ETV Bharat / bharat

ଦେଶରେ ବର୍ଷା ବିତ୍ପାତ: ଗୋଟିଏ ଦିନରେ ଗଲା ୧୭ ଜୀବନ - ଭାରତରେ ମୌସୁମୀ ବର୍ଷା

ଦେଶରେ ମୌସୁମୀ ଜନିତ ବର୍ଷା ଜଳପ୍ରଳୟ ଆଣିଛି । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବୁଧବାର ଗୋଟିଏ ଦିନରେ ଦେଶବ୍ୟାପୀ ୧୭ ଜଣଙ୍କ ଜୀବନ ଯାଇଛି । ଅଧିକ ପଢନ୍ତୁ

ବର୍ଷା ବିତ୍ପାତ: ଗୋଟିଏ ଦିନରେ ଗଲା ୧୭ ଜୀବନ
ବର୍ଷା ବିତ୍ପାତ: ଗୋଟିଏ ଦିନରେ ଗଲା ୧୭ ଜୀବନ
author img

By

Published : Jul 14, 2022, 7:19 AM IST

ନୂଆଦିଲ୍ଲୀ: ସାରା ଦେଶରେ ବର୍ଷା ବିତ୍ପାତ ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ଏବେ ଅଧା ଭାରତ ବୁଡିଛି । ମହାରାଷ୍ଟ୍ର, ଗୁଜୁରାଟ, ତେଲେଙ୍ଗାନା, ଓଡିଶା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ସମେତ ୨୫ରୁ ଅଧିକ ରାଜ୍ୟରେ ଭୀଷଣ ବର୍ଷା ଲାଗି ରହିଛି । ଏକାଧିକ ରାଜ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଅନେକ ପ୍ରାଣହାନି ଘଟିଛି । କେବଳ ବୁଧବାର ଗୋଟିଏ ଦିନରେ ଦେଶର ଅନେକ ସ୍ଥାନରେ ବନ୍ୟା ଓ ଭୂସ୍ଖଳନରେ ୧୭ ଜଣଙ୍କ ଜୀବନ ଯାଇଛି । ସେହିପରି ହଜାର ହଜାର ସଂଖ୍ୟକ ନଦୀକୂଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତିରତ କରାଯାଇଛି ।

ବର୍ଷାରେ ମହାରାଷ୍ଟ୍ର ଓ ଗୁଜୁରାଟ ସର୍ବାଧିକ ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଗୁଜୁରାଟରେ ଆଉ ୧୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଏ ପର୍ଯ୍ୟନ୍ତ ୩୧,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ମହାରାଷ୍ଟ୍ରରେ ସ୍ଥିତି ସାଂଘାତିକ ରହିଛି । ବର୍ଷା ଓ ବନ୍ୟା ଯୋଗୁଁ ଲୋକେ ଭୋକଉପାସରେ ଦିନ କାଟୁଛନ୍ତି । ରାଜ୍ୟରେ ହିଙ୍ଗୋଲି ଜିଲ୍ଲାରେ ଗତ ୪ ଦିନ ହେଲା ୩୦୦ରୁ ଅଧିକ ଘରେ ଚୁଲି ଜଳିନାହିଁ । ହେକ୍ଟର ହେକ୍ଟର ଚାଷ ଜମି ଏବେ ଜଳମଗ୍ନ ରହିଛି ।

କର୍ଣ୍ଣାଟକରେ ପ୍ରବଳ ବର୍ଷା ଲାଗି ରହିଛି । ବୁଧବାର ସୁଦ୍ଧାରେ ରାଜ୍ୟରେ ବର୍ଷା ଓ ବନ୍ୟା ଯୋଗୁଁ ୩୨ ଜଣ ପ୍ରାଣ ହରାଇଥିବା ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ସୂଚନା ଦେଇଛନ୍ତି । ଏହାସହିତ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ଭିତ୍ତିଭୂମିର ମରାମତି ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଲେଙ୍ଗାନାରେ ମଧ୍ୟ ବର୍ଷା ବିତ୍ପାତ ଜାରି ରହିଛି । ଏଠାରେ ଲଗାଣ ବର୍ଷା ଯୋଗୁଁ କୋଠା ଭୁଶୁଡି ଏବଂ ଅନ୍ୟାନ୍ୟ ଅଘଟଣ ଘଟି ଏବେସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ସୋମବାର ଯାଏଁ ସ୍କୁଲ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.