ନୂଆଦିଲ୍ଲୀ: ମିଥ୍ୟା, ଭାରତ ବିରୋଧୀ ତଥା ଜାତୀୟ ସୁରକ୍ଷାକୁ ପ୍ରଭାବିତ କରିବା ପରି ଖବର ପରିବେଷଣ ଜାରି ରଖିଥିବା 16 YouTube ଚ୍ୟାନେଲକୁ ନିଷେଧ ଘୋଷଣା କଲେ କେନ୍ଦ୍ର ସରକାର । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଚ୍ୟାନେଲଗୁଡିକ ମଧ୍ୟମରେ ପାକିସ୍ତାନରୁ ଅପରେଟ ହେଉଥିବା 6 ୟୁଟ୍ୟୁବ ଚାନେଲ ମଧ୍ୟ ରହିଛି ।
-
Ministry of Information and Broadcasting blocks 16 YouTube news channels - 10 Indian and 6 Pakistan-based - for spreading disinformation related to India’s national security, foreign relations and public order: Government of India pic.twitter.com/4s5Cx9tCVO
— ANI (@ANI) April 25, 2022 " class="align-text-top noRightClick twitterSection" data="
">Ministry of Information and Broadcasting blocks 16 YouTube news channels - 10 Indian and 6 Pakistan-based - for spreading disinformation related to India’s national security, foreign relations and public order: Government of India pic.twitter.com/4s5Cx9tCVO
— ANI (@ANI) April 25, 2022Ministry of Information and Broadcasting blocks 16 YouTube news channels - 10 Indian and 6 Pakistan-based - for spreading disinformation related to India’s national security, foreign relations and public order: Government of India pic.twitter.com/4s5Cx9tCVO
— ANI (@ANI) April 25, 2022
ଭାରତର ସୁରକ୍ଷା, ବୈଦେଶିକ ନୀତି ପରି ସମ୍ବେଦନଶୀଳ ପ୍ରସଙ୍ଗରେ ଏହି ଚ୍ୟାନେଲଗୁଡିକ ନିରାଧର ତଥା ବିଭ୍ରାନ୍ତିକାର ତଥ୍ୟମାନ ପ୍ରସାରଣ କରିଆସୁଥିଲେ । ଏପରି ସୂଚନା ମିଳିବା ପରେ ଏମାନଙ୍କ ଉପରେ ନଜର ରଖିଥିଲା ସୂଚନା ପ୍ରସାରଣ ମନ୍ତ୍ରଣାଳୟ । ଏହା ମଧ୍ୟରୁ 6ଟି ଚ୍ୟାନେଲ ପାକିସ୍ତାନରୁ ଅପରେଟ ହେଉଥିବା ଜଣାପଡିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୂର୍ବରୁ ମଧ୍ୟ ଭାରତ ବିରୋଧୀ କାର୍ଯ୍ୟ ପାଇଁ ଏକାଧିକ ଚ୍ୟାନେଲ ଓ ନ୍ୟୁଜ ଓ୍ବେବସାଇଟକୁ ବ୍ୟାନ କରାଯାଇସାରିଛି ।
ବ୍ୟରୋ ରିପୋର୍ଟ, ଇଟିଭି ଭାରତ