ETV Bharat / bharat

ତେଲେଙ୍ଗାନାରୁ ଆଉ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ୩୮ରେ ପହଞ୍ଚିଲା ସଂଖ୍ୟା - ତେଲେଙ୍ଗାନାରେ ବଢିଲା ଆକ୍ରାନ୍ତ ସଂଖ୍ୟା

ତେଲେଙ୍ଗାନାରୁ ଆଜି (ବୁଧବାର) ଆଉ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୮କୁ ବୃଦ୍ଧି । ଅଧିକ ପଢନ୍ତୁ

ତେଲେଙ୍ଗାନାରୁ ଆଉ ୧୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ , ୩୮ରେ ପହଞ୍ଚଲା ସଂଖ୍ୟା

author img

By

Published : Dec 22, 2021, 10:49 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ଆଜି (ବୁଧବାର)ନୂଆ ଭ୍ୟାରିଏଣ୍ଟ ଓମିକ୍ରନର 14 ଟି ନୂତନ ସଂକ୍ରମଣ ମାମଲା ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା 38କୁ ବୃଦ୍ଧି ପାଇଛି । ଏହି 14ଟି ନୂଆ ମାମଲାରୁ ୨ ଜଣ ଆକ୍ରାନ୍ତ ହାଇରିକ୍ସ ତାଲିକାରେ ଥିବା ଦେଶରୁ ଆସି ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (RGIA)ରେ ଅବତରଣ କରିଥିଲେ । ସେହିପରି ଅନ୍ୟ ୧୨ ଜଣ ମଧ୍ୟ ବିଦେଶ ଫେରନ୍ତା ବୋଲି ଚିହ୍ନଟ ହୋଇଛନ୍ତି ।

ଆଜି (ବୁଧବାର) ରାଜ୍ୟରେ ମୋଟ 182 ନୂଆ ସଂକ୍ରମଣ ଚିହ୍ନଟ ହେବା ସହ ମୋଟ ସଂଖ୍ୟା 6,80,074 ରେ ପହଞ୍ଚିଛି । ଆଜିର ସଂକ୍ରମିତଙ୍କ ମଧ୍ୟରେ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ (GHMC) ଅଧୀନରେ 91 ସଂକ୍ରମିତ ରହିଥିବା ବେଳେ ହନୁମାକୋଣ୍ଡାରୁ 18 ଜଣ ଆକ୍ରାନ୍ତ ରହିଥିବା ସ୍ବାସ୍ଥ୍ୟ ବିଭାଗ କହିଛି । ସେହିପରି ଆଜି ଆଉ ଜଣେ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ସୂଚନା ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.