ETV Bharat / bharat

ଗାନ୍ଧୀ ମଇଦାନ ବିସ୍ଫୋରଣ ମାମଲା; ଆଜି ସଜ୍ଜା ଶୁଣାଇବେ NIA ସ୍ପେଶାଲ କୋର୍ଟ - ଏନଆଇଏର ସ୍ପେଶାଲ କୋର୍ଟ

ବହୁ ଚର୍ଚ୍ଚିତ ଗାନ୍ଧୀ ମଇଦାନ ବିସ୍ଫୋରଣ ମାମଲା । ଆଜି ଏ ଘଟଣାର ସଜ୍ଜା ଶୁଣାଇବେ ଏନଆଇଏର ସ୍ପେଶାଲ କୋର୍ଟ । ଅଧିକ ପଢନ୍ତୁ...

ଗାନ୍ଧୀ ମଇଦାନ ବିସ୍ଫୋରଣ ମାମଲା; ଆଜି ସଜା ଶୁଣାଇବେ NIA ସ୍ପେଶାଲ କୋର୍ଟ

author img

By

Published : Nov 1, 2021, 10:10 AM IST

ପାଟନା: ବହୁ ଚର୍ଚ୍ଚିତ ଗାନ୍ଧୀ ମଇଦାନ ବିସ୍ଫୋରଣ ମାମଲା । ଆଜି ଏ ଘଟଣାର ସଜ୍ଜା ଶୁଣାଇବେ ଏନଆଇଏର ସ୍ପେଶାଲ କୋର୍ଟ । ଏହି ବହୁ ଚର୍ଚ୍ଚିତ ମାମଲାରେ କୋର୍ଟ ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ମୁକ୍ତ କରି ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବଳିଷ୍ଠ ପ୍ରମାଣ ଅଭାବରୁ ଅଭିଯୁକ୍ତ ଫକରୁଦ୍ଦିନଙ୍କୁ ଖଲାସ କରାଯାଇଥିଲା ।

ସୂଚନା ଅନୁସାରେ, ୨୦୧୩ ଅକ୍ଟୋବର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ସମୟରେ ଗାନ୍ଧୀ ମଇଦାନରେ ବୋମା ବିସ୍ଫୋରଣ ହୋଇଥିଲା। ମୋଦିଙ୍କ ହୁଙ୍କାର ରାଲି ସମୟରେ ସିରିଏଲ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ପ୍ରାୟ ୮୪ ଜଣ ଆହତ ହୋଇଥିଲେ । ଏହି ବିସ୍ଫୋରଣ ସମୟରେ ମୋଦିଙ୍କ ସହିତ ବିଜେପି ବହୁ ବରିଷ୍ଠ ନେତା ମଧ୍ୟ ଗାନ୍ଧୀ ମଇଦାନରେ ଉପସ୍ଥିତ ଥିଲେ । ସେହି ଦିନରେ ପାଟନା ଜଙ୍କସନ ରେଳ ଷ୍ଟେସନରେ ମଧ୍ୟ ଏକ ବିସ୍ଫୋରଣ ହୋଇଥିଲା । ସେଠାରେ ଆୟୋଜିତ ହେବାକୁ ଥିବା ରାଲିରେ ତତ୍କାଳୀନ ସିଏମ୍ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ଅନେକ ନେତା ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା ।

ନଭେମ୍ବର ୬, ୨୦୧୩ରେ ଗାନ୍ଧୀ ମଇଦାନ ବିସ୍ଫୋରଣ ମାମଲାର ତଦନ୍ତ ଭାର ଏନଆଇଏକୁ ଦିଆଯାଇଥିଲା । ୨୦୧୪ ଅଗଷ୍ଟ ୨୧ ତାରିଖରେ ମୋଟ ୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ଏନଆଇଏ । 11 ଜଣଙ୍କ ମଧ୍ୟରୁ ୧୦ ଜଣ ଇସଲାମିକ ମୁମେଣ୍ଟ ଅଫ ଇଣ୍ତିଆ (SIMI) ଛାତ୍ର ରହିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବାରୁ ତାକୁ ୩ ବର୍ଷ ପାଇଁ ସୁଧାର ଗୃହକୁ ପଠାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.