ETV Bharat / bharat

ନିଖୋଜ ପରେ ଘଞ୍ଚ ଜଙ୍ଗଲ ମଧ୍ୟରେ ୨ବର୍ଷର ଶିଶୁ ଠାବ - କେରଳର କୋଲାମ ଅଞ୍ଚଳରେ ଆଶ୍ଚର୍ଯ୍ୟକର ଘଟଣା

କେରଳରେ ୨ ବର୍ଷର ଶିଶୁ ନିଖୋଜ ହେବା ପରେ ଘଞ୍ଚ ଜଙ୍ଗଲ ମଧ୍ୟରେ ହେଲା ଠାବ । ଶିଶୁକୁ ଜଙ୍ଗଲ ମଧ୍ୟରେ ଦେଖି ଆଶ୍ଚର୍ଯ୍ୟଚକିତ ପୋଲିସ । ଅଧିକ ପଢନ୍ତୁ

ନିଖୋଜ ପରେ ଘଞ୍ଚ ଜଙ୍ଗଲ ମଧ୍ୟରେ ୨ବର୍ଷର ଶିଶୁ ଠାବ

author img

By

Published : Jun 11, 2022, 9:38 PM IST

ଥିରୁଅନନ୍ତପୁରମ: କେରଳର କୋଲାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ଶୁକ୍ରବାର ଏକ ୨ ବର୍ଷର ଶିଶୁ ଘରୁ ନିଖୋଜ ହେବା ପରେ ରବର୍‌ ଇଷ୍ଟେଟ (ରବର ଗଛର ଘଞ୍ଚ ଜଙ୍ଗଲ) ମଧ୍ୟରେ ଠାବ (2 year old boy found in rubber estate) ହୋଇଛି । ଶିଶୁଟି ଏହି ଘଞ୍ଚ ଜଙ୍ଗଲ ମଧ୍ୟରେ କିପରି ପହଞ୍ଚିଲା ଏ ନେଇ ତଦନ୍ତ କରୁଛି ପୋଲିସ । ୨୪ ଘଣ୍ଟା ପରେ ଶନିବାର ସକାଳେ ପୋଲିସ ଶିଶୁକୁ ଜଙ୍ଗଲରୁ ଉଦ୍ଧାର କରିବା ପରେ ପ୍ରାଥମିକ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଛି ।

ଯେଉଁ ଦିନ ଶିଶୁଟି ନିଖୋଜ ହୋଇଥିଲା ସେହି ଦିନ ରାତିରେ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା । ଏହି ବର୍ଷା ମଧ୍ୟରେ ଶିଶୁଟି କିପରି ସେଠାରେ କିପରି ରହିଥିଲା, ଏ ସମସ୍ତ ଦିଗର ତର୍ଜମା କରୁଛି ପୋଲିସ । ଥାଡିକ୍କଡ ଅଞ୍ଚଳର ଅନସାରି ଓ ଫାଥିମାଙ୍କ ୨ ବର୍ଷର ଶିଶୁ ହେଉଛି ଫରହାନ । ଶୁକ୍ରବାର ସେ ଘରୁ ନିଖୋଜ ହୋଇଯାଇଥିଲା । ଏହାପରେ ପରିବାର ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିବା ପରେ ବର୍ଷା ହେବାରୁ ବିଳମ୍ବିତ ରାତିରେ ଫେରି ଆସଥିଲେ ।

ଶିଶୁଟି ରବର ଇଷ୍ଟେଟ ମଧ୍ୟରେ ଥାଇପାରେ ବୋଲି ସନ୍ଦେହ କରି ସ୍ଥାନୀୟ ଲୋକେ ପୋଲିସ ସହ ଉକ୍ତ ଜଙ୍ଗଲରେ ପହଞ୍ଚିଥିଲେ । ସେଠାରେ ହିଁ ସେମାନେ ଶିଶୁଟିକୁ ପାଇ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ । ଶିଶୁଟି କିପରି ଏଠାରେ ପହଞ୍ଚିଲା ସେ ନେଇ ସମସ୍ତେ ଚିନ୍ତାରେ । ଶିଶୁଟି ଉଦ୍ଧାର ସମୟରେ ମଧ୍ୟ ଭୟଭୀତ ନଥିଲା । କେହି ଦୁର୍ବୃତ୍ତ ଫରହାନକୁ ଅପହରଣ ପରେ ଚାରିଆଡ଼େ ପୋଲିସର ଛାପା ଯୋଗୁଁ ସେ ଭୟରେ ତାକୁ ଏଠାରେ ଛାଡ଼ିଯାଇଥିବା ସନ୍ଦେହ କରିଛି ପୋଲିସ ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.