ETV Bharat / bharat

ଆଜିଠୁ ଯନ୍ତରମନ୍ତରରେ କିଷାନ ସଂସଦ

author img

By

Published : Jul 21, 2021, 10:16 PM IST

Updated : Jul 22, 2021, 8:30 AM IST

ରାଜଧାନୀ ଦିଲ୍ଲୀର ଯନ୍ତରମନ୍ତର ଠାରେ ପ୍ରତିବାଦ କରିବା ପାଇଁ କୃଷକଙ୍କୁ ଅନୁମତି ମିଳିଛି । ଆଜି ଯନ୍ତରମନ୍ତରଠାରେ ଆନ୍ଦୋଳନ କରିବେ ଚାଷୀ । ଅଧିକ ପଢନ୍ତୁ..

‘ଜନ୍ତରମନ୍ତରରେ ଏତତ୍ରିତ ହେବେ ୨ ଶହ କୃଷକ’
‘ଜନ୍ତରମନ୍ତରରେ ଏତତ୍ରିତ ହେବେ ୨ ଶହ କୃଷକ’

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଯନ୍ତରମନ୍ତରଠାରେ ପ୍ରତିବାଦ କରିବା ପାଇଁ କୃଷକଙ୍କୁ ଅନୁମତି ମିଳିଛି । ଆଜି ଯନ୍ତରମନ୍ତରଠାରେ ଆନ୍ଦୋଳନ କରିବେ ଚାଷୀ । ଶାନ୍ତିପୂର୍ଣ୍ଣ ଭାବରେ ଏହି ଆନ୍ଦୋଳନ ହେବ। ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆନ୍ଦୋଳନ କରିବା ନେଇ ଅନୁମତି ମିଳିଛି ।

ଯନ୍ତରମନ୍ତର ଠାରେ ପ୍ରତିବାଦ କରିବା ପାଇଁ କୃଷକଙ୍କୁ ଅନୁମତି ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ କିଷାନ ୟୁନିଅନର ନେତା ରାକେଶ ଟିକାୟତ । ସେ କହିଛନ୍ତି ଆନ୍ଦୋଳନରେ ୨୦୦ କୃଷକ ସାମିଲ ହେବେ । ପ୍ରାୟ 4 ରୁ 5ଟି ବସରେ ସିଙ୍ଗୁ ସୀମାରୁ କୃଷକମାନଙ୍କୁ ଜନ୍ତରମନ୍ତର ଅଭିମୁଖେ ଅଣାଯିବ ।

ପ୍ରତିବାଦ ଚାଲିଥିବା ବିଭିନ୍ନ ସ୍ଥାନରୁ କୃଷକମାନଙ୍କୁ ଏକତ୍ରିତ କରି ଦିଲ୍ଲୀ ଅଭିମୁଖେ ଅଣାଯିବା ନେଇ ସୂଚନା ଦେଇଛନ୍ତି ଟିକାୟତ । ସଂସଦର ମୌସୁମୀ ଅଧିବେଶନ ଶେଷ ନହେବା ପର୍ଯ୍ୟନ୍ତ ଆମର ଯନ୍ତରମନ୍ତରରେ ବିରୋଧ ଜାରି ରହିବ ବୋଲି ଟିକାୟତ ସୂଚନା ଦେଇଛନ୍ତି । କୃଷକ ବିକ୍ଷୋଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି ଦିଲ୍ଲୀ ପୋଲିସ । ଗତଥର ପରି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ବ୍ୟାପକ ବନ୍ଦବୋସ୍ତ କରିଛି ପୋଲିସ । ବିକ୍ଷୋଭ ପ୍ରଦର୍ଶନ ସ୍ଥଳ ଯନ୍ତରମନ୍ତରରେ କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର କମିଶନର ସତୀଶ ଗୋଲଚା ଏବଂ ଯୁ୍ଗ୍ମ କମିଶନର ଜସପାଲ ସିଂ ପରିଦର୍ଶନ କରିଛନ୍ତି ।

ତେବେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କୃଷକମାନଙ୍କୁ ଜୁଲାଇ 22 ରୁ ଅଗଷ୍ଟ 9 ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଅନୁମତି ଦେଇଛି । ପ୍ରତିଦିନ ସର୍ବାଧିକ 200 ବିକ୍ଷୋଭକାରୀଙ୍କୁ ଏକତ୍ରିତ ହେବା ନେଇ ଅନୁମତି ମିଳିଛି । ବିକ୍ଷୋଭସ୍ଥଳରେ କୋଭିଡ ପ୍ରୋଟୋକଲ ଅନୁପାଳନ କରିବା ବାଧ୍ୟତାମୂଳକ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 22, 2021, 8:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.