ETV Bharat / bharat

ଆରବସାଗର କୂଳରେ ଲାଗିଲା ବିରାଟକାୟ ତିମି ଛୁଆ - କୂଲରେ ଲାଗିଲା ବିରାଟ କାୟ ତିମି ଛୁଆ

ଆରବସାଗର କୂଳରେ ଲାଗିଲା ବିରାଟ କାୟ ତିମି ଛୁଆ । ଯାହାର ଓଜନ 2 ଟନ ଏବଂ ଲମ୍ବ ପ୍ରାୟ 20ରୁ 25 ଫୁଟ ହେବ । ଅଧିକ ପଢନ୍ତୁ

ଆରବସାଗର କୂଳରେ ଲାଗିଲା ବିରାଟ କାୟ ତିମି ଛୁଆ
ଆରବସାଗର କୂଳରେ ଲାଗିଲା ବିରାଟ କାୟ ତିମି ଛୁଆ
author img

By ETV Bharat Odisha Team

Published : Aug 29, 2023, 7:28 AM IST

Updated : Aug 29, 2023, 9:31 AM IST

ଗୁଜୁରାଟ: ଆରବସାଗର କୂଳରେ ଲାଗିଲା ତିମି ଛୁଆ । ଗୁଜୁରାଟ ଆଲଫା ତହସିଲ ଅନ୍ତର୍ଗତ ମୋର୍‌ ଗାଁ ସମୁଦ୍ରକୂଳରେ ଦେଖିବାକୁ ମିଳିଛି ଏକ ବିରାଟ କାୟ ତିମି ଛୁଆ । ଯାହାର ଓଜନ 2 ଟନ ହେବ ବୋଲି ଜଣା ପଡିଛି ।ସମୁଦ୍ରରେ ଜୁଆର ଭଟ୍ଟା ଯୋଗୁଁ ମାଛଟି ସମୁଦ୍ରରୁ ଭାସି ଆସି କୂଳରେ ଲାଗିଛି ଯାହାର ଲମ୍ବ ପ୍ରାୟ 20ରୁ 25 ଫୁଟ ହେବ ବୋଲି ସୂଚନା ମିଳିଛି । ଏହି ଖବରଟି ତୁରନ୍ତ ଆଖ ପାଖ ଅଞ୍ଚଳରେ ମଧ୍ୟ ପବନ ବେଗରେ ବ୍ୟାପି ଯାଇଥିଲା । ତିମି ମାଛକୁ ଦେଖିବା ପାଇଁ ଲୋକଙ୍କ ମଧ୍ଯରେ କୌତୁହଳ ସୃଷ୍ଟି ହୋଇଥିଲା । ଯାହାଫଳର ସେଠାରେ ଲୋକମାନଙ୍କ ଗହଳି ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ ଗୁଜୁରାଟ ଆଲଫା ତହସିଲ ଅନ୍ତର୍ଗତ ମୋର୍‌ ଗାଁ ଜଣେ ଯୁବକ ସନ୍ଧ୍ୟରେ ସମୁଦ୍ରରୁ ମାଛ ଧରି ଘରକୁ ଫେରିବା ବେଳେ କୂଳରେ ଏକ ବଡ଼ ତିମି ଛୁଆ ଲାଗିଥିବା ଦେଖିଥିଲେ । ଏହା ପରେ ଯୁବକ ଜଣକ ଗ୍ରାମର ସବୁ ଲୋଙ୍କୁ ଜଣାଇଥିଲେ । ଜଳ ଅଭାବରୁ ବିରାଟକାୟ ମାଛଟି ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ଯାହାଫଳରେ ସ୍ଥାନୀୟ ଗ୍ରାମବାସୀ ତିମି ଛୁଆ ଉପରେ ସମୁଦ୍ର ପାଣି ଢାଳି ତାର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଏହା ପରେ ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ବିରାଟକାୟ ମାଛଟିର ଜୀବନ ବଞ୍ଚାଇବା କାର୍ଯ୍ୟରେ ଲାଗି ପଡିଥିଲା ।

ଏହା ମଧ୍ୟ ପଢନ୍ତୁ..ନୂତନ ପ୍ରଜାତିର ମୁରେନିଥିସ ହିବିନୋଇ ମାଛ ଚିହ୍ନଟ

ବନବିଭାଗ କର୍ମଚାରୀ ଦୀପକ ପଟେଲ ସୂଚନା ଦେଇଛନ୍ତି ଆରବସାଗରୁ ତିମି ଛୁଆଟି ଭାସି ଆସି କୂଳରେ ଲାଗିଛି । ଯାହାର ଓଜନ ପାଖା ପାଖି 2 ଟନ ହେବ ଏବଂ ଏହାର ଲମ୍ବ 20 ରୁ 25 ଫୁଟ ହେବ ବୋଲି ସୂଚନା ଦେଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମାଛଟି ଜୁଆର ପାଣିରେ ଫସିଯାଇଥିବାରୁ ସମୁଦ୍ର କୂଳରେ ଆସି ଲାଗିଛି । ଯଦି ଏହି ବିରାଟକାୟ ମାଛଟି ଜୀବିତ ରୁହେ ତାହାଲେ ପୁଣି ଏହା ସମୁଦ୍ରକୁ ଫେରିଯିବ ବୋଲି ସୂଚନା ମିଳିଛି ।

ପୂର୍ବରୁ 2020 ମସିହାରେ ପୁରୀ ଅସ୍ତରଙ୍ଗ ସମୁଦ୍ର କୂଳରେ ଏକ ମୃତ ତିମି ମାଛ ପଡ଼ିଥିବା ଦେଖିବାକୁ ମିଳିଥିଲା । ଅସ୍ତରଙ୍ଗର ଗୁଣ୍ଡୁଳୁବା ଗ୍ରାମ ନିକଟ ସମୁଦ୍ର କୂଳରେ ବିଶାଳ ମୃତ ତିମିଟି ପଡିରହିଥିଲା । ଯାହାର ଲମ୍ବ ରହିଛି ପ୍ରାୟ 30ରୁ 35 ଫୁଟ । ତିମିଟି ପଚି ଯାଇଥିବା ବେଳେ ମୃତ ତିମିକୁ ଦେଖିବାକୁ ସମୁଦ୍ର କୂଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ସେପଟେ ତିମି ମାଛର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Aug 29, 2023, 9:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.