ଥିରୁଅନନ୍ତପୁରମ: କେରଳକୁ ମଙ୍ଗଳବାର ଫେରିଥିବା 18 ୟୁକେ ଫେରନ୍ତା କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏହି କୋରୋନା ଆକ୍ରାନ୍ତଙ୍କୁ ହୋମ ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କେ.କେ ଶୈଲାଜା ସୂଚନା କହିଛନ୍ତି ।
ବ୍ରିଟେନରୁ ଫେରିଥିବା ପ୍ରାୟ 8 ଜଣ ସେଠାରେ ବ୍ୟାପୁଥିବା କୋଭିଡର ନୂଆ ଷ୍ଟ୍ରେନରେ ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କ ନମୁନାକୁ ପରୀକ୍ଷା କରିବା ପାଇଁ ପୁଣେରେ ଥିବା ନେସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଜୀ(NIV)କୁ ପଠାଯାଇଛି । ଭାରତକୁ ୟୁକେରୁ ଆସୁଥିବା ଅତି କମରେ ପ୍ରାୟ 6 ଜଣ ଲୋକ ବ୍ରିଟେନରେ ବ୍ୟାପୁଥିବା ନୂଆ ଭାଇରସ SARS-CoV2 ଷ୍ଟ୍ରେନ୍ ପାଇଁ ପଜିଟିଭ ହେଉଛନ୍ତି । ବୃଦ୍ଧ ଏବଂ ମାନସିକ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିମାନେ ଏହି ସଂକ୍ରମଣରୁ ସଜାଗ ରହିବା ପାଇଁ ମନ୍ତ୍ରୀ ସତର୍କ କରାଇଛନ୍ତି ।
କେରଳରେ ଥିବା 4ଟି ଅନ୍ତର୍ଜାତୀୟ ବିମାନବନ୍ଦରରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟବସ୍ଥାକୁ କଡାକଡି କରାଯାଇଛି । ନିକଟରେ ହୋଇଥିବା ସର୍ଭେ ଅନୁଯାୟୀ, ରାଜ୍ୟରେ କୋରୋନା ସଂକ୍ରମଣରେ ବ୍ୟାପକ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଥିଲା । ତେବେ ଏହି ପ୍ରସଙ୍ଗରେ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଥିବାରୁ ମୃତ୍ୟୁହାର ବୃଦ୍ଧି ହୋଇ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ