ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଡୋରୁ କିରି ଅଞ୍ଚଳରେ ସୁରକ୍ଷାବାହିନୀ ଏବଂ ଆତଙ୍କୀଙ୍କ ମଧ୍ୟରେ ହୋଇଥିବା ଏନକାଣ୍ଟରରେ ସୁରକ୍ଷା ବଳକୁ ବଡ ସଫଳତା ମିଳିଛି । ଏଥିରେ 2 ଆତଙ୍କୀଙ୍କୁ ନିପାତ କରିବାରେ ସୁରକ୍ଷା ବଳ ସଫଳ ହୋଇଛି ।
-
#AnantnagEncounterUpdate: 01 more #terrorist killed (Total 02). #Operation in progress. Further details shall follow.@JmuKmrPolice https://t.co/KybJANrfY6
— Kashmir Zone Police (@KashmirPolice) May 10, 2022 " class="align-text-top noRightClick twitterSection" data="
">#AnantnagEncounterUpdate: 01 more #terrorist killed (Total 02). #Operation in progress. Further details shall follow.@JmuKmrPolice https://t.co/KybJANrfY6
— Kashmir Zone Police (@KashmirPolice) May 10, 2022#AnantnagEncounterUpdate: 01 more #terrorist killed (Total 02). #Operation in progress. Further details shall follow.@JmuKmrPolice https://t.co/KybJANrfY6
— Kashmir Zone Police (@KashmirPolice) May 10, 2022
ସବିଶେଷ ତଥ୍ୟ ଅନୁଯାୟୀ, ଉକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଇନପୁଟ ସୂଚନା ମିଳିବା ପରେ ସେନା ଏବଂ CRPF ମିଳିତ ଅପରେସନ୍ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ । ସୁରକ୍ଷା ବଳ ମଧ୍ୟ କଡା ଜବାବ ସ୍ବରୂପ ପାଲଟା ଗୁଳି ଚଳାଇଥିଲା । ଏଥିରେ ଦୁଇ ଆତଙ୍କୀ ପ୍ରାଣ ହରାଇଥିବା କାଶ୍ମୀର ଜୋନ ପୋଲିସ ଟ୍ବିଟ ଯୋଗେ ସ୍ପଷ୍ଟ କରିଛି । ଏବେ ମଧ୍ୟ ଘଟଣାସ୍ଥଳରେ ଦୁଇ କିମ୍ବା ଅଧିକ ଆତଙ୍କୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ