ETV Bharat / bharat

ମିଳିଲା 160 ବର୍ଷ ପୁରୁଣା ସ୍ବାଧୀନତା ସଂଗ୍ରାମୀଙ୍କ କଙ୍କାଳ

author img

By

Published : Apr 29, 2022, 12:18 PM IST

160 ବର୍ଷର ମଣିଷ କଙ୍କାଳ ଉଦ୍ଧାର । କଙ୍କାଳଗୁଡ଼ିକ ଦେଶ ସ୍ବାଧୀନତା ବେଳେ ପ୍ରାଣ ହରାଇଥିବା ପୁରୁଷ ସ୍ବାଧୀନତା ସଂଗ୍ରାମୀଙ୍କ ହୋଇଥିବା ଅନୁସନ୍ଧାନ ରିପୋର୍ଟରୁ ଜଣାପଡ଼ିଛି। ଅଧିକ ପଢ଼ନ୍ତୁ

165 year old skeletons found in Punjab belong to martyrs of the Ganga plain
ମିଳିଲା 165 ବର୍ଷ ପୁରୁଣା ସ୍ବାଧିନତା ସଂଗ୍ରାମୀଙ୍କ କଙ୍କାଳ

ଚଣ୍ଡିଗଡ଼: 160 ବର୍ଷର ମଣିଷ କଙ୍କାଳ ଉଦ୍ଧାର । ପଞ୍ଜାବର ଅଜନାଲା ସହରର ଏକ ପୁରୁଣା କୂପରୁ ଏକାଧିକ ପ୍ରାଚୀନ କଙ୍କାଳ ଉଦ୍ଧାର କରାଯାଇଛି । କଙ୍କାଳଗୁଡ଼ିକ ଦେଶ ସ୍ବାଧିନତା ବେଳେ ପ୍ରାଣ ହରାଇଥିବା ପୁରୁଷ ସ୍ବାଧିନତା ସଂଗ୍ରାମୀଙ୍କ ହୋଇଥିବା ଅନୁସନ୍ଧାନ ରିପୋର୍ଟରୁ ଜଣାପଡ଼ିଛି ।

2014ରେ କଙ୍କାଳ ଗୁଡ଼ିକର ଉଦ୍ଧାର ପରେ ପରୀକ୍ଷା ନିରୀକ୍ଷା ଚାଲିଥିଲା । ଏକ ଅଧ୍ୟୟନରେ ଦାବି କରାଯାଇଛି ଯେ, ଉଦ୍ଧାର ହୋଇଥିବା 160 ବର୍ଷର ପୁରୁଣା କଙ୍କାଳଗୁଡ଼ିକ ସ୍ବାଧିନତା ସଂଗ୍ରାମୀଙ୍କର। ଏମାନେ 1857 ମସିହାରେ ସ୍ବାଧିନତା ଯୁଦ୍ଧ ବେଳେ ବ୍ରିଟିଶର୍ସଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ । ମାତ୍ର କେତେକ ଐତିହାସିକଙ୍କ ମତ ଅନୁଯାୟୀ 1947 ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ନିହତ ହରାଇଥିବା ସଂଗ୍ରାମୀଙ୍କର କଙ୍କାଳ ଅଟେ।

ଗଙ୍ଗାର ସମତଳ ଅଞ୍ଚଳରୁ ମିଳିଥିବା କଙ୍କାଳଗୁଡ଼ିକ ଉତ୍ତରପ୍ରଦେଶ ଏବଂ ଓଡ଼ିଶା ସ୍ବାଧିନତା ସଂଗ୍ରାମୀଙ୍କ ହୋଇଥିବା କୁହାଯାଇଛି । General Frontiers in Geneticsରେ ପ୍ରକାଶିତ ସର୍ବଶେଷ ଅଧ୍ୟୟନରୁ ଏହି ସତ୍ୟତା ସାମ୍ନାକୁ ଆସିଛି । କିନ୍ତୁ ସଠିକ ପ୍ରମାଣ ନଥିବାରୁ ବାସ୍ତବରେ ସଂଗ୍ରାମୀମାନେ କେଉଁ ସ୍ଥାନର ତାହା ଜାଣିବା ସମ୍ଭବ ହୋଇପାରିନାହିଁ । ବାରାଣାସୀ ହିନ୍ଦୁ ବିଶ୍ବବିଦ୍ୟାଳୟର ଜୁଲୋଜି ବିଭାଗର ପ୍ରଫେସର କହିଛନ୍ତି "ଏହା ଭାରତର ପ୍ରଥମ ସ୍ବାଧିନତା ସଂଗ୍ରାମର ମୁଖ୍ୟ ସଂଗ୍ରାମୀଙ୍କ ଇତିହାସର ଏକ ମହତ୍ବପୂର୍ଣ୍ଣ ଅଧ୍ୟାୟ'। ଅନୁସନ୍ଧାନକାରୀମାନେ ଡିଏନଏ ପରୀକ୍ଷା ପାଇଁ 50 ନମୁନା ଓ ଆଇସୋଟୋପ ପରୀକ୍ଷା ପାଇଁ 85 ନମୁନାର ବ୍ୟବହାର କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.