ETV Bharat / bharat

ଭିଟାମାଟି ଛାଡିଲେ 15 କାଶ୍ମୀର ପଣ୍ଡିତ ପରିବାର

ପୁଣି ଘାଟିରେ ଅସୁରକ୍ଷିତ କାଶ୍ମୀର ପଣ୍ଡିତ । ପଣ୍ଡିତ ପୁରାଣ କ୍ରିଷନ ଭଟ୍ଟଙ୍କ ହତ୍ୟା ପରେ ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ଭିଟାମାଟି ଛାଡିଲେ 15 କାଶ୍ମୀର ପଣ୍ଡିତ ପରିବାର (Kashmiri Pandit families leave Kashmir) । ସୁରକ୍ଷା ବଳର ଅପରେସନ ସତ୍ତ୍ବେ ମଧ୍ୟ ଥମୁନି ଟାର୍ଗେଟ କିଲିଂ । ଅଧିକ ପଢନ୍ତୁ

ଭିଟାମାଟି ଛାଡିଲେ 15 କାଶ୍ମୀର ପଣ୍ଡିତ ପରିବାର
ଭିଟାମାଟି ଛାଡିଲେ 15 କାଶ୍ମୀର ପଣ୍ଡିତ ପରିବାର
author img

By

Published : Oct 26, 2022, 8:57 PM IST

ଶ୍ରୀନଗର: ପୁଣି ଘାଟିରେ କାଶ୍ମୀର ପଣ୍ଡିତଙ୍କ ପଳାୟନ ଘଟଣା ସାମ୍ନାକୁ ଆସିଛି । କାଶ୍ମୀର ପଣ୍ଡିତ ପୁରନ କ୍ରିଷ୍ଣନ ଭଟ୍ଟଙ୍କୁ ଆତଙ୍କବାଦୀ ହତ୍ୟା କରିବା ପରେ ପୁଣି ଥରେ ଘାଟିରେ କାଶ୍ମୀର ପଣ୍ଡିତଙ୍କ ସୁରକ୍ଷା ନେଇ ପ୍ରଶ୍ନ ଛିଡା ହୋଇଛି । ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ପ୍ରାୟ 15 କାଶ୍ମୀର ପରିବାର ସେମାନଙ୍କ ଭିଟା ମାଟି ଛାଡି ଅନ୍ୟତ୍ର ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି (Kashmiri Pandit families leave Kashmir)।

ମୃତ କାଶ୍ମୀର ପଣ୍ଡିତ ପୂରାଣ କ୍ରିଷ୍ଣନ ଭଟ୍ଟଙ୍କ ସମ୍ପର୍କୀୟ ଭାଇ ଟି.କେ ଭଟ୍ଟ ଇଟିଭି ଭାରତ ସହ ସାକ୍ଷାତକାରରେ କହିଛନ୍ତି, ଭଟ୍ଟଙ୍କ ହତ୍ୟା ପରେ ଭୟରେ ପ୍ରାୟ 15 କାଶ୍ମୀର ପରିବାର ଘାଟି ଛାଡି ସାରିଛନ୍ତି । 15 ଅକ୍ଟୋବରରେ ସୋପିଆନ ଜିଲ୍ଲାରେ ନିଜ ଘର ସାମ୍ନାରେ କାଶ୍ମୀର ପଣ୍ଡିତ ଭଟ୍ଟଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କୀ । ଘାଟିରେ ଟାର୍ଗେଟ କିଲିଂ ଓ କାଶ୍ମୀର ପଣ୍ଡିତମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ପଣ୍ଡିତ ସମ୍ପ୍ରଦାୟ ରାସ୍ତାକୁ ଓହ୍ଲାଇବା ସହ ସେମାନଙ୍କ ସୁରକ୍ଷା ନେଇ ଆନ୍ଦୋଳନ କରିଥିଲେ ।

90 ଦଶକରେ ଘାଟିରେ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ ଆନ୍ଦୋଳ ଚରମ ସୀମାରେ ପହଞ୍ଚିଥିଲା । ଏହି ସମୟରେ କାଶ୍ମୀରରେ ଥିବା ପଣ୍ଡିତ ପରିବାର ଧର୍ମୀୟ ଉତ୍ପୀଡନ ଓ ଗଣହତ୍ୟାର ଶିକାର ହୋଇଥିଲେ । ହଜାର ହଜାର କାଶ୍ମୀର ପଣ୍ଡିତ ପରିବାର ପ୍ରାଣ ଭୟରେ ରାତାରାତି ଘାଟି ଛାଡିବାକୁ ବାଧ୍ୟ ହୋଇଥିଲେ । ଅନେକ ହତ୍ୟା ଓ ଦୁଷ୍କର୍ମ ପରି ବର୍ବରତାର ଶିକାର ମଧ୍ୟ ହୋଇଥିଲେ । ଏବେ ସୁଦ୍ଧା ମଧ୍ୟ ସେମାନେ ଘାଟିକୁ ଫେରିବାକୁ ସକ୍ଷମ ହୋଇନାହାନ୍ତି ।

ତେବେ 2019 ମସିହାରେ ଧାରା-370 ଓ ଅନୁଚ୍ଛେଦ 35 (କ) ଉଚ୍ଛେଦ ପରି ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା । ଆତଙ୍କବାଦ ଓ ବିଛିନ୍ନତାବାଦୀ ଆନ୍ଦୋଳନ ଓ ପଥର ମାଡ ପରି ସମସ୍ୟା ପ୍ରାୟତଃ ଦେଖିବାକୁ ମିଳୁ ନଥିବା ବେଳେ ଗତ କିଛି ମାସ ଧରି ପୁଣି ଥରେ ଘାଟିରେ ଟାର୍ଗେଟ କିଲିଂର ଧାରା ଆରମ୍ଭ ହୋଇଛି । କାଶ୍ମୀର ପଣ୍ଡିତ ଓ ଅଣସ୍ଥାନୀୟଙ୍କୁ ଆକ୍ରମଣ କରି ହତ୍ୟା କରିବାରେ ଲାଗିଛନ୍ତି ଆତଙ୍କବାଦୀ । ଆତଙ୍କୀ ନିରୋଧୀ ଅପରେସନ ମାଧ୍ୟମରେ ସୁରକ୍ଷା ବଳ ଓ ସ୍ଥାନୀୟ ପୋଲିସ କ୍ରମାଗତ ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ନେବା ସତ୍ତ୍ବେ ମଧ୍ୟ ଘାଟିରେ କାଶ୍ମୀର ପଣ୍ଡିତଙ୍କୁ ହତ୍ୟାରେ ରୋକ ନଲାଗିବା ପୁଣି ଥରେ 90 ଦଶକ ପରି ସ୍ଥିତି ସୃଷ୍ଟି କରିବା ଆଶଙ୍କାକୁ ବଢାଇଛି ।

ପ୍ରଥମେ ରାଜସ୍ବ କର୍ମଚାରୀ ରାହୁଲ ଭଟ୍ଟଙ୍କୁ ତହସିଲ କାର୍ଯ୍ୟାଳୟ ପରିସରରେ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ । ପରେ ଏକାଧିକ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରିଥିବା ବେଳେ ନିକଟରେ ପୁରାଣ କ୍ରିଷ୍ଣନ ଭଟ୍ଟଙ୍କ ହତ୍ୟା ପୁଣି ଥରେ କାଶ୍ମୀର ପଣ୍ଡିତଙ୍କ ମନରେ ଭୟ ସୃଷ୍ଟି କରିଛି । ଏବେ ପୁଣି ଥରେ ପ୍ରାୟ 15 କାଶ୍ମୀର ପରିବାର ନିଜ ଭିଟ୍ଟାମାଟି ଛାଡିବାକୁ ବାଧ୍ୟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.