ETV Bharat / bharat

ଘାଟିରେ ସେନା ହେଲିକପ୍ଟର ଦୁର୍ଘଟଣା, ପ୍ରାଣ ହରାଇଲେ 2 ପାଇଲଟ

ଜମ୍ମୁ କାଶ୍ମୀର ଉଦ୍ଧମପୁର ଜିଲ୍ଲାରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା । ଆହତ 2 ପାଇଲଟ ପ୍ରାଣ ହରାଇଥିବା ନେଇ ସୂଚନା । ଅଧିକ ପଢନ୍ତୁ...

ଘାଟିରେ ସେନା ହେଲିକପ୍ଟର ଦୁର୍ଘଟଣା, ପ୍ରାଣ ହରାଇଲେ 2 ପାଇଲଟ
ଘାଟିରେ ସେନା ହେଲିକପ୍ଟର ଦୁର୍ଘଟଣା, ପ୍ରାଣ ହରାଇଲେ 2 ପାଇଲଟ
author img

By

Published : Sep 21, 2021, 4:33 PM IST

ଶ୍ରୀନଗର: ଘାଟିରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଜମ୍ମୁ କାଶ୍ମୀର ଉଦ୍ଧମପୁର ଜିଲ୍ଲାରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ 2 ପାଇଲଟ ପ୍ରାଣ ହରାଇଛନ୍ତି । ଉଦ୍ଧମପୁର ପଟନୀଟପ୍‌ ନିକଟସ୍ଥ ପାର୍ବତ୍ୟାଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ହେଲିକପ୍ଟର କ୍ରାସ ଯୋଗୁଁ 2 ପାଇଲଟ ଆହତ ହୋଇଥିଲେ । ତେବେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ଘାଟିରେ ସେନା ହେଲିକପ୍ଟର ଦୁର୍ଘଟଣା, ପ୍ରାଣ ହରାଇଲେ 2 ପାଇଲଟ
ଘାଟିରେ ସେନା ହେଲିକପ୍ଟର ଦୁର୍ଘଟଣା, ପ୍ରାଣ ହରାଇଲେ 2 ପାଇଲଟ

ସେନାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଦୁଇଜଣ ପାଇଲଟ ଟପ୍‌ ରାଙ୍କ୍‌ର ଥିଲେ । ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ 2 ପାଇଲଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେମାନଙ୍କ ଦେହାନ୍ତ ହୋଇଥିବା ସେନା ପକ୍ଷରୁ ସୂଚନା ମିଳିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସର ଏକ ଟିମ୍ ପହଁଞ୍ଚିଥିଲା। କୁହୁଡି ଅଧିକ ଥିବା କିମ୍ବା ଅବତରଣ ସମୟରେ ହେଲିକପ୍ଟରଟି ଦୁର୍ଘଟଣାର ଶିକାର ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଏହି ଦୁର୍ଘଟଣା ସମୟରେ ଦୁଇ ଜଣ ପାଇଲଟ ହେଲିକପ୍ଟରରେ ଥିଲେ। ପୋଲିସ କହିଛି ଯେ ଏହି ଅଞ୍ଚଳରେ ଘନ କୁହୁଡ଼ି ଏହି ଦୁର୍ଘଟଣାର କାରଣ ହୋଇପାରେ। ଅଧିକାରୀ କହିଛନ୍ତି ଯେ ଅବତରଣ ସମୟରେ ହେଲିକପ୍ଟର ଦୁର୍ଘଟଣାର ଶବ୍ଦ ଶୁଣିବାକୁ ମିଳିଥିଲା। ଉଭୟ ପାଇଲଟ ଏବଂ ସହ-ପାଇଲଟ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.