ETV Bharat / bharat

ଦେଶରେ ୧୯ ଲକ୍ଷରୁ ଅଧିକ EVM ଗାଏବ, ECଙ୍କୁ ଉତ୍ତର ମାଗିଲେ କର୍ଣ୍ଣାଟକ ବାଚସ୍ପତି - ECଙ୍କୁ ଉତ୍ତର ମାଗିଲେ କର୍ଣ୍ଣାଟକ ବାଚସ୍ପତି

ଦେଶରେ ନିରପେକ୍ଷ ନିର୍ବାଚନକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ । ଦେଶରେ ୧୯ ଲକ୍ଷ ଇଭିଏମ ଗାଏବ ହୋଇଛି । ଯାହାର ପତ୍ତା ନାହିଁ । ଅଧିକ ପଢନ୍ତୁ

ECଙ୍କୁ ଉତ୍ତର ମାଗିଲେ କର୍ଣ୍ଣାଟକ ବାଚସ୍ପତି
ECଙ୍କୁ ଉତ୍ତର ମାଗିଲେ କର୍ଣ୍ଣାଟକ ବାଚସ୍ପତି
author img

By

Published : Apr 1, 2022, 2:42 PM IST

ବେଙ୍ଗାଲୁର: ଦେଶରେ ନିରପେକ୍ଷ ନିର୍ବାଚନକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ । ଦେଶରେ ୧୯ ଲକ୍ଷ ଇଭିଏମ ଗାଏବ ହୋଇଛି । ଯାହାର ପତ୍ତା ନାହିଁ । ଏମିତି କିଛି ତଥ୍ୟ ଦେଇଛନ୍ତି କର୍ଣ୍ଣାଟକ ବରିଷ୍ଠ କଂଗ୍ରେସ ସଦସ୍ୟ ଏଚକେ ପାଟିଲ । ଏହା ଜଣାପଡିବା ପରେ ବିଧାନସଭା ବାଚସ୍ପତି ବିଶ୍ବେଶ୍ବର ହେଗଡେ କାଗେରୀ କହିଛନ୍ତି ଭାରତର ନିର୍ବାଚନ ଆୟୋଗ ଅଧିକାରୀମାନଙ୍କୁ ଏ ନେଇ ସମନ ଦିଆଯାଇଛି।

ଏଚକେ ପାଟିଲ ଆହୁରି କହିଛନ୍ତି, ଏତେ ପରିମାଣର ଇଭିଏମ ଗାଏବ ହେବା କଥା ଜାଣି ଆଶ୍ଚର୍ଯ୍ୟ ଲାଗୁଛି । ଆରଟିଆଇ ରିପୋର୍ଟ ଅନୁସାରେ ୯,୬୪,୨୭୦ ଇଭିଏମ ଏବଂ ଉପନିର୍ବାଚନ କର୍ପୋରେସନରେ ୯,୨୯,୯୯୨ ଇଭିଏମ ଗାଏବ ହୋଇଛି । ପାଖାପାଖି ୧୯ ଲକ୍ଷ ଇଭିଏମ ହଜିଛି । କେହି ଜାଣିନାହାନ୍ତି ତାହା କେଉଁଆଡେ ଗଲା । ଏହା ପୁଣି ମିଳିପାରିବ କି ଆମେ କିପରି ଚୁପ ବସିଛେ ବୋଲି କହିଛନ୍ତି ପାଟିଲ ।

ସେ ଆହରୁ କହିଛନ୍ତି, ୨୦୧୪ରେ 62,183 ଇଭିଏମ ଯୋଗାଇଥିବା କହିଛି BEL । ମାତ୍ର ଇସି ଗୋଟିଏ ବି ନେଇନାହାନ୍ତି । ପୂର୍ବତନ ସ୍ପିକର କେଆର ରାମେଶ୍ବର କହିଛନ୍ତି ଏହା ଏକ ବଡ ଠକେଇ । ଇସି ଅଧିକାରୀଙ୍କୁ ଉତ୍ତର ଦେବାକୁ ସମନ ଜାରି ନେଇ ବାଚସ୍ପତିଙ୍କୁ କହିଛନ୍ତି କେଆର ରାମେଶ୍ବର ।

ବିଧାନସଭାରେ ନିର୍ବାଚନ ସଂସ୍କାର ଉପରେ ବିତର୍କ ସମୟରେ ସମସ୍ତ ସଦସ୍ୟ ଦୁର୍ନୀତି ଏବଂ ବ୍ୟବସ୍ଥାରେ ନିର୍ବାଚନରେ ​​ଅନିୟମିତତା ସମ୍ପର୍କରେ ନିଜର ମତ ରଖିଥିଲେ। କିନ୍ତୁ କଂଗ୍ରେସ ସଦସ୍ୟ ଏଚ୍ କେ ପାଟିଲ କହିଛନ୍ତି ଯେ ନିର୍ବାଚନ ସଂସ୍କାର ଉପରେ ବିତର୍କ କରି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଆବଶ୍ୟକ। କିଛି ଦିନ ପୂର୍ବରୁ ପାଞ୍ଚଟି ରାଜ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଲୋକେ ଗୋଟିଏ ଦଳକୁ ସମର୍ଥନ କରିଛନ୍ତି । ସେମାନେ ମଧ୍ୟ କ୍ୟାବିନେଟ୍ ଗଠନ କରିଥିଲେ। 53 ମନ୍ତ୍ରୀଙ୍କ ମଧ୍ୟରୁ 22 ଜଣ ଅପରାଧିକ ମାମଲାରେ ଅଛନ୍ତି। ଲୋକେ ଏହା ବିଷୟରେ କ’ଣ ଭାବିବେ? ଇଭିଏମ୍ ବିଷୟରେ ଅନେକ ସନ୍ଦେହ ଅଛି । ତେବେ ଏହି ସନ୍ଦେହ ଦୂର କରିବାକୁ ନିର୍ବାଚନ ଆୟୋଗ କୌଣସି ଉଦ୍ୟମ କରିନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଏହି ପ୍ରସଙ୍ଗରେ କହିଛନ୍ତି, ନିର୍ବାଚନ ବ୍ୟବସ୍ଥା ଖରାପ ହୋଇଯାଇଛି। ଲୋକେ ଏବଂ ଦଳ ଏଥିପାଇଁ ଦାୟୀ । ନିର୍ବାଚନ ବ୍ୟବସ୍ଥାରେ ସଂସ୍କାରର ଆବଶ୍ୟକତା ଉପରେ ଏକ ସ୍ବତନ୍ତ୍ର ବିତର୍କରେ ନିଜ ମତ ରଖି କୁମାରସ୍ବାମୀ କହିଛନ୍ତି ପୂର୍ବରୁ ଲୋକମାନେ ନିର୍ବାଚନ ପାଇଁ ପ୍ରାର୍ଥୀ ଦେଉଥିଲେ କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି। ବାଚସ୍ପତି ବିଶ୍ବେଶ୍ବର ହେଗଡେ କାଗେରୀ ଇଭିଏମ ଗାଏବ ନେଇ ପାଟିଲଙ୍କୁ ସସମ୍ତ ତଥ୍ୟ ଦାଖଲ କରିବାକୁ କହିଛନ୍ତି । ଘଟଣାକୁ ନେଇ ଇସିକୁ ଉତ୍ତର ମାଗିଛନ୍ତି ବିଶ୍ବେଶ୍ବର ହେଗଡେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.