ନୂଆଦିଲ୍ଲୀ: ତଳମୁହାଁ ହେଉଛି କୋରୋନା । ଦେଶରେ କ୍ରମଶଃ ହ୍ରାସ ପାଉଛି ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରେ 2 ଲକ୍ଷ 59 ହଜାର 591 ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା 2 କୋଟି 60 ଲକ୍ଷ 31 ହଜାର 991କୁ ବୃଦ୍ଧି ପାଇଛି । ତେବେ ଗୋଟିଏ ପଟେ ସଂକ୍ରମଣ କମୁଥିବାବେଳେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ 24 ଘଣ୍ଟାରେ 4 ହଜାର 209 ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି ।
- " class="align-text-top noRightClick twitterSection" data="">
ଗତ 24 ଘଣ୍ଟା ମଧ୍ୟରେ ରେକର୍ଡ କୋରୋନା ମୃତ୍ୟୁକୁ ମିଶାଇ ଦେଶରେ ମୋଟ ମୃତ୍ୟୁସଂଖ୍ୟା 2 ଲକ୍ଷ 91 ହଜାର 331ରେ ପହଞ୍ଚିଛି । ସେହିପରି ଦେଶରେ 3 ଲକ୍ଷ 57 ହଜାର 295 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯଦ୍ବାରା ମୋଟ ସୁସ୍ଥଙ୍କ ସଂଖ୍ୟା 2 କୋଟି 27 ଲକ୍ଷ 12 ହଜାର 735କୁ ଛୁଇଁଛି ।
ସେପଟେ ବର୍ତ୍ତମାନ ସୁଦ୍ଧା ଦେଶରେ 30 ଲକ୍ଷ 27 ହଜାର 925ଟି ସକ୍ରିୟ ମାମଲା ରହିଛି । ତେବେ ଏ ପର୍ଯ୍ୟନ୍ତ 19 କୋଟି 18 ଲକ୍ଷ 79 ହଜାର 503ଟି କୋରୋନା ପରୀକ୍ଷା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ