ETV Bharat / bharat

୧୪ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି - ରାଷ୍ଟ୍ରପତି

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନଭି ରମଣାଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ୧୪ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି । ଅଧିକ ପଢନ୍ତୁ...

୧୪ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

author img

By

Published : Oct 14, 2021, 8:34 AM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଓଡିଶା, ତେଲେଙ୍ଗାନା ଏବଂ କେରଳ ହାଇକୋର୍ଟ ପାଇଁ ୧୪ ଜଣ ନୂଆ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନଭି ରମଣାଙ୍କ ସୁପାରିଶକ୍ରମେ ରାଷ୍ଟ୍ରପତି ବିଚାରପତିଙ୍କୁ ନିଯୁକ୍ତି ଦେଇଛନ୍ତି ।

ତେଲେଙ୍ଗାନାରେ ୭ଜଣ ବିଚାରପତି, କେରଳ ହାଇକୋର୍ଟ ପାଇଁ ୪ଜଣ ଓ ଓଡିଶା ହାଇକୋର୍ଟ ପାଇଁ ୩ଜଣ ବିଚାରପତିଙ୍କୁ ନିଯୁକ୍ତି ମିଳିଛି । ୧୪ଜଣ ନବନିଯୁକ୍ତ ବିଚାରପତିଙ୍କ ମଧ୍ୟରୁ ୧୨ଜଣ ପୂର୍ବରୁ ନ୍ୟାୟିକ ଅଧିକାରୀ ଜଣେ ଆଇନଜୀବି ଏବଂ ଅନ୍ୟ ଜଣେ ଆୟକର ଟ୍ରିବ୍ୟୁନାଲରେ କାର୍ଯ୍ୟ କରିଛନ୍ତି ।

ଓଡିଶା ହାଇକୋର୍ଟର ବିଚାରପତି ଭାବରେ ଆଡଭୋକେଟ୍ ମୃଗାଙ୍କ ଶେଖର ସାହୁ,ଜୁଡିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଓ ଶଶୀକାନ୍ତ ମିଶ୍ରଙ୍କୁ ସେମାନଙ୍କର ବରିଷ୍ଠତା ଭିତ୍ତିରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ତେଲେଙ୍ଗାନା ହାଇକୋର୍ଟ ପାଇଁ ପି.ଶ୍ରୀ ସୁଦ୍ଧା, ସି. ସୁମଲତା, ଜି ରାଧାରାଣୀ, ଏମ୍ ଲକ୍ଷ୍ମଣ, ଏନ୍ ତୁକରାମଜୀ, ଏ.ଭେଙ୍କଟେଶ୍ବରୀ ରେଡ୍ଡି ଏବଂ ମାଧବୀ ଦେବୀଙ୍କୁ ନିଯୁକ୍ତି ଦିଆଯାଇଛି ।

ସେହିପରି କେରଳ ହାଇକୋର୍ଟ ପାଇଁ ଚନ୍ଦ୍ରଶେଖରନ ଜୟଚନ୍ଦ୍ରନ, ସୋଫି ଥୋମାସ, ପୁଥେନ ଭୀଡୁ ଗୋପାଳ ଏବଂ ଚନ୍ଦ୍ରଶେଖରନ ସୁଦ୍ଧାଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.