ETV Bharat / bharat

କୋରୋନାରେ ଭାଙ୍ଗି ନାହାନ୍ତି, ସ୍ବତନ୍ତ୍ର କରିଦେଖାଇଛନ୍ତି 2 ଭଉଣୀ - ପ୍ଲାଷ୍ଟିକ

ଗଭୀର ଇଚ୍ଛାଶକ୍ତି ଓ ଉଦ୍ୟମ ଥିଲେ ସବୁ ହୁଏ ସମ୍ଭବ ଓ ସଫଳ । ଆଉ ଏହି ସୁନ୍ଦର ଉକ୍ତିକୁ ବାସ୍ତବତାର ରୂପ ଦେଇଛନ୍ତି 2 ଭଉଣୀ । ଦେଖନ୍ତୁ 2 ଭଉଣୀଙ୍କ ଏହି ଡ୍ରିମ ବଗିଚାକୁ ...

କୋରୋନାରେ ଭାଙ୍ଗିନାହାନ୍ତି, ସ୍ବତନ୍ତ୍ର କରିଦେଖାଇଛନ୍ତି 2 ଭଉଣୀ

author img

By

Published : Jun 24, 2021, 7:09 PM IST

ରାଞ୍ଚି: ଗଭୀର ଇଚ୍ଛାଶକ୍ତି ଓ ଉଦ୍ୟମ ଥିଲେ ସବୁ କାର୍ଯ୍ୟ ସମ୍ଭବ ଓ ସଫଳ ହୋଇଥାଏ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ 2 ଭଉଣୀ । କୋଭିଡ ଆକ୍ରାନ୍ତ ହୋଇ ମଧ୍ୟ ସେ ନିଜ ଘର ଅଗଣାରେ ଗଢିଛନ୍ତି ଏକ ସୁନ୍ଦର ବଗିଚା । ଯେଉଁଠି 2 ଭଉଣୀଙ୍କ ନିଷ୍ଠାର ବାସ୍ନା ମହକୁଥିବାବେଳେ ସେମାନଙ୍କ ପରିଶ୍ରମର ରଙ୍ଗ ଚମକୁଛି।

କୋରୋନାରେ ଭାଙ୍ଗିନାହାନ୍ତି, ସ୍ବତନ୍ତ୍ର କରିଦେଖାଇଛନ୍ତି 2 ଭଉଣୀ

କୋରୋନାର ଦୁଇ ଭଉଣୀ ସଂକ୍ରମିତ ହେବା ପରେ ସେଥିରେ ଭାଙ୍ଗି ପଡିନଥିଲେ । କ୍ବାରେଣ୍ଟାଇନ ସମୟର ସଦୁପଯୋଗ ପାଇଁ ଅସୁସ୍ଥ ପରେ ମଧ୍ୟ କିଛି ସ୍ବତନ୍ତ୍ର କାର୍ଯ୍ୟ କରିଦେଖାଇଛନ୍ତି । ସେମାନେ ନିଜ ଘରେ ଥିବା ଅଦରକାରୀ ପଦାର୍ଥକୁ ବ୍ୟବହାର କରି ନିଜ ଡ୍ରିମ ବଗିଚାରେ ବ୍ୟବହାର କରିଛନ୍ତି ।

ବଡ ଭଉଣୀ ଜୁହି ରାଞ୍ଚିରେ ଫ୍ୟାସନ ଡିଜାଇନିଂ କୋର୍ସ କରୁଥିବାବେଳେ ସାନ ଭଉଣୀ ଜ୍ୟୋତି UPSC ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଦୁହିଁ ଭଉଣୀ କୋରୋନା କାଳରେ ନିଜ ୟୁନିକ ଆଇଡିଆକୁ ଘର ଅଗଣାରେ ଲଗାଇଛନ୍ତି । ଦୁହେଁ ନିରନ୍ତର ପରିଶ୍ରମ କରି ଘର ଅଗଣାକୁ ଦେଇଛନ୍ତି ସୁନ୍ଦର ଆକର୍ଷଣୀୟ ମନଲୋଭା ବଗିଚାର ରୂପ ।

ସେପଟେ ଅସୁସ୍ଥ 2 ଝିଅଙ୍କୁ ନେଇ ମାଆ ଅନୁପମ ମେହତା ଚିନ୍ତାରେ ପଡିଯାଇଥିଲେ । କିନ୍ତୁ ସେମାନଙ୍କ ନିଷ୍ଠା ଦେଖି ସେ ଦମ୍ଭ ପାଇଥିଲେ । ଏଭଳି ସକରାତ୍ମକ ଚିନ୍ତାଧାରା ସହିତ ଶେଷରେ ମହାମାରୀକୁ ମାତ ଦେଇଛନ୍ତି 2 ସାହାସୀ ଭଉଣୀ । ଘରେ ଥିବା ଭଙ୍ଗା ବାଲ୍ଟି, ମାଠିଆ, ବାସନ ସହିତ ହୋଟେଲରୁ ପ୍ୟାକିଂ ହୋଇ ଆସୁଥିବା ସାମଗ୍ରୀକୁ ସେ ବ୍ୟବହାର ଉପଯୋଗୀ ବନାଇଥିଲେ ।

ସେସବୁ ସାମଗ୍ରୀରେ 2 ଭଉଣୀ ନିଜ ପ୍ରତିଭାର ଛାପ ଛାଡି ତାହାକୁ ଅନନ୍ୟ ଓ ସୁନ୍ଦର ରୂପ ଦେଇଥିଲେ । ବଗିଚାରେ କୌଣସି ମହଙ୍ଗା ସାମଗ୍ରୀ କି ଦାମୀ ଡିଜାଇନର ବ୍ୟବହାର କରିନଥିଲେ ସେମାନେ । କେବଳ ନିଜ ନିଷ୍ଠା ବଳରେ ଘର ଅଗଣାକୁ ସୁନ୍ଦର ବଗିଚାରେ ପରିଣତ କରିଥିଲେ । ଏହି ବଗିଚାକୁ ଦେଖିଲେ ଜ୍ୟୋତିଙ୍କ ଚମକଦାର କିରଣ ଓ ଜୁହିଙ୍କ ନିଷ୍ଠାର ସୁଗନ୍ଧ ବାରି ହୋଇପଡୁଛି ।

2 ଭଉଣୀଙ୍କ ଗଭୀର ଇଚ୍ଛାଶକ୍ତି ଓ ଉଦ୍ୟମ ବଳରେ ସେମାନେ ଅସୁସ୍ଥତା ଭିତରେ ଏଭଳି ପ୍ରଶଂସନୀୟ କାର୍ଯ୍ୟ କରି ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି । ତେବେ ସେମାନଙ୍କ ବିଚାର ଯଦିଓ ସାଧାରଣ ଥିଲା କିନ୍ତୁ ଅସାଧାରଣ ଆବେଗ ଓ ଭାବନା ଦୁହିଁଙ୍କୁ ଆଜି ଅନ୍ୟଙ୍କଠୁ ଭିନ୍ନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.