ETV Bharat / bharat

ମୃତ୍ୟୁ ପରେ ବି ୨ଜଣଙ୍କୁ ନୂଆ ଜୀବନ ଦଲେ ଦେଢ ବର୍ଷର ଶିଶୁ କନ୍ୟା

ମୃତ୍ୟୁ ପରେ ବି ଦୁଇ ଜଣଙ୍କୁ ନୂଆ ଜୀବନ ଦଲେ ଦେଢ ବର୍ଷର ଶିଶୁ କନ୍ୟା । ବାଲକୋନୀରୁ ଖସି ପଡି ମୃତ୍ୟୁବରଣ କରିବା ପରେ ୧୮ ମାସ ଶିଶୁର ଅଙ୍ଗଦାନ କଲେ ବାପା ମାଆ । ମୃତ୍ୟୁ ପରେ ବି 2ଜଣଙ୍କୁ ନୂଆ ଜୀବନ ଦେଲେ ମାହିରା । ଅଧିକ ପଢନ୍ତୁ

author img

By

Published : Nov 12, 2022, 10:25 PM IST

ମୃତ୍ୟୁ ପରେ ବି ୨ଜଣଙ୍କୁ ନୂଆ ଜୀବନ ଦଲେ ଦେଢ ବର୍ଷର ଶିଶୁ କନ୍ୟା
ମୃତ୍ୟୁ ପରେ ବି ୨ଜଣଙ୍କୁ ନୂଆ ଜୀବନ ଦଲେ ଦେଢ ବର୍ଷର ଶିଶୁ କନ୍ୟା

ନୂଆଦିଲ୍ଲୀ: ଦୁନିଆକୁ ଜାଣିବା ଆଗରୁ ଦେଢ ବର୍ଷ ଶିଶୁ କନ୍ୟାର ଚାଲି ଗଲା ଜୀବନ । ବାଲକୋନୀରୁ ଖସି ପଡି ଜୀବନ ଯୁଦ୍ଧର ହାରିଯାଇଥିଲେ ମଧ୍ୟ 2ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି ହରିୟାଣାର ମାହିରା । ମୃତ ଶିଶୁ କନ୍ୟାର ମାଆ ମାହିରାର ଅଙ୍ଗଦାନ କରି ୨ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି । (18 months old Mahira organ saved lives of two people)

ହରିୟାଣା ରାଜ୍ୟର କୁନିଝିଅ 18 ମାସର ମାହିରା । ଗତ ନଭେମ୍ବର 6 ତାରିଖ ସନ୍ଧ୍ୟାର ମେବାତ ଜିଲ୍ଲାର ନୁହାର ଜଣେ ନିବାସୀଙ୍କ ଛୋଟ ଝିଅ ମାହିରା ଘରର ବାଲକୋନୀରେ ଖେଳୁଥିଲେ । ଖେଳୁଥିବା ସମୟରେ ସେ ହଠାତ ତଳେ ପଡ଼ିଯାଇଥିଲେ । ଫଳରେ ମାହିରାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଏହାପରେ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ AIIMS ର ଟ୍ରାମା ସେଣ୍ଟରକୁ ଅଣାଯାଇଥିଲା । କିନ୍ତୁ ଶୁକ୍ରବାର ମାହିରାର ମୃତ୍ୟୁ ହୋଇଥିଲା । ଏହାପରେ ମାହିରାଙ୍କ ମାଆ ଝିଅର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ।

ମାହିରାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ମାଆ ଦାନ କରିଥିଲେ । ଏହାପରେ ମାହିରାଙ୍କ ଲିଭର ILBSରେ ଜଣେ 6 ବର୍ଷର ଶିଶୁର ଶରୀରରେ ପ୍ରତିରୋପଣ କରାଯାଇଥିବା ବେଳେ ଦୁଇଟି କିଡନୀକୁ ସଫଳତାର ସହିତ 17 ବର୍ଷର ଏକ ପୁଅର ଶରୀରରେ AIIMS ରେ ପ୍ରତିରୋପଣ କରାଯାଇଥିଲା । ତେବେ ପରବର୍ତ୍ତି ସମୟରେ ବ୍ୟବହାର ପାଇଁ କର୍ଣ୍ଣିଆ, ଦୁଇ ଆଖି, ହାର୍ଟ ଭଲଭ୍ ସଂରକ୍ଷିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Earthquake in Delhi: ଦିଲ୍ଲୀରେ ଭୂକମ୍ପର ଝଟକା

ବାଲକୋନୀରୁ ଖସିପଡିବା ପରେ ନଭେମ୍ବର 11 ତାରିଖ ପର୍ଯ୍ୟନ୍ତ ମହିରା ଜୀବନ ଏବଂ ମୃତ୍ୟୁ ସହିତ ସଂଘର୍ଷ କରିଥିଲେ । ଡାକ୍ତର ଅନେକ ଚେଷ୍ଟା କରିବା ପରେ ମଧ୍ୟ ତାଙ୍କୁ ବଞ୍ଚାଇବାରେ ଅସମର୍ଥ ହୋଇଥିଲେ । ଏହାପରେ ଗତକାଲି ସକାଳ ସମୟରେ ଡାକ୍ତର ମହିରାର ବ୍ରେନ ଡେଡ ଘୋଷଣା କରିଥିଲେ । ଏହି ଖବର ଶୁଣିବାରେ ଦୁଃଖରେ ଭାଙ୍ଗି ପଡିଥିଲେ ମାହିରାଙ୍କ ବାପା ମାଆ । କିନ୍ତୁ ଝିଅର ଅଙ୍ଗଦାନ କରି ଆଉ କାହାକୁ ଜୀବନ ଦେବା ପାଇଁ ସେମାନେ ସ୍ଥିର କରିଥିଲେ । ଗତମାସ ମଧ୍ୟରେ AIIMS ଟ୍ରାମା ସେଣ୍ଟରରେ ଅଙ୍ଗ ଦାନ କରିଥିବା ମହିରା ହେଉଛନ୍ତି ତୃତୀୟ ସନ୍ତାନ । ଏହାପୂର୍ବରୁ ରୋଲି ଏବଂ 18 ମାସର ଏକ ଶିଶୁ ମୃତ୍ୟୁ ପରେ ଅଙ୍ଗଦାନ କରି ଅନ୍ୟଙ୍କୁ ନୂଆ ଜୀବନ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.