ମାଲକାନଗିରି: ନକ୍ସଲ କାର୍ଯ୍ୟକଳାପରେ ରୋକ ଲଗାଇବା କ୍ଷେତ୍ରରେ ପଡୋଶୀ ତେଲେଙ୍ଗାନାକୁ ବଡ ସଫଳାତା । ମାଓ ସଂଗଠନର 19 ସଦସ୍ୟଙ୍କ ଆତ୍ମସମର୍ପଣ ।
ଭଦ୍ରାଦ୍ରୀ କୋଥାଗୁଡେମରେ ଏହି 19 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ତେବେ ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ 3 ମହିଳା ସଦସ୍ୟ ଥିବା ଜଣାପଡିଛି ।
ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତକୁ ଫେରିବା ଲକ୍ଷରେ ଏହି ମାଓବାଦୀମାନଙ୍କ ଆତ୍ମସର୍ପଣକୁ ବଡ ସଫଳତା ଦୃଷ୍ଟିରେ ଦେଖାଯାଇପାରେ ।