ETV Bharat / bharat

ଗୋଟିଏ ଦିନରେ 14,849 କୋରୋନା ପଜିଟିଭ ଚିହ୍ନଟ, 155 ମୃତ - କୋରୋନା ଅପଡେଟ

ମହାମାରୀ କୋରୋନାକୁ ଦୀର୍ଘ 1 ବର୍ଷ ବିତିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାବୁ ହୋଇନି ସଂକ୍ରମଣ। ଦୈନିକ ଆସୁଛି 10ହଜାରରୁ ଅଧିକ ପଜିଟିଭ ସଂଖ୍ୟା। ଅଧିକ ପଢନ୍ତୁ...

ଗୋଟିଏ ଦିନରେ 14,849 କୋରୋନା ପଜିଟିଭ ଚିହ୍ନଟ
ଗୋଟିଏ ଦିନରେ 14,849 କୋରୋନା ପଜିଟିଭ ଚିହ୍ନଟ
author img

By

Published : Jan 24, 2021, 11:00 AM IST

ନୂଆଦିଲ୍ଲୀ: ଦେଶରେ ଏବେ ବି ଜାରି ରହିଛି କୋରୋନା ପ୍ରକୋପ। 24 ଘଣ୍ଟା ଭିତରେ ଆସିଲା 14 ହଜାର 849 କୋରୋନା ପଜିଟିଭ । ଏଥିରେ 155 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଯଦି ଦେଖାଯାଏ ତେବେ ଗତକାଲି(ଶନିବାର) ଅପେକ୍ଷା ଆଜି (ରବିବାର) ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି, ଯାହାକୁ ନେଇ ମୋଟ ସଂକ୍ରମଣ ସଂଖ୍ୟା 1 କୋଟି 6 ଲକ୍ଷ 54 ହଜାର 533 କୁ ବୃଦ୍ଧି ପାଇଛି।

ସେହିପରି ଗୋଟିଏ ଦିନରେ 15 ହଜାର 948 ଜଣ ସୁସ୍ଥ ହୋଇ ମୋଟ 1 କୋଟି 3 ଲକ୍ଷ 16 ହଜାର 786ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏବଂ ଏବେ ସୁଦ୍ଧା ହେଲେଣି 1 ଲକ୍ଷ 53 ହଜାର 339 ଜଣ ଆକ୍ରାନ୍ତଙ୍କ ଜୀବନ । ବର୍ତ୍ତମାନ ମୋଟ 1 ଲକ୍ଷ 84 ହଜାର 408 ଜଣ ଦେଶର ବିଭିନ୍ନ କୋଭିଡ କେୟାରରେ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପଟେ ଦେଶରେ ଟୀକାକରଣ ଆରମ୍ଭ ହୋଇଥିବାବେଳେ ଏବେ ପର୍ଯ୍ୟନ୍ତ 15 ଲକ୍ଷ 82 ହଜାର 201 ଜଣ ଟିକା ନେଇ ସାରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.