ETV Bharat / bharat

ସ୍ବାଧୀନତା ଦିବସ: ୧୩୮୦ ପୋଲିସ ଅଧିକାରୀଙ୍କୁ ମିଳିବ ସାହାସିକତା ମେଡାଲ

author img

By

Published : Aug 15, 2021, 8:59 AM IST

ସ୍ବାଧୀନତା ଦିବସ ଅବସରରେ ୧,୩୮୦ ପୋଲିସ ଅଧିକାରୀଙ୍କୁ ସାହାସିକତା ମେଡାଲ ପ୍ରଦାନ କରାଯିବ । ଏ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

୧,୩୮୦ ପୋଲିସ ଅଧିକାରୀଙ୍କୁ ମିଳିବ ସାହାସିକତା ମେଡାଲ

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି 75 ତମ ସ୍ବାଧୀନତା ଦିବସ । ଏହି ଅବସରରେ ୧,୩୮୦ ପୋଲିସ ଅଧିକାରୀଙ୍କୁ ସାହାସିକତା ମେଡାଲ ପ୍ରଦାନ କରାଯିବ । ଏ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ସମୁଦାୟ ପୋଲିସ ଅଧିକାରୀଙ୍କ ମଧ୍ୟରୁ ଦୁଇଜଣ ପୋଲିସ ଅଧିକାରୀଙ୍କୁ ଗ୍ୟାଲେଣ୍ଟି ପାଇଁ ରାଷ୍ଟପତି ପୋଲିସ ମେଡାଲ (president's police medal for gallantry) ପ୍ରଦାନ କରାଯିବ । ୬୨୮ଜଣ ପୋଲିସ ଅଧିକାରୀଙ୍କୁ ଗ୍ୟାଲେଣ୍ଟି ପାଇଁ ପୋଲିସ ମେଡାଲ ପ୍ରଦାନ କରାଯିବ (PMG) । ୮୮ଜଣଙ୍କୁ ଦେଶ ପ୍ରତି ଭିନ୍ନ ସେବା ପାଇଁ (president's police medal for distinguished srvice) ମେଡାଲ ପ୍ରଦାନ କରାଯିବ । ଏହା ସହିତ ୬୬୨ ଜଣଙ୍କୁ ସମ୍ମାନଜନକ ସେବା ପାଇଁ PPMG ପୁରସ୍କାର ପ୍ରଦାନ କରାଯିବ ।

ଜମ୍ମୁ କାଶ୍ମୀରରୁ ୨୫୬ଜଣ ପୋଲିସ ଅଧିକାରୀଙ୍କୁ ଗ୍ୟାଲେଣ୍ଟି ପୁରସ୍କାର ପ୍ରଦାନ କରାଯିବ । ୧୫୧ ଜଣ ସିଆରପିଏଫ ଯବାନ, ୨୩ ଇଣ୍ଡୋ ତିବେତାନ ଏବଂ ୬୭ ଓଡିଶା ପୋଲିସ, ୨୫ ମହାରାଷ୍ଟ୍ର ଓ ୨୦ ଛତିଶଗଡ ପୋଲିସଙ୍କୁ ପୁରସ୍କାର ପ୍ରଦାନ କରାଯିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.