିର ପରିମାଣ ଥିଲା 171.93 କୋଟି । ଚଳିତବର୍ଷ ତାହାଠାରୁ 43 କୋଟି ଟଙ୍କାର ଅଧିକ ମଦ ବିକ୍ରି ହୋଇଛି । ସେହିପରି ଗତବର୍ଷ ଡିସେମ୍ବର ଶେଷ ସପ୍ତାହରେ ମଧ୍ୟ ମଦ ବିକ୍ରିର ହାର ଅଧିକ ରହିଥିଲା । ଶେଷ ସପ୍ତାହରେ 925.92 କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା ବେଳେ ଚଳିତବର୍ଷ ଏହି ବିକ୍ରି ପରିମାଣ 1,111.29 କୋଟି ରହିଛି । ଯାହାକି ଗତବର୍ଷଠାରୁ 185 କୋଟି ଅଧିକ ।

ଗତବର୍ଷ ପରି ଚଳିତବର୍ଷ ମଧ୍ୟ ତେଲେଙ୍ଗାନାରେ ମଦ ବିକ୍ର ପାଇଁ ନିର୍ଦ୍ଧାରିତ ସମୟଠାରୁ ଅଧିକ ଦୁଇ ଘଣ୍ଟା ମିଳିଥିଲା । ତାହା ମଧ୍ୟ ବିକ୍ରି ପରିମାଣ ବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଉଛି । ଦୁଇ ବର୍ଷ ପରେ ଦେଶରେ କୋଭିଡ ନିୟନ୍ତ୍ରଣରେ ଥିବା ଯୋଗୁଁ ହୋଟେଲ ଓ ଅନ୍ୟସ୍ଥାନରେ ସାମୁହିକ ନବବର୍ଷ ପାଳନ କରିବାରେ କୌଣସି ପ୍ରଶାସନିକ କଟକଣା ନଥିଲା । ତେଣୁ ଯୁବପିଢି ପୂର୍ବପରି କଟକଣାମୁକ୍ତ ନୂଆବର୍ଷ ପାଳନ କରିଛନ୍ତି । ମଦ ବିକ୍ରି ବୃଦ୍ଧି ସାଙ୍ଗକୁ ମଦ୍ୟପାନ କରି ଡ୍ରାଇଭ୍‌ ରୋକିବା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲା ପୋଲିସ । ରାଜଧାନୀ ହାଇଦ୍ରାବାଦ ସମେତ ରାଜ୍ୟର ବିଭିନ୍ନ ସହରରେ ଜିରୋ-ନାଇଟ ସେଲିବ୍ରେସନ ସମୟରେ ଗାଡି ଚେକିଂ କରିଥିଲା ପୋଲିସ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.