ETV Bharat / bharat

ଆସାମରେ ଆତଙ୍କୀ ସଂଗଠନ Al Qaeda ଲିଙ୍କ, ଦୁଇ ଗିରଫ - ଆସାମରେ ଆତଙ୍କୀ ସଂଗଠନ Al Qaeda ଲିଙ୍କ

ଆତଙ୍କୀ ସଂଗଠନ Al Qaeda ଲିଙ୍କରେ ଦୁଇ ଜଣଙ୍କୁ ବାନ୍ଧିଲା ଆସାମ ପୋଲିସ । ମାଦ୍ରାସା ସିଲ କରିବା ସହ ଉଚ୍ଛେଦ କଲା ସ୍ଥାନୀୟ ପ୍ରଶାସନ । ଅଧିକ ପଢନ୍ତୁ

Al-Qaeda ଲିଙ୍କରେ ଦୁଇ ଜଣଙ୍କୁ ବାନ୍ଧିଲା ଆସାମ ପୋଲିସ

author img

By

Published : Aug 29, 2022, 5:45 PM IST

ଗୌହାଟୀ: ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କଲା ଆସମ ପୋଲିସ (Al Qaeda links in assam) । ଆସାମର ବାରପେଟା ଜିଲ୍ଲାରେ ପାକିସ୍ତାନରୁ ଅପରେଟ ହେଉଥିଲା ଆତଙ୍କୀ ସଂଗଠନ ଅଲ-କାଏଦା (Al-Qaeda)ର ଶାଖା ସଂଗଠନ Al-Qaeda Indian Subcontinent (AQIS) । ଏହି ନିଶିଦ୍ଧ ସଂଗଠନ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗରେ ଦୁଇ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଗିରଫ ଦୁଇ ସନ୍ଦିଗ୍ଧ ଆତଙ୍କୀ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । କୁଖ୍ୟାତ ଆତଙ୍କବାଦୀ ଅକବର ଅଲ୍ଲୀ ଉଭୟ ସନ୍ଦିଗ୍ଧଙ୍କୁ ସହଯୋଗ କରୁଥିବା ନେଇ ଜଣାପଡିଛି । ସେପଟେ ଗିରଫ ପରେ ଉଭୟଙ୍କୁ ପୋଲିସ ଜେରା ଜାରି ରଖିଛି ।

ଦୁଇ ବାଙ୍ଗଲାଦେଶୀ ଆତଙ୍କୀ ରହୁଥିବା ମାଦ୍ରାସା ଉଚ୍ଛେଦ

ସ୍ଥାନୀୟ (assam police) ପୋଲିସ ଅଧୀକ୍ଷକ ଅମିତାଭ ସିହ୍ନା କହିଛନ୍ତି, " ଏହି ଦୁଇ ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ଶାଖା ସଂଗଠନ (AQIS/ABT)ର ବିଭିନ୍ନ ପ୍ରକାର ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ତଦନ୍ତରୁ ଜଣାପଡିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆସମରେ ଏପରି ଆତଙ୍କୀ ବିରୋଧୀ କାର୍ଯ୍ୟାନୁଷ୍ଠାନ କ୍ରମାଗତ ଭାବେ ଜାରି ରହିଛି ଓ ବର୍ତ୍ତମାନ ସୁଦ୍ଧା 37ଜଣ ସନ୍ଦିଗ୍ଧ ଆତଙ୍କୀ ଗିରଫ କରାଯାଇ ସାରିଲାଣି (terrorist arrest in assam)।"

ଅନ୍ୟପଟେ ଆସାମର ବାରପେଟା ଜିଲ୍ଲାରେ ସଞ୍ଚାଳିତ ହେଉଥିବା କିଛି ମାଦ୍ରାସାରେ ମଧ୍ୟ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତ୍ସାହିତ କରିବା ଓ ଏପରି ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗରେ (assam terror link) କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ସରକାରୀ ଜମିରେ ବିନା ଅନୁମତିରେ ବେଆଇନ ଭାବେ ନିର୍ମିତ ଏହି ମାଦ୍ରାସାକୁ ପୋଲିସ ସିଲ କରିଥିଲା । ସ୍ଥାନୀୟ ପ୍ରଶାସନ କଡ଼ା ସୁରକ୍ଷା ମଧ୍ୟରେ ଏହି ମାଦ୍ରାସାକୁ ଉଚ୍ଛେଦ କରିଛି । ପୂର୍ବରୁ ପୋଲିସ ଏହି ମାଦ୍ରାସାର ପ୍ରନସିପାଲ ମହମୁନୁର ରସିଦକୁ ଗିରଫ କରିଛି । ପୋଲିସ କହିଛି ଏହି ମାଦ୍ରାସାରେ ଆତଙ୍କୀ ସଂଗଠନ ଅଲ-କାଏଦା ସହ ଲିଙ୍କ ରହିଥିବା ଦୁଇ ବାଙ୍ଗଲାଦେଶୀ ଆତଙ୍କୀ ରହୁଥିଲେ । ସେହିପରି ଅନ୍ୟଜଣେ କୁଖ୍ୟାତ ଆତଙ୍କୀ ଫେରାର ଥିବା ପୋଲିସ ସୂଚନା ଦେଇଛି । ଫେରାର ଆତଙ୍କୀକୁ ଧରିବା ନିମନ୍ତେ ପୋଲିସ ପକ୍ଷରୁ ତଦନ୍ତ ଜାରୀ ରହିଛି ।

ଉତ୍ତର-ପୂର୍ବ ସୀମାନ୍ତ ରାଜ୍ୟ ଆସାମରେ କେତେବେଳେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ, ତ କେବେ ବାଂଲାଦେଶୀ ଆତଙ୍କବାଦୀ ସଂଗଠନର ସକ୍ରିୟ ଭୂମିକା ଥିବା ଘଟଣା ସାମ୍ନାକୁ ଆସିଥାଏ । ଗତ କିଛି ମାସ ମଧ୍ୟରେ ଆସାମ ପୋଲିସ ଆତଙ୍କୀ ନିରୋଧୀ ଅପରେସନକୁ କଡାକଡି କରିବା ସହ ଗୁଇନ୍ଦା ସୂଚନା ଆଧାରରେ ଏକାଧିକ ସନ୍ଦିଗ୍ଧ ଆତଙ୍କୀଙ୍କୁ ମଧ୍ୟ ଗିରଫ କରିସାରିଲାଣି । ଏହି ଗିରଫଦାରୀ ସଂଖ୍ୟା 37 ବୋଲି ସ୍ଥାନୀୟ ପୋଲିସ ଅଧିକ୍ଷକ ସୂଚନା ଦେଇଛନ୍ତି । ତେବେ ଗୋଟିଏ ପରେ ଗୋଟଏ କାର୍ଯ୍ୟାନୁଷ୍ଠାନରେ ମାଦ୍ରାସାର ସନ୍ଦେହଜନକ ଭୂମିକା ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.