ETV Bharat / bharat

ଫସିଥିବା ଶ୍ରମିକଠୁ ମାତ୍ର 18 ମିଟର ଦୂରରେ ରେସ୍କ୍ୟୁ ଟିମ ! ଘଟଣାସ୍ଥଳରେ ପହଞ୍ଚିଲା ଏକାଧିକ ଆମ୍ବୁଲାନ୍ସ - ଟନେଲ ଟ୍ରାଜେଡି

ଟନେଲ ଉଦ୍ଧାର ଅପରେସନରେ ଆସନ୍ତାକାଲି ସୁଦ୍ଧା ମିଳିପାରେ ଭଲ ଖବର । ଆଉ 18 ମିଟର ଦୂରରେ ଫସିଥିବା ଶ୍ରମିକ । ଘଟଣାସ୍ଥଳରେ ପହଞ୍ଚିଲା ଏକାଧିକ ଆମ୍ବୁଲାନ୍ସ । ଅଧିକ ପଢନ୍ତୁ

ଫସିଥିବା ଶ୍ରମିକଙ୍କ ଠାରୁ ମାତ୍ର 18 ମିଟର ଦୂରରେ ରେସ୍କ୍ୟୁ ଟିମ, ଘଟଣାସ୍ଥଳରେ ପହଞ୍ଚିଲା ଆମ୍ବୁଲାନ୍ସ

author img

By ETV Bharat Odisha Team

Published : Nov 22, 2023, 4:42 PM IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ଭୁଶୁଡିବା କାରଣରୁ ଫସି ରହିଥିବା 41 ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜାରି ରହିଥିବା ଅପରେସନ ଆଜିକୁ ଦୀର୍ଘ 11ତମ ଦିନରେ ପହଞ୍ଚିଛି । ତେବେ ଏହାରି ମଧ୍ୟରେ ଏକ ବଡ ଅପଡେଟ ମଧ୍ୟ ସାମ୍ନାକୁ ଆସିଛି । ଶ୍ରମିକମାନେ ଫସିଥିବା ସ୍ଥାନରୁ ଆଉ ପ୍ରାୟ 20 ମିଟରରୁ କମ ଦୂରତାରେ ରହିଛି ଉଦ୍ଧାରକାରୀ ଟିମ୍‌ । ଶ୍ରମିକ ଫସିଥିବାଙ୍କ ସ୍ଥାନ ଓ ରେସ୍କ୍ୟୁ ଅପରେସନ ଟିମ୍‌ ମଧ୍ୟରେ ଦୂରତା ମାତ୍ର 18 ମିଟର ବୋଲି କୁହାଯାଉଛି । ଅଗର ମେସିନ ସାହାଯ୍ୟରେ ଖୋଦେଇ କାମ ମଧ୍ୟ ସ୍ବାଭାବିକ ଭାବେ ଜାରି ରହିଛି । ଏହି ପ୍ରକ୍ରିୟା ବିନା କୌଣସି ସମସ୍ୟାରେ ଜାରି ରହିଲେ, ଆସନ୍ତାକାଲି ସୁଦ୍ଧା ହୁଏତ ଉଦ୍ଧାର ଅପରେସନରେ ସମ୍ପୂର୍ଣ୍ଣ ସଫଳତା ମିଳିବା ନେଇ ସମ୍ଭାବନା ଉଜ୍ଜଳ ହୋଇଛି ।

  • #WATCH | Uttarkashi (Uttarakhand) tunnel rescue | Two more Ambulances have reached the Silkyara tunnel site, as the rescue operation to bring out 41 workers trapped inside, continues.

    A part of the tunnel collapsed in Uttarkashi on November 12. pic.twitter.com/3QxGHyhiGV

    — ANI (@ANI) November 22, 2023 " class="align-text-top noRightClick twitterSection" data=" ">

ଉଦ୍ଧାରକାର୍ଯ୍ୟରେ ସାମିଲ ଥିବା ଉତ୍ତରାଖଣ୍ଡ ସଡକ ପରବହନ ବିଭାଗର ବରିଷ୍ଠ ଅଧିକାରୀ ମହମ୍ମୁଦ ଅହମ୍ମଦଙ୍କ ସୂଚନା ଅନୁସାରେ, ଟନେଲ ମଧ୍ୟରେ ଶ୍ରମିକମାନେ ଏଣ୍ଟ୍ରିଂ ପଏଣ୍ଟରୁ 57 ମିଟର ଦୂରରେ ଫସିଥିଲେ । ଏବେ ସୁଦ୍ଧା ଖୋଦେଇ କାମ ପ୍ରାୟ 39 ମିଟରରେ ପହଞ୍ଚି ସାରିଛି । ତେଣୁ ଆଉ ପ୍ରାୟ 18 ମିଟର ଖୋଳାଯିବା ପରେ ଶ୍ରମିକଙ୍କୁ ଉଦ୍ଧାର କରାଯିବା ସମ୍ଭବ ହୋଇପାରିବା ନେଇ ଆଶା କରାଯାଉଛି । ତେବେ ସମ୍ଭାବିତ ଉଦ୍ଧାର ପ୍ରକ୍ରିୟା ସମ୍ପର୍କରେ ଅହମ୍ମଦ କହିଛନ୍ତି, ଟନେଲ ମଧ୍ୟକୁ ଯେତିକି ଖୋଳାଯାଉଛି, ସେତିକି ପାଇପ ଭର୍ତ୍ତି କରାଯାଉଛି । ଏହି ପାଇପକୁ ଓ୍ବେଲ୍ଡିଂ ମଧ୍ୟ କରାଯାଉଛି । ତେଣୁ ଏହି ପ୍ରକ୍ରିୟା ସମୟ ସାପେକ୍ଷ ହେଉଛି । ଏହି ପାଇପ ଶ୍ରମିକଙ୍କ ନିକଟରେ ପହଞ୍ଚିବା ପରେ ଏହା ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରାଯିବ । ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ, ଯଦି ଏହି ପ୍ରକ୍ରିୟାରେ କୌଣସି ସମସ୍ୟା ସୃଷ୍ଟି ନହୁଏ ହୁଏତ ଆଜି ରାତି କିମ୍ବା ଆସନ୍ତାକାଲି ସୁଦ୍ଧା ଭଲ ଖବର ମିଳିପାରେ ।

ଏହା ମଧ୍ୟ ପଢନ୍ତୁ :- ମୋଦି ଚନ୍ଦ୍ରପୃଷ୍ଠରେ ତ୍ରିରଙ୍ଗା ଉଡାଇଛନ୍ତି କହି ରାଜସ୍ଥାନରେ ଭୋଟ ମାଗିଲେ ଶାହ

ଘଟଣାସ୍ଥଳରେ ପୂର୍ବରୁ ଆମ୍ବୁଲାନ୍ସ ମହଜୁଦ ରଖାଯାଇଥିବା ବେଳେ ଆଜି ଅତିରିକ୍ତ ଏକାଧିକ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପଠାଯାଇଛି । ବିଦେଶୀ ବିଶେଷଜ୍ଞ ଟିମ୍‌, ଅତ୍ୟାଧୁନିକ ଯନ୍ତ୍ରାଂଶ ସହ ସମନ୍ବିତ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ରାଉରକେଲା ଇସ୍ପାତ କାରଖାନାରୁ ଏକାଧିକ ଇସ୍ପାତ ପାଇପ୍‌ ବାୟୁସେନା ବିମାନ ସାହାଯ୍ୟରେ ଗତକାଲି ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି ପାଇପକୁ ଟନେଲ ମଧ୍ୟରେ ଭର୍ତ୍ତି କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.