ଡେରାଡୁନ: ଆଗକୁ ଉତ୍ତରାଖଣ୍ତ ବିଧାନସଭା ନିର୍ବାଚନ । ଏନେଇ ଉତ୍ତରାଖଣ୍ତରେ ଆପକୁ ମଜବୁତ କରିବା ପାଇଁ ଏବେଠୁ ଡେରା ପକାଇଲେଣୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ଅରବିନ୍ଦ କେଜ୍ରିୱାଲ ଆସନ୍ତାକାଲି(ସୋମବାର) ଡେରାଡୁନକୁ ଗସ୍ତ କରିବେ । ଦୁଇ ମାସ ମଧ୍ୟରେ ତାଙ୍କର ଏହା ଦ୍ୱିତୀୟ ଗସ୍ତ । କେଜ୍ରିୱାଲ ହାତିବାଡକାଲା ଠାରୁ ଡେରାଡୁନର କ୍ଲକ୍ ଟାୱାର ପର୍ଯ୍ୟନ୍ତ 11 ଟାରେ ଏକ ରୋଡ ସୋ ମଧ୍ୟ କରିବେ । ଏହାପରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଯଦି ଉତ୍ତରାଖଣ୍ତରେ ଆମ ଆଦମୀ ପାର୍ଟ କ୍ଷମତାକୁ ଆସେ । ତେବେ ପୂର୍ବରୁ ଦିଆଯାଇଥିବା 4ଟି ବିଦ୍ୟୁତ ସଂକ୍ରାନ୍ତୀୟ ପ୍ରତିଶୃତି ଦଳ କରିବ ବୋଲି କୁହାଯାଇଛି ।
ଯଦି ଉତ୍ତରାଖଣ୍ତରେ ଆପ ସରକାର ଗଢେ । ତେବେ, 300 ୟୁନିଟ୍ ମାଗଣା ବିଜୁଳି ବିତରଣ କରାଯିବା, ପୁରୁଣା ବିଦ୍ୟୁତ୍ ବିଲକୁ ଛାଡ କରାଯିବ, କୃଷକଙ୍କୁ ୨୪ ଘଣ୍ଟିଆ ବିଜୁଳି ସେବା ମାଗଣା ମିଳିବ । ଏହାସହ ଦିଲ୍ଲୀ ମଡେଲ କଥା ମଧ୍ୟ କହିଥିଲେ । ଉତ୍ତରପ୍ରଦେଶକୁ ଦିଲ୍ଲୀ ସହିତ ତୁଳନା କରି ସେ କହିଛନ୍ତି ଯେ, ଦିଲ୍ଲୀ ଅନ୍ୟ ରାଜ୍ୟରୁ ବିଜୁଳି କିଣୁଛି । କିନ୍ତୁ ଦିଲ୍ଲୀରେ ମାଗଣା ବିଜୁଳୀ ଯୋଗାଇ ଦିଆଯାଉଛି । ଉତ୍ତରାଖଣ୍ଡର ଲୋକମାନେ ମାଗଣା ବିଜୁଳି ପାଇବା ଉଚିତ ନୁହେଁ କି ବୋଲି ପ୍ରଶ୍ନ କରିଥିଲେ କେଜ୍ରିୱାଲ । ପ୍ରଥମ ଥର ଗସ୍ତରେ ଉତ୍ତରାଖଣ୍ତବାସୀଙ୍କୁ ଏଭଳି ପ୍ରଶ୍ନ କରିଥିଲେ ଆପ ମୁଖ୍ୟ ।
ବିଜେପି ଲଗାତର ଉତ୍ତରାଖଣ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରୁଛି । ଉତ୍ତରାଖଣ୍ତରୁ ପୂର୍ବତନ ଆର୍ମି ଅଫିସର ଅଜୟ କୋଠିଆଲଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ବୋଲି ସ୍ଥିର କରିସାରିଛି । କୋଠିଆଲଙ୍କୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ତୁଳନା କରିଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । କୋଠିଆଲ ହେଉଛନ୍ତି ଜଣେ ଦେଶଭକ୍ତ ‘ଭୋଲେ କି ଫୌଜି’ । ଧାମୀ ହେଉଛନ୍ତି ଦୁର୍ନୀତିଗ୍ରସ୍ତ । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ପାହାଡ ରାଜ୍ୟରେ କ୍ରମାଗତ ଭାବରେ ଦୁର୍ନୀତିଗ୍ରସ୍ତ ସରକାର ଚାଲୁଥିବାରୁ ଉଭୟ ବିଜେପି ଏବଂ କଂଗ୍ରେସକୁ ନିନ୍ଦା କରିଛନ୍ତି ମନୀଷ ସିସୋଦିଆ । ଫେବୃଆରୀ 2022ରେ ଉତ୍ତରାଖଣ୍ତରେ ମତଦାନ ହେବ ।