ହାଇଦ୍ରାବାଦ: ବିମାନବନ୍ଦରରୁ 2 କେଜି 21 ଗ୍ରାମ ସୁନା ଜବତ କରିଛି କଷ୍ଟମ ବିଭାଗ । ଏତେ ପରିମାଣରେ ସୁନା ଜଣେ ମହିଳାଙ୍କ ଠାରୁ ଜବତ ହୋଇଥିବା ସୂଚନା ମିଳିଛି । ଏହାର ପ୍ରାଥମିକ ଆନୁମାନିକ ବଜାର ମୂଲ୍ୟ ପ୍ରାୟ 96 ଲକ୍ଷ 4 ହଜାର ହେବ ବୋଲି କଷ୍ଟମ ବିଭାଗ ପକ୍ଷରୁ ସୂଚନା ମିଳିଛି ।
![ହାଇଦ୍ରାବାଦ ବିମାନବନ୍ଦରରେ ଜବତ ହେଲା 2 କେଜି ସୁନା](https://etvbharatimages.akamaized.net/etvbharat/prod-images/10018432_go.jpg)
ମହିଳା ଜଣଙ୍କ ଦୁବାଇରୁ ହାଇଦ୍ରାବାଦ ଆସୁଥିବା କୌଣସି ସୁତ୍ରରୁ ଖବର ପାଇ ଅଧିକାରୀମାନେ ଉକ୍ତ ମହିଳାଙ୍କୁ ଯାଞ୍ଚ କରିବାରୁ ତାଙ୍କ ନିକଟରୁ 5 ଟି ସୁନା ବିସ୍କୁଟ ଏବଂ 22 କ୍ୟାରେଟ ସୁନା ଅଳଙ୍କାର ଜବତ କରାଯାଇଥିଲା ।
ଏଥିରେ ଆଉ କେଉଁ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଜାଣିବା ପାଇଁ ପୋଲିସ ଉକ୍ତ ମହିଳାଙ୍କୁ ଅଟକ ରଖି ଅଧିକ ପଚରା ଉଚରା ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ