ETV Bharat / bharat

16 ଆଫଗାନ ଫେରନ୍ତା କୋଭିଡ ପଜିଟିଭ, ସଂସ୍ପର୍ଶରେ ଆସିଛନ୍ତି ପେଟ୍ରୋଲିଅମ ମନ୍ତ୍ରୀ - ସଂସ୍ପର୍ଶରେ ଆସିଛନ୍ତି ହର୍ଦ୍ଦିପ ସିଂ

ମଙ୍ଗଳବାର ଆଫଗାନିସ୍ତାନରୁ ଭାରତରେ ପହଞ୍ଚିଥିବା 78 ଜଣଙ୍କ ମଧ୍ୟରୁ 16 ଜଣ କୋଭିଡ ପଜିଟିଭ ହୋଇଥିବା ଜଣାପଡ଼ିଛି। ତେବେ ସଂକ୍ରମିତଙ୍କ ମଧ୍ୟରେ ତିନି ଜଣ ଶିଖ ସମ୍ପ୍ରଦାୟ ଅଛନ୍ତି ଯେଉଁମାନଙ୍କ ସଂସ୍ପର୍ଶରେ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ହରଦୀପ ସିଂ ପୁରୀ ଆସିଛନ୍ତି । ଅଧିକ ପଢନ୍ତୁ...

ଆଫଗାନ ଫେରନ୍ତା ୧୬ କୋଭିଡ୍‌ ପଜିଟିଭ୍‌, ସଂସ୍ପର୍ଶରେ ଆସିଛନ୍ତି ହର୍ଦ୍ଦିପ ସିଂ

author img

By

Published : Aug 25, 2021, 11:45 AM IST

ନୂଆଦିଲ୍ଲୀ: ଗତକାଲି(ମଙ୍ଗଳବାର) ଆଫଗାନିସ୍ତାନରୁ ଭାରତରେ ପହଞ୍ଚିଥିବା 78 ଜଣଙ୍କ ମଧ୍ୟରୁ 16 ଜଣ କୋଭିଡ ପଜିଟିଭ ହୋଇଥିବା ଜଣାପଡ଼ିଛି। ତେବେ ସଂକ୍ରମିତଙ୍କ ମଧ୍ୟରେ ତିନିଜଣ ଅଛନ୍ତି ଯେଉଁମାନେ କାବୁଲରୁ ଶିଖ ସମ୍ପ୍ରଦାୟର ପବିତ୍ର ଧର୍ମଗ୍ରନ୍ଥ ନେଇ ଭାରତକୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ଅନ୍ୟପଟେ ଉକ୍ତ ପବିତ୍ର ଧର୍ମଗ୍ରନ୍ଥ ଗୁଡ଼ିକୁ ଦିଲ୍ଲୀ ବିମାନ ବନ୍ଦରରେ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ହରଦୀପ ସିଂ ପହଞ୍ଚି ସେମାନଙ୍କ ଠାରୁ ଗ୍ରହଣ କରିଥିଲେ । ଯାହାଦ୍ବାରା ସେ ମଧ୍ୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ।

ପ୍ରକାଶ ଥାଉକି, ଆଫଗାନିସ୍ତାନକୁ ତାଲିବାନ କବଜା ପରେ ନିଜ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଭାରତ ପ୍ରତିଦିନ ସ୍ବତନ୍ତ୍ର ବିମାନ ଚଳାଚଳ କରୁଛି। ଅଗଷ୍ଟ 23 ରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଏକ ଗାଇଡଲାଇନ ଅନୁଯାୟୀ ବାଧ୍ୟତାମୂଳକ କ୍ବାରେଣ୍ଟାଇନ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହି ଗାଇଡଲାଇନରେ ଆଫଗାନିସ୍ତାନରୁ ଭାରତ ଆସୁଥିବା ଲୋକମାନଙ୍କ ପାଇଁ ନଜାଫଗଡ଼ରେ ଥିବା ଚାୱଲା କ୍ୟାମ୍ପରେ ପହଞ୍ଚିବା ଦିନଠାରୁ ଅତି କମରେ 14 ଦିନ ପର୍ଯ୍ୟନ୍ତ ଅନୁଷ୍ଠାନିକ ଭାବେ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି ।

ଏପର୍ଯ୍ୟନ୍ତ ୨୨୮ ଜଣ ଭାରତୀୟ ନାଗରିକଙ୍କ ସମେତ ଆଫଗାନିସ୍ତାନରୁ ସମୁଦାୟ ୬୨୬ ଜଣଙ୍କ ସ୍ଥାନାନ୍ତରଣ କରାଯାଇଥିବା କଥା କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ସ୍ଥାନାନ୍ତରିତ ଜନତାଙ୍କ ମଧ୍ୟରୁ ୭୭ ଜଣ ହେଉଛନ୍ତି ଆଫଗାନିସ୍ତାନ ଶିଖ୍। କିନ୍ତୁ, ସେଠାକାର ଭାରତୀୟ ଦୂତାବାସରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସ୍ଥାନାନ୍ତରଣ କରାଯାଇ ନାହିଁ। ଅନ୍ୟପଟେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଆଫଗାନିସ୍ତାନରୁ ଭାରତକୁ ଜରୁରୀକାଳୀନ ସ୍ଥାନାନ୍ତର ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.