ETV Bharat / bharat

Gaurikund Landslide: 20ରେ ପହଞ୍ଚିଲା ନିଖୋଜଙ୍କ ସଂଖ୍ୟା, 3ଦିନ ପରେ ବି ମିଳୁନି ପତ୍ତା

author img

By

Published : Aug 6, 2023, 7:53 PM IST

ଉତ୍ତରାଖଣ୍ଡ ଗୌରିକୁଣ୍ଡ ଭୂସ୍ଖଳନରେ ବଢିଲା ନିଖୋଜଙ୍କ ସଂଖ୍ୟା । ଘଟଣାକୁ 3 ଦିନ ବିତିଥିଲେ ସୁଦ୍ଧା ଏବେ ବି ମିଳୁନି ପତ୍ତା । ଅଧିକ ପଢନ୍ତୁ

Etv Bharat
Etv Bharat

ଡେରାଡୁନ: ଉତ୍ତରାଖଣ୍ଡ ଗୌରିକୁଣ୍ଡ ଭୂସ୍ଖଳନ ଘଟଣାରେ ଏଯାବତ 3 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ନିଖୋଜ ଅଛନ୍ତି 20 ଜଣ । ଘଟଣାକୁ 3 ଦିନ ବିତିଥିଲେ ସୁଦ୍ଧା ଏଯାବତ ନିଖୋଜ ବ୍ୟକ୍ତିଙ୍କ ପତ୍ତା ମିଳୁନଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି । ଏ ନେଇ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳ (SDRF) ପକ୍ଷରୁ ସୂଚନା ଦିଆଯାଇଛି । ଗତ 3 ତାରିଖଠାରୁ ଏଠାରେ ଲଗାତାର ଭୂସ୍ଖଳନ ହେଉଥିବା ଏସଡିଆରଏଫ ପକ୍ଷରୁ କୁହାଯାଇଛି ।

ଏନେଇ ଏସଡିଆରଏଫ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଗୌରିକୁଣ୍ଡ ଦାଟପୁଲିଆରେ ଭୂସ୍ଖଳନରେ ନିଖୋଜ ଥିବା ବ୍ୟକ୍ତିଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି । ଗତ ଶୁକ୍ରବାର ଦେବଭୂମି ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ଏହି ଭୂସ୍ଖଳନ ହୋଇଥିଲା । ତେବେ କେଦାରନାଥ ମନ୍ଦିର ରାସ୍ତାରେ ଏହି ଭୂସ୍ଖଳନ ହୋଇଥିବା ବେଳେ ଅନେକ ନିଖୋଜ ରହିଥିଲେ । ସେମାନଙ୍କୁ ଖୋଜିବା ଲାଗି ସମସ୍ତ ଉଦ୍ଧାରକାରୀ ଟିମ୍‌ ଏସଡିଆରଏଫ, ଏନ୍‌ଡିଆରଏଫ, ଡିଡିଆରଏଫ, ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ, ଜିଲ୍ଲା ପୋଲିସ, ୱାଟର ପୋଲିସ ଓ ଅଗ୍ନିଶମ ବାହିନୀ ଗତ 3 ଦିନ ଧରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ଏହା ବି ପଢନ୍ତୁ- କେଦାରନାଥ ଯାତ୍ରା ପଥରେ ଭୂସ୍ଖଳନ: 3 ମୃତ, ୧୭ରୁ ଅଧିକ ନିଖୋଜ

ଆଜି ଗଣମାଧ୍ୟମକୁ ସୂଚନା ଦେଇ ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର କହିଛନ୍ତି, "ଗୌରିକୁଣ୍ଡଠାରେ ହୋଇଥିବା ଭୂସ୍ଖଳନରେ 3 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 20 ଜଣ ନିଖୋଜ ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ଲାଗି ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ନିଖୋଜଙ୍କ ମଧ୍ୟରୁ 17 ଜଣ ନେପାଳର ମୂଳ ବାସିନ୍ଦା ।" ଅନ୍ୟପଟେ ଏହି ପ୍ରାକୃତିକ ବିପର୍ଯ୍ୟୟ ଘଟିବାର କିଛି ସମୟ ପରେ ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏନପି ସୌଦ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହିତ ଯୋଗାଯୋଗ କରିଥିଲେ । ଯଥାସମ୍ଭବ ଶୀଘ୍ର ନିଖୋଜଙ୍କୁ ଉଦ୍ଧାର କରିବା ଲାଗି ଅନୁରୋଧ କରିଥିଲେ ।

ନେପାଳ ସେକ୍ରେଟାରିଏଟର ସୂଚନା ଅନୁସାରେ ଫୋନ୍‌ ଯୋଗେ ମୁଖ୍ୟମନ୍ତ୍ରୀ ଧାମିଙ୍କ ସହିତ ଘଟଣାର ଅପଡେଟ୍‌ ନେଇଥିଲେ ନେପାଳ ବୈଦେଶିକ ମନ୍ତ୍ରୀ । ସୂଚନା ଅନୁସାରେ କେଦାରନାଥଠାରୁ ପ୍ରାୟ 16 କିମି ଦୂରରେ ଏହି ଭୂସ୍ଖଳନ ହୋଇଛି । ପ୍ରାଥମିକ ଭାବେ 17 ଜଣ ନିଖୋଜ ଥିବା ବେଳେ ଏହି ସଂଖ୍ୟା ଧୀରେଧୀରେ ବୃଦ୍ଧି ପାଇ ଏବେ 20ରେ ପହଞ୍ଚିଛି । ଏହି ଭୂସ୍ଖଳନ ଯୋଗୁଁ କିଛି ଦୋକାନ ଓ ହୋଟେଲ ସମ୍ପୂର୍ଣ୍ଣ ମାଟିରେ ମିଶି ଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.