ETV Bharat / bharat

କଂଗ୍ରେସକୁ ୧୭ DAP ନେତାଙ୍କ ପ୍ରତ୍ୟାବର୍ତ୍ତନ, କହିଲେ ଦଳ ଛାଡ଼ିବା ଥିଲା ଭାବପ୍ରବଣ ଭୁଲ - ଭାରତ ଯୋଡ଼ ଯାତ୍ରା

ଡେମୋକ୍ରାଟିକ ଆଜାଦ ପାର୍ଟି ମୁଖ୍ୟ ଆଜାଦ ନବିଙ୍କୁ ବଡ଼ ଝଟକା । ତାଙ୍କ ଦଳକୁ ତ୍ୟାଗ କଲେ ୧୭ ନେତା । ଏହି ନେତମାନେ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି(17 DAP leaders return to Congress) । ଅଧିକ ପଢନ୍ତୁ

DAP leaders
DAP leaders
author img

By

Published : Jan 6, 2023, 7:49 PM IST

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ନେତା ତଥା ଡେମୋକ୍ରାଟିକ ଆଜାଦ ପାର୍ଟିର ମୁଖ୍ୟ ଗୁଲାମ ନବୀ ଆଜାଦ(Ghulam Nabi Azad)ଙ୍କୁ ଲାଗିଲା ବଡ଼ ଝଟକା । ଦଳ ଛାଡ଼ିଲେ ୧୭ ବରିଷ୍ଠ DAP (Democratic Azad Party) ନେତା । ଶୁକ୍ରବାର ଏହି ନେତାମାନେ କଂଗ୍ରେସରେ ଯୋଗଦେଇଛନ୍ତି (17 DAP leaders return to Congress) । ଆସନ୍ତା ଜାନୁଆରୀ ୨୦ ତାରିଖରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା (Bharat Jodo Yatra) ଜମ୍ମୁକାଶ୍ମୀରରେ ପ୍ରବେଶ କରିବା ପୂର୍ବରୁ ଡିଏପି ନେତାମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି । ତେବେ କଂଗ୍ରେସ ଦଳ ଛାଡ଼ିବା ଏକ ଭାବପ୍ରବଣ ଭୁଲ୍‌ ଥିଲା ବୋଲି ସେମାନେ କହିଛନ୍ତି ।

ଆଜାଦ ପ୍ରାୟ ୫୦ବର୍ଷ ଧରି କଂଗ୍ରେସରେ କାମ କରିଆସୁଥିଲେ । ରାହୁଲ ଗାନ୍ଧୀଙ୍କ କାମ କରିବାର ଢଙ୍ଗକୁ ସେ ବିରୋଧ କରିଥିଲେ । ଏହାପରେ ସେ ଦଳକୁ ତ୍ୟାଗ କରି ନିଜର ଏକ ସ୍ବତନ୍ତ୍ର ଦଳ ଗଢିଥିଲେ । ଆଜାଦ ନୂଆ ଦଳ ଗଠନ କରିବା ପରେ ଏଥିରେ ବହୁ କଂଗ୍ରେସ ନେତା ମଧ୍ୟ ଯୋଗଦେଇଥିଲେ । ହେଲେ ଏବେ ସେମାନେ ପୁଣି କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏନେଇ କଂଗ୍ରେସ ହାଇକମାଣ୍ଡଙ୍କ ବିଶ୍ବସ୍ତ ତଥା AICCର ସାଧାରଣ ସମ୍ପାଦକ କେସି ବେଣୁଗୋପାଲ କହିଛନ୍ତି, "ଆମେ ସେମାନଙ୍କୁ ସ୍ବାଗତ କରୁଛୁ । ଏହା ସେମାନଙ୍କ ଘର ପ୍ରତ୍ୟାବର୍ତ୍ତନ । ଏହା କେବଳ ଆରମ୍ଭ ମାତ୍ର । ଯେଉଁମାନେ ଭାରତର ବିଭାଜନ ଚାହୁଁନାହାନ୍ତ ସେମାନେ ଦଳରେ ଯୋଗଦେବେ ।"

ଏହା ବି ପଢନ୍ତୁ- କଂଗ୍ରେସକୁ ଫେରିବେନି ଆଜାଦ, ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ ପକାଇଲେ ପୂର୍ଣ୍ଣଚ୍ଛେଦ

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦ, ପୂର୍ବତନ ବିଧାୟକ ବଲୱନ୍ତ ସିଂ, ପୂର୍ବତନ ପିସିସି ମୁଖ୍ୟ ପିରଜାଦା ମହମ୍ମଦ ସୟଦ କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ DAPରେ ଯୋଗଦେଇଥିଲେ । ଏହା ସେମାନଙ୍କ ଜୀବନର ବଡ଼ ଭୁଲ ବୋଲି କହିଛନ୍ତି । ଭାବପ୍ରବଣ ହୋଇ ସେମାନେ ଏହି ଭୁଲ କରିଥିବା କହିଛନ୍ତି । ଏମାନଙ୍କ କହିବାନୁସାରେ ଏହି କେନ୍ଦ୍ରଶାସିତ ଅଞ୍ଚଳର ଲୋକେ ଗାନ୍ଧୀ ପରିବାର ସହିତ ଅଧିକ ଜଡ଼ିତ ବୋଲି ସେ କହିଛନ୍ତି । ଏନେଇ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦ କହିଛନ୍ତି, "ମୁଁ ଗତ ୫୦ବର୍ଷ ଧରି କଂଗ୍ରେସ ସହିତ କାମ କରିଛି । ଦଳର ନେତା ଭାବେ କାର୍ଯ୍ୟ କରୁଥିବା ବେଳେ ବହୁତ କିଛି ହାସଲ କରିଛି । କଂଗ୍ରେସ ମୋ ଭଳି ଗରିବ ଗ୍ରାମବାସୀକୁ ପ୍ରୋତ୍ସାହିତ କରିଥିଲା । ସୋନିଆ ଗାନ୍ଧୀ ମୋତେ ଜମ୍ମୁ କାଶ୍ମୀର ବିଧାନସଭାର ବାଚସ୍ପତି କରାଇଥିଲେ । DAPରେ ସାମିଲ ହେବା ବଡ଼ ଭୁଲ ଥିଲା ।"

ସେ ଆହୁରି କହିଛନ୍ତି ଯେ ଭାବପ୍ରବଣ ହୋଇ ସେ ଏହି ଭୁଲ କରିଦେଇଥିଲେ । ନିଜର ବନ୍ଧୁତ୍ବର ସମ୍ପର୍କକୁ ବଜାୟ ରଖିବା ଲାଗି କଂଗ୍ରେସ ଦଳକୁ ତ୍ୟାଗ କରିଥିଲେ । ମାତ୍ର ଏବେ ସୋନିଆ ଗାନ୍ଧୀ ପୁଣି ତାଙ୍କୁ ଦଳରେ ସାମିଲ ହେବାକୁ ଅନୁମତି ଦେଇଥିବାରୁ ସେ କୃତଜ୍ଞ ବୋଲି କହିଛନ୍ତି । ଅନ୍ୟପଟେ ପିରଜାଦା ମଧ୍ୟ ସମାନ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ରଶାସିତ ଅଞ୍ଚଳର ଲୋକେ ଗାନ୍ଧୀ ପରିବାର ସହିତ ଅଧିକ ଜଡ଼ିତ । ତେବେ ସେ କଂଗ୍ରେସ ଦଳ ତ୍ୟାଗ କରିଥିବାରୁ ଜମ୍ମୁ କାଶ୍ମୀରବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ଅନ୍ୟ ନେତାମାନେ ମଧ୍ୟ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ଖୁସିବ୍ୟକ୍ତ କରିଛନ୍ତି ।

ଏନେଇ ବେଣୁଗୋପାଲ କହିଛନ୍ତି ଏହି ନେତାମାନେ ଛୁଟି କାଟିବାକୁ ଯାଇଥିଲେ ଏବେ ଦଳରେ ପୁଣି ସାମିଲ ହୋଇଛନ୍ତି । ସେମାନେ ହୃଦୟଙ୍ଗମ କରିଛନ୍ତି ଯେ କଂଗ୍ରେସ ହେଉଛି ସେମାନଙ୍କ ନିଜ ଦଳ । ଆଜି ଜମ୍ମୁକାଶ୍ମୀରର ପରିବେଶ ବଦଳିଛି । ନ୍ୟାସନାଲ କନଫରେନ୍ସ(National Conference) ନେତା ଫାରୁକ ଅବଦୁଲ୍ଲା ମଧ୍ୟ ଭାରତ ଯୋଡ଼ ଯାତ୍ରାରେ ଯୋଗ ଦେବାକୁ ଯାଉଛନ୍ତି । ତାଙ୍କ ପୁଅ ଉମର ଅବଦୁଲ୍ଲା ମଧ୍ୟ ଶ୍ରୀନଗରରେ ରାହୁଲଙ୍କୁ ସ୍ବାଗତ କରିଛନ୍ତି । ଆଜାଦଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ବେଣୁଗୋପାଲ କହିଛନ୍ତି ଯେ ଯେଉଁମାନେ ଭାରତର ଏକତା ଚାହୁଁଛନ୍ତି ସେମାନେ ଦଳରେ ଯୋଗ ଦେଇପାରିବେ । ମାତ୍ର ଆଜାଦ କଂଗ୍ରେସକୁ ଫେରୁନଥିବା ନେଇ ସ୍ପଷ୍ଟ କରିଛନ୍ତି । କଂଗ୍ରେସର କିଛି ନେତା ଏପରି ମିଥ୍ୟା ଖବର ପ୍ରଚାର କରୁଥିବା ନେଇ ସେ ନିକଟରେ ଅଭିଯୋଗ ଆଣିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.