ETV Bharat / bharat

Operation Ganga: ୟୁକ୍ରେନରୁ ୧୬୦ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ଏୟାର ଏସିଆ - ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ଏୟାର ଏସିଆ ବିମାନ

୧୬୦ ଜଣ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ୟୁକ୍ରେନରୁ ବାହାରିଥିବା ବିମାନ । ଆଜି ସକାଳ ୪ଟା ୩୦ ମିନିଟରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲା ଏୟାର ଏସିଆ ବିମାନ । ଅଧିକ ପଢନ୍ତୁ

Operation Ganga: ୟୁକ୍ରେନରୁ ୧୬୦ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ଏୟାର ଏସିଆ ବିମାନ
Operation Ganga: ୟୁକ୍ରେନରୁ ୧୬୦ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ଏୟାର ଏସିଆ ବିମାନOperation Ganga: ୟୁକ୍ରେନରୁ ୧୬୦ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ଏୟାର ଏସିଆ ବିମାନ
author img

By

Published : Mar 7, 2022, 7:33 AM IST

ନୂଆଦିଲ୍ଲୀ: 'ଅପରେସନ ଗଙ୍ଗା' ଅଭିଯାନରେ ସ୍ବଦେଶ ଫେରୁଛନ୍ତି ୟୁକ୍ରେନରେ ଫସି ରହିଥିବା ଭାରତୀୟ । ୧୬୦ ଜଣ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ୟୁକ୍ରେନରୁ ବାହାରିଥିବା ବିମାନ । ଆଜି ସକାଳ ୪ଟା ୩୦ ମିନିଟରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲା ଏୟାର ଏସିଆ ବିମାନ ।

ଜଣେ ଛାତ୍ରୀ ସ୍ବଦେଶ ଫେରିବା ପରେ ସେଠାକାର ସ୍ଥିତି ବିଷୟରେ ମଧ୍ୟ ବଖାଣିଛନ୍ତି । ଏହା ପ୍ରକୃତରେ କଷ୍ଟସାଧ୍ୟ ଥିଲା । ମେଟ୍ରୋ ଟନେଲ ଦେଇ ତିନି ଦିନ ଯାତ୍ରା କଲୁ । ୟୁକ୍ରେନ ସୀମାରେ ପହଞ୍ଚିବା ପରେ ଭାରତୀୟ ଦୂତାବାସ ସ୍ଥାନାନ୍ତର କରି ଫେରାଇ ଆଣିଛି । ସୁରକ୍ଷତ ଭାବେ ଆଜି ସ୍ବଦେଶରେ ପହଞ୍ଚିବା ପରେ ବେଶ ଖୁସିଥିବା କହିଛନ୍ତି ଛାତ୍ରୀ ଜଣଙ୍କ ।

ଗତ ଏକ ସପ୍ତାହ ମଧ୍ୟରେ, ଅପରେସନ୍ ଗଙ୍ଗା ଅଧୀନରେ ୟୁକ୍ରେନରୁ ୧୩,୦୦ରୁ ରୁ ଅଧିକ ଭାରତୀୟ ଛାତ୍ରଙ୍କୁ ସ୍ଥାନାନ୍ତର କରାଯାଇଛି। ଖାର୍କିଭ ଏବଂ ସୁମିଙ୍କୁ ବାଦ୍ ଦେଇ ୟୁକ୍ରେନର ଅବଶିଷ୍ଟ ଅଞ୍ଚଳରୁ ପ୍ରାୟ ସମସ୍ତ ଭାରତୀୟଙ୍କୁ ସ୍ଥାନାନ୍ତର କରାଯାଇଛି। ୟୁକ୍ରେନ ଉପରେ ଋଷ ଆକ୍ରମଣ ପରେ ସ୍ଥିତି ଭୟଙ୍କର ହେବାରୁ ସେଠାରେ ଅନେକ ଭାରତୀୟ ଫସି ରହିଛନ୍ତି । ସେମାନଙ୍କ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି 'ଅପରେସନ ଗଙ୍ଗା' ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.