ETV Bharat / bharat

ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରିଛନ୍ତି କୋର୍ଟ: ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ସହ ୫୦୦୦ ଟଙ୍କା ଜରିମନା

author img

By

Published : Aug 18, 2023, 8:27 PM IST

Updated : Aug 18, 2023, 10:09 PM IST

ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ୨୦ ବର୍ଷ ଜେଲ୍ ଦଣ୍ଡ ଦେବା ସହ ୫୦୦୦ ଟଙ୍କା ଜରିମନା ଏବଂ ପୀଡିତାଙ୍କୁ ୪୫୦୦୦ ହଜାର କ୍ଷତିପୂରଣ ଦବା ପାଇଁ ନିର୍ଦେଶ ଦେଇଛନ୍ତି କୋର୍ଟ । ଅଧିକ ପଢନ୍ତୁ ..

ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରିଛନ୍ତି କୋର୍ଟ: ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ସହ ୫୦୦୦ ଟଙ୍କା ଜରିମନା
ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରିଛନ୍ତି କୋର୍ଟ: ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ସହ ୫୦୦୦ ଟଙ୍କା ଜରିମନା

ଗୁଜୁରାଟ: ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଗୁଜୁରାଟରେ ଜଣେ ନାବାଳିକାକୁ ୬ ଦିନଧରି ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ୫୦୦୦ ଟଙ୍କା ଜରିମନା ପକାଇଛନ୍ତି । ଏହା ସହ ପୀଡିତାଙ୍କୁ ୪୫୦୦୦ ଟଙ୍କା କ୍ଷତିପୂରଣ ଦବା ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି । ଗୁଜୁରାଟର ଅବଦୁଲ ମାଢି ନାମକ ଜଣେ ଅଟୋ ଚାଳକ ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହୋଇଥିଲେ ।

ସୂଚନାଯୋଗ୍ୟ ଗତ ୮ ଅକ୍ଟୋବର ,୨୦୨୨ ରେ ସାଗରିରା ନାଣକ ଜଣେ ନାବାଳିକା ଦୁଷ୍କର୍ମ ଶିକାର ହୋଇଥିଲେ । ସାଗାରିରାଙ୍କୁ ଅବଦୁଲ ମାଢି ନାମକ ଜଣେ ଅଟୋ ଚାଳକ ଦୁଷ୍କର୍ମ କରିଥିଲେ । ସାଗରିରା ଗୁଜୁରାଟର ସଚିନ୍ ପୋଲିସ ଥାନା ଅନ୍ତର୍ଗତ ଲାଜପୁର ଗାଁରେ ଘର ବୋଲି ସୂଚନା ମିଲିଛି । ସାଗରିରା ଗରିବ ଶ୍ରେଣୀର ଝିଅ ଥିଲେ । ସେ ଏକ ଗାର୍ମେଣ୍ଟ କମ୍ପାନୀରେ କାର୍ଯ୍ୟକରି ପରିବାରର ଭରଣ ପୋଷୋଣ କରୁଥିଲେ ।ନାବାଳିକା ଜଣକ ସବୁବେଳେ ଅଟୋ କିମ୍ବା ରିକ୍ସାରେ ଅଫିସକୁ ଯିବାଅସିବା କରୁଥିଲେ । ଗତ ୮ ଅକ୍ଟୋବରରେ ସେ ସବୁଦିନ ଭଳି ସେହି ଦିନ ମଧ୍ୟ କାର୍ଯ୍ୟ କିରୁଥିବା କମ୍ପାନୀ ଅଭିମୁଖେ ବାହାରିଥିଲେ । ସାଗରିରା ବଦୁଲ ଅଟୋରେ ବସି ବାହାରିଥିଲେ । ବଦୁଲ ସାଗରିରାଙ୍କୁ ସଚିନ୍‌ଠାରେ ଥିବା ମୁଲା ସୂତା କଳ ପାଖରେ ଛାଡି ଥିଲା । ବଦୁଲ ସେଠାରେ ନିଜ ଅଟୋକୁ ରଖି ସାଗରିରା ସହ ବସ ଯୋଗେ ଆଜମୀର ଚାଲି ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ ....ଦୁଷ୍କର୍ମ ମାମଲାରେ ଜେଲରେ ଥିଲା, ଜେଲରୁ ଫେରି ପୁଣି ଶିଶୁକନ୍ୟାକୁ ଦୁଷ୍କର୍ମ କଲା ଅଭିଯୁକ୍ତ

ଅହମ୍ଦାବାଦରୁ ଅଜମିର୍ ଯିବା ସମୟରେ ବଦୁଲ ଚଳନ୍ତା ବସରେ ସାଗରିରାଙ୍କୁ ଜୋର୍ ଜବରଦସ୍ତି ଶାରିରୀକ ସମ୍ପର୍କ ରଖିଥିଲା । ଏହା ପରେ ବଦୁଲ ମାଢି ସାଗରିରାକୁ ଆଜମୀରର ବୋର୍‌ଡି ଗାଁକୁ ନେଇଥିଲା ,ସେଠାରେ ମଧ୍ୟ ୬ଦିନ ଧରି ଦୁଷ୍କର୍ମ କରିଥିଲା । ଯେତେବେଳେ ପରିବାର ଲୋକ ଜଣିବାକୁ ପାଇଥିଲେ ବଦୁଲ ସାଗରିରାଙ୍କୁ ଦୁଷ୍କର୍ମ ଉଦେଶ୍ୟରେ ଅପହରଣ କରିଛି । ଏହା ପରେ ପରିବାର ଲୋକେ ସଚିନ୍‌ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିକ୍ତିକରି ସଚିନ୍‌ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବଦୁଲକୁ ଗିରଫ କରିଥିଲା । ପୋଲିସ ଏହି ଘଟଣାକୁ ଗମ୍ଭିରତା ସହ ନେଇ ୨୫ ଦିନ ମଧ୍ୟରେ ଅଭିଯୁକ୍ତ ବିରୁଧରେ ଚାର୍ଶିଟ ଦାଖଲ କରିଥିଲା ।

ସରକାରୀ ଓକିଲ ଦିପେଶ ଦାଭେ କହିଛନ୍ତି ,ଏହି ମାମଲାର ଫାଷ୍ଟ୍ରାକ୍‌ କୋର୍ଟରେ ଶୁଣାଣି କରି ଅଭିଯୁକ୍ତକୁ ଆଜୀବନ କୀରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଅବଦୁଲ ମାଢିଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ ଦେବା ସହ ୫୦୦୦ଟଙ୍କା ଜରିମନା ପକାଇଛନ୍ତି ।ଏହା ସହ ପୀଡିତାଙ୍କୁ ୪୫୦୦୦ ହଜାର କ୍ଷତିପୂରଣ ଦବା ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 18, 2023, 10:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.